ETV Bharat / state

ଗୁଣୁପୁର ସହର ମୁହାଁ ହାତୀପଲ, ଘଉଡାଇବାରେ ନାକେଦମ ଜଙ୍ଗଲ ବିଭାଗ

author img

By

Published : Oct 18, 2022, 11:51 AM IST

ଗତ କିଛିଦିନ ହେଲା ଗୁଣପୁର ବନାଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି । ବର୍ତ୍ତମାନ ଏହି ହାତୀପଲ ସହରମୁହାଁ ହୋଇଥିବା ବେଳେ ଘଉଡାଇବା ପାଇଁ ନାକେଦମ ବନବିଭାଗ । ଅଧିକ ପଢନ୍ତୁ

ଗୁଣୁପୁର ସହର ମୁହାଁ ଗଜରାଜ
ଗୁଣୁପୁର ସହର ମୁହାଁ ଗଜରାଜ

ରାୟଗଡା: ଜିଲ୍ଲାରେ ହାତୀ ଆତଙ୍କ । ଗତ କିଛିଦିନ ହେଲା ଗୁଣପୁର ବନାଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି । ବର୍ତ୍ତମାନ ଏହି ୫ ଟିକିଆ ହାତୀପଲ ଗୁଣପୁର ସହର ମୁହାଁ ହୋଇଥିବାବେଳେ ଘଉଡାଇବା ପାଇଁ ନାକେଦମ ଗୁଣପୁର ବନବିଭାଗ କର୍ମଚାରୀ । ଗୁଣୁପୁର ସହର ମୁହାଁ ଗଜରାଜ । ହାତୀଙ୍କୁ ଘଉଡାଇବା ପାଇଁ ନାକେଦମ ହେଲାଣି ଜଙ୍ଗଲ ବିଭାଗ । ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ନେକେଦମ କରିଛନ୍ତି ୫ ଟିକିଆ ହାତୀପଲ । ଏବେ ଏହି ହାତୀପଲ ଗୁଣୁପୁର ସହରଠାରୁ ମାତ୍ର ୨ କିଲୋମିଟର ଦୂର ସାନ ନଦୀ କୂଳରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି ।

ଗୁଣୁପୁର ସହର ମୁହାଁ ଗଜରାଜ

ଏହା ମଧ୍ୟ ପଢନ୍ତୁ: ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀ, ୩୨ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍‌ ଟୁ ୱାନ୍‌ ଆଲୋଚନା

ଘଟଣାସ୍ଥଳରେ ଗୁଣୁପୁର ବନ ବିଭାଗର କର୍ମଚାରୀ ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଥିବା ସହ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ପ୍ରୟାସ ଜାରି ରଖିଛନ୍ତି । ଖାଦ୍ୟ ଅନ୍ୱେଷଣରେ ହାତୀପଲ ଗ୍ରାମ ଓ ସହରାଭିମୁଖୀ ହେଉଥିବା ଜଣାପଡିଛି । ଗତ 4 ମାସ ଧରି ଏହି ହାତୀପଲ ତରାମାଳ, ଘନାନ୍ତ୍ରୀ ନୂଆଗାଁ, ପ୍ରଧାନୀଗୁଡା, ରୂପାପଦର ପ୍ରଭୃତି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି । ବନବିଭାଗ ପକ୍ଷରୁ ୫ ଟି ଟିମ ଗଠନ କରାଯାଇ ନଜର ରଖାଯିବା ସହିତ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଆଖୁ କିଆରୀରେ ବଣୁଆ ହାତୀଙ୍କ ଉପଦ୍ରବ, ଚିନ୍ତାରେ ଚାଷୀ

ଦିନ ସମୟରେ ହାତୀପଲ ଜଙ୍ଗଲ ଭିତରେ ରହୁଥିବା ବେଳେ ରାତିରେ ଧାନ କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ତେବେ ରାତିରେ କିଭଳି ଜନ ବସତି ଆଡକୁ ଥିବା ହାତୀ ପାଲ ନ ଆସିବେ ସେନେଇ ପଦକ୍ଷେପ ନିଆଯାଉଥିବା ବନ ବିଭାଗ ସୂଚନା ଦେଇଛି । ସୂଚନାଯୋଗ୍ୟ ଯେ, ଗତ କିଛିଦିନ ପୂର୍ବେ ଢେଙ୍କାନାଳରେ ହାତୀଉପଦ୍ରବ ଦେଖିବାକୁ ମିଳିଥିଲା । ଭୁବନ ପାଟକୁରା ଅଞ୍ଚଳରେ ବଣୁଆ ହତୀପଲଙ୍କ ଉପଦ୍ରବ ଦେଖାଦେଇଥିଲା । ଆଖୁ କିଆରିରେ ଆଠ ଟିକିଆ ବଣୁଆ ହାତୀ ପଶି ଏକର ଏକର ଆଖୁ ଚାଷ ନଷ୍ଟ କରିଥିଲେ ।

ତିନି ବର୍ଷ ପରେ ଏହି ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଥିଲା । ଭୁବନ ଥାନା ଅନ୍ତର୍ଗତ ପାଟପୁରା ଗ୍ରାମ ଆଖୁ କିଆରୀରେ ପଶି ଉପଦ୍ରବ କରିଥିଲେ ବଣୁଆ ହାତୀ । ଏହି ଆଠ ଟିକିଆ ବଣୁଆ ହାତୀପଲ ମଧ୍ୟରେ ଛଅଟି ଛୁଆ ହାତୀ ଗୋଟିଏ ମାଆ ହାତୀ ଥିବାବେଳେ ଗୋଟିଏ ଦନ୍ତା ହାତୀ ରହିଥିଲା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.