ETV Bharat / state

ଦୁଃଖ ବଢାଇଲା ଜଓ୍ବାଦ: ଆଣ୍ଠୁଏ ପାଣିରେ ବୁଡି ରହିଛି ସୁନାର ଫସଲ, ଭୋ-ଭୋ ହୋଇ କାନ୍ଦୁଛି ଚାଷୀ - ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ

ବାତ୍ୟା ଜଓ୍ବାଦ ( Cyclone Jawad Impact)ର ପ୍ରଭାବରେ ବର୍ଷା ଯୋଗୁଁ ପାଣିରେ ବୁଡି ରହିଛି ରାୟଗଡା ଜିଲ୍ଲାର ହେକ୍ଟର ହେକ୍ଟର ଜମି । ସୁନା ଫସଲକୁ ପାଣିରେ ଭାସୁଥିବା ଦେଖି ଦୁଃଖରେ ଚାଷୀ । ଅଧିକ ପଢନ୍ତୁ

Cyclone Jawad Impact: ଚାଷୀଙ୍କ ଦୁଃଖ ବଢାଇଲା ଜଓ୍ବାଦ, ପାଣିରେ ବୁଡି ରହିଛି ଧାନ ଫସଲ

author img

By

Published : Dec 7, 2021, 3:06 PM IST

ରାୟଗଡା: ବାତ୍ୟା ଜଓ୍ବାଦ ( Cyclone Jawad Impact) ଚାଲିଯାଇଛି ସତ ହେଲେ ଛାଡି ଯାଇଛି ଛାପ । ଫଳରେ ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ଝିପିଝିପି ବର୍ଷା ଲାଗି ରହିଥିଲା । ଆଉ ବର୍ଷା ପରେ ଏବେ ହେକ୍ଟର ହେକ୍ଟର ଜମି ଏବେ ପାଣିରେ ବୁଡି ରହିଛି । କେଉଁ ଠି ଧାନ ବିଲରେ ପାଣି ଜମି ରହିଛି ତ କେଉଁଠି ଝାଳ ବୁହା ଫସଲ ବର୍ଷା ପାଣିରେ ଭାସୁଛି । ଆଉ କେଉଁଠି କଟା ହୋଇଥିବା ଧାନ ଗଜା ହୋଇଗଲାଣି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀ( Rayagada Farmer) ତା ସୁନାର ଫସଲକୁ ପାଣିରେ ଭାସୁଥିବା ଦେଖି ଧୈର୍ଯ୍ୟ ଧରିପାରୁନି । ବାତ୍ୟା ଜଓ୍ବାଦର ପ୍ରଭାବରେ ବର୍ଷା ଲାଗି ରହିବାରୁ ରାୟଗଡା, ମୁନିଗୁଡା, ପଦ୍ମପୁର , କଲୋନରା , ବିଷମକଟକ , ସଦର ବ୍ଲକ , ଗୁଡାରି , ଗୁଣପୁର ,ରମାନାଗୁଡା ଓ ମୁନିଗୁଡା ବ୍ଲକରେ ଏପରି ଦୁର୍ଦ୍ଦଶାରେ ଚାଷୀ ଗତି କରୁଛନ୍ତି ।

Cyclone Jawad Impact: ଚାଷୀଙ୍କ ଦୁଃଖ ବଢାଇଲା ଜଓ୍ବାଦ, ପାଣିରେ ବୁଡି ରହିଛି ଧାନ ଫସଲ

ଲଘୁଚାପ ବର୍ଷା ପୂର୍ବରୁ କିଛି ଚାଷୀ କ୍ଷେତରୁ ଧାନ କାଟି ଅନ୍ୟତ୍ର ସାଇତି ରଖିଥିବାବେଳେ ଜିଲ୍ଲାର ଅନେକ କ୍ଷେତରେ ପଡିଛି ଧାନ । କଳେଇ ଓ ଧାନ କେଣ୍ଡାରେ ପାଣି ମାଡି ଗଜା ହୋଇଯାଇଛି । ତେବେ ଧାର କରଜ ସହ ବ୍ୟାଙ୍କରୁ ଋଣ ଆଣି ଚାଷୀ ଚାଷ କରିବା ବେଳେ ଋଣ ଟଙ୍କା କେମିତି ସୁଝିବ ସେନେଇ ଚିନ୍ତାରେ। କିନ୍ତୁ ଲଘୁଚାପ ଜନିତ ବର୍ଷା ଦାଉ ସାଧିଲା । ତେବେ ଗୋଟିଏ ବର୍ଷ ଚାଷୀ ପରିବାର କିପରି ଚଳିବେ, ସେନେଇ ମଧ୍ୟ ଦୁଃଖ ଦ୍ବିଗୁଣିତ ହୋଇଛି । ଏ ଦିଗରେ ଦୃଷ୍ଟି ଦେଇ ସହାୟତା ପ୍ରଦାନ ପାଇଁ ଚାଷୀ ଦାବି କରିଛନ୍ତି । ଅନ୍ୟପଟେ ଏନେଇ ଜିଲ୍ଲା କୃଷି ବିଭାଗ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.