ରାୟଗଡା: ମହାମାରୀ କୋରୋନାର ମୁକାବିଲା ପାଇଁ କେନ୍ଦ୍ରଠୁ ରାଜ୍ୟ ସରକାର ପର୍ଯ୍ୟନ୍ତ ସବୁଠି ଚାଲିଛି ଯୋଜନା ପରେ ଯୋଜନା । ତୃଣମୂଳ ସ୍ତରରେ କୋରୋନା ସଂକ୍ରମଣ ରୋକିବା ସହ କୋରୋନା ସଂକ୍ରମିତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତି ଜିଲ୍ଲାରେ ଖୋଲାଯାଇଛି କୋଭିଡ ହସ୍ପିଟାଲ । ହେଲେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲ ଗୁଡିକ ସଂକ୍ରମିତଙ୍କୁ ସେବା ଯୋଗାଇବାରେ ବିଫଳ ହେଉଛନ୍ତି । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ ।
କୋରୋନାକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ ୧୩ ତାରିଖରେ ରାୟଗଡା ଜିଲ୍ଲା ଜେକେପୁରରେ ଉଦଘାଟିତ ହୋଇଥିଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର । ହେଲେ ଏହା କୋରୋନା ଆକ୍ରାନ୍ତଙ୍କ କାମରେ ଲାଗୁନାହିଁ । କାରଣ ଏହି ହସ୍ପିଟାଲରେ ଆଜି ଯାଏଁ ଭେଣ୍ଟିଲେଟର ସୁବିଧା ନଥିବାରୁ ଆକ୍ରାନ୍ତଙ୍କୁ କେତେବେଳେ ଜୟପୁର ତ ଆଉ କେତେବେଳେ ଗଜପତି ଜିଲ୍ଲାକୁ ନେବାକୁ ପଡୁଛି ।
ଅପରପକ୍ଷେ ଆରଏମଆରସି ପକ୍ଷରୁ ଏଠାରେ ସ୍ୱାବ ନମୁନା ପରୀକ୍ଷା ପାଇଁ ମାସେ ପୂର୍ବରୁ ପ୍ରସ୍ତୁତି ସରିଥିବାବେଳେ ପରୀକ୍ଷାର ନାମ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଯାଉଛି । ତେବେ ଏନେଇ ଆମ ପ୍ରତିନିଧି ରାୟଗଡା ସିଡ଼ିଏମଓଙ୍କ ପ୍ରତିକ୍ରିୟା ନେଇଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ