ETV Bharat / state

ଏବର୍ଷ ରାୟଗଡା ଆମ୍ବକୁ ଝୁରିବ ରାଞ୍ଚିରୁ ଦିଲ୍ଲୀ - Rayagada mangoes could not be sold

ଜୈବିକ ପଦ୍ଧତିରେ ଚାଷ ହେଉଥିବା ରାୟଗଡା ଆମ୍ବ ଚାହିଦା କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ରହିଛି । ହେଲେ ଆମ୍ବ ଅମଳ ସମୟ ହୋଇଥିଲେ ବି ଲକଡାଉନ ଯୋଗୁଁ ଜାତୀୟ ବଜାରରେ ପହଞ୍ଚି ପାରିବନି ରାୟଗଡ଼ା ଆମ୍ବ । ରାଞ୍ଚି, ରାୟପୁର, ଦିଲ୍ଲୀ, ଆନ୍ଧ୍ରରେ ରହିଛି ରାୟଗଡ଼ା ଆମ୍ବର ଚାହିଦା । ଲକଡାଉନ ପ୍ରଭାବରେ ଜାତୀୟ ବଜାରରେ ପହଞ୍ଚି ପାରିବନି ରାୟଗଡ଼ା ଆମ୍ବ।

rayagada mangoes
ରାୟଗଡା ଆମ୍ବକୁ ଝୁରିବ ରାଞ୍ଚିରୁ ଦିଲ୍ଲୀ
author img

By

Published : Jun 14, 2020, 10:51 PM IST

ରାୟଗଡା: ଏବେ ଆମ୍ବର ସିଜିନ । ରାୟଗଡା ଆମ୍ବ ପାଟିକୁ ଯେତିକି ସୁସ୍ବାଦୁ, ତା ଚାହିଦା ବି ଢେର । ହେଲେ ଟ୍ରେନକୁ ଛାଡ଼ିଦେଲେ ଟ୍ରକ ଯୋଗେଁ ଆମ୍ବ ପରିବହନର ଖର୍ଚ୍ଚ ମାତ୍ରାଧିକ ହୋଇଥିବା ବେଳେ ଟ୍ରେନକୁ ଭରସା କରିଛିନ୍ତି ଏଠିକାର ଚାଷୀ ।

ରାୟଗଡା ଆମ୍ବକୁ ଝୁରିବ ରାଞ୍ଚିରୁ ଦିଲ୍ଲୀ

ଆଉ ଆମ୍ବ ତୋଟାରେ ବି ଫଳିଛି ଟନ ଟନ ଆମ୍ବ । ହେଲେ ଏତେ ପରିମାଣର ଆମ୍ବ ଫଳିଥିଲେ ବି, ଆମ୍ବ ଚାଷୀଙ୍କ ବେଉଷା ଉପରେ ବଇରି ସାଜିଛି ଲକଡାଉନ । ଜୈବିକ ପଦ୍ଧତିରେ ଚାଷ ହେଉଥିବା ରାୟଗଡା ଆମ୍ବ ଚାହିଦା କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ରହିଛି । ହେଲେ ଆମ୍ବ ଅମଳ ସମୟ ହୋଇଥିଲେ ବି ଲକଡାଉନ ଯୋଗୁଁ ଜାତୀୟ ବଜାରରେ ପହଞ୍ଚି ପାରିବନି ରାୟଗଡ଼ା ଆମ୍ବ । ସେପଟେ ଅମଳ ବିଳମ୍ବ ଯୋଗୁଁ ୨୭୨ ମେଟ୍ରିକ ଟନ ଆମ୍ବ ରାଞ୍ଚି, ରାୟପୁର, ଦିଲ୍ଲୀ, ବିଶାଖାପାଟଣା, ଭୁବନେଶ୍ବର ପଠାଇବା ନେଇ ଅନିଶ୍ଚିତତା ଦେଖା ଦେଇଛି।

ତେବେ ରେଳ ଚଳାଚଳ ଆଶା ଉଜ୍ଜଳ ନଥିବାରୁ ଚାଷୀଙ୍କ ନିକଟରୁ ଆମ୍ବ ସଂଗ୍ରହ କରି ଗ୍ରେଡିଂ, ପ୍ୟାକିଂ ଓ ସିଲ୍ କରି ପଠାଇବା ପାଇଁ ଅତି କମରେ ଏକ ମାସ ସମୟ ଲାଗିବ । ସେପଟେ କୋରୋନା ଭୟରେ ଆମ୍ବ ବଗିଚାରେ କାମ କରିବାକୁ ଶ୍ରମିକ ମିଳୁ ନାହାନ୍ତି । ଗୋଟିଏ ପଟେ ପରିବହନ ତ ପୁଣି ଅନ୍ୟପଟେ ଶ୍ରମିକ ଅଭାବ ଅମ୍ବଚାଷୀଙ୍କ ଚିନ୍ତା ବଢାଇଛି । ଏପଟେ ଆମ୍ବ ସିଜିନ ସରୁଥିବାରୁ ଆମ୍ବର ସଂରକ୍ଷିତ ନେଇ ମଧ୍ୟ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ନାହିଁ । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।

ଗତବର୍ଷ ଓରମାସ୍ ୨୮୩ ମେଟ୍ରିକ ଟନ ଆମ୍ବ ଜାତୀୟ ବଜାରକୁ ପଠାଇଥିଲା । ମାତ୍ର ଚଳିତବର୍ଷ ୨୭୨ ମେଟ୍ରିକ ଟନ୍ ବଜାରକୁ ପଠାଇବା ପାଇଁ ଧାର୍ଯ୍ୟ ହୋଇଛି । ହେଲେ ଲକଡାଉନ ଯୋଗୁଁ ଏଯାବତ୍ ଚାଷୀଙ୍କ ନିକଟରୁ ଓରମାସ ଆମ୍ବ ସଂଗ୍ରହ କରିନାହିଁ ।

ଅମଳ ହେଉଥିବା ଆମ୍ବ ମଧ୍ୟରେ ୮୦ ପ୍ରତିଶତ ଆମ୍ରପଲ୍ଲୀ, ୧୫ ପ୍ରତିଶତ ଦଶେରୀ ଓ ୫ ପ୍ରତିଶତ ଅନ୍ୟ ପ୍ରଜାତିର ଆମ୍ବ ରହିଛି। ବଜାରରେ ଦଶେରୀ ଆମ୍ବର ଚାହିଦା ଅଧିକ ରହିଛି। ଦଶେରୀ ଆମ୍ବ କେଜି ପିଛା ଜାତୀୟ ବଜାରରେ ୨୪ ଟଙ୍କା ଏବଂ ଆମ୍ରପଲ୍ଲୀ ୧୭ ଟଙ୍କାରେ ବିକ୍ରି ହୋଇଥାଏ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.