ETV Bharat / state

ନିଅଣ୍ଟିଆ ବର୍ଷା ଆଣିଲା ମରୁଡ଼ି ଆଶଙ୍କା, ରାୟଗଡାରେ ପଡିଆ ପଡିଛି ଚାଷ ଜମି

ପର୍ଯ୍ୟାପ୍ତ ବର୍ଷା ନଥିବାରୁ ଯୋଗୁଁ ପଡିଆ ପଡିଛି ରାୟଗଡ଼ା ଜିଲ୍ଲାର ୭୦ ଭାଗ ଜମି । ଫଳରେ ମରୁଡ଼ି ଆଶଙ୍କାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଅଧିକ ପଢନ୍ତୁ

author img

By

Published : Jul 14, 2023, 8:51 AM IST

ନିଅଣ୍ଟିଆ ବର୍ଷା ଯୋଗୁ ମରୁଡ଼ି ଆଶଙ୍କା
ନିଅଣ୍ଟିଆ ବର୍ଷା ଯୋଗୁ ମରୁଡ଼ି ଆଶଙ୍କା
ନିଅଣ୍ଟିଆ ବର୍ଷା ଯୋଗୁ ମରୁଡ଼ି ଆଶଙ୍କା

ରାୟଗଡା: ପ୍ରକୃତି ପ୍ରକୋପ ସାଙ୍ଗକୁ ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଚାଷ ଜମିରେ ଉପୁଜିଛି ମରୁଡ଼ି ଆଶଙ୍କା । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ରାୟଗଡା ଜିଲ୍ଲାର ଚାଷୀ । ଚଳିତ ଥର ବର୍ଷା ଅଭାବ ଯୋଗୁଁ ଧାନ ବିଲରେ ଏଯାଏଁ ଆଶାନୁରୂପ ରୁଆ ବେଉଷଣା ହୋଇପାରିନାହିଁ । ଆଷାଢ ଯାଇ ଶ୍ରାବଣ ମଝି ହେବାକୁ ବସିଥିଲେ ବି ମୌସୁମୀ ବର୍ଷାର ଦେଖା ନାହିଁ । ବର୍ଷା ଦିନେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଧିକାଂଶ ଅଣଜଳସେଚିତ ଚାଷ ଜମି ଫାଟି ଆଁ କରିଥିବାବେଳେ ଧାନ ଗଛ ଶଳିତା ଭଳି ସୁଖି ଗଲାଣି । ଚଳିତ ବର୍ଷ ୭୫ ପ୍ରତିଶତ କମ୍ ବର୍ଷା ହେବା ଫଳରେ ଜିଲ୍ଲାରେ ଚାଷ କାର୍ଯ୍ୟ ଠପ୍ ହୋଇଯାଇଛି ।

ସେପଟେ କୃଷୀ ସମବାୟ ବ୍ୟାଙ୍କ ଓ ସ୍ଥାନୀୟ ସାହୁକାରଙ୍କଠୁ ଋଣ ଆଣି ଏ ବର୍ଷ ଚାଷ କରି ଭଲ ଫସଲ ଅମଳ ଆଶା ପାଣିର ଗାର ପାଲଟିବାକୁ ବସିଛି । ତେବେ ଆସନ୍ତା ଦୁଇଦିନ ମଧ୍ୟରେ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ରାୟଗଡା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଫଳରେ ଖରିଫ ଚାଷ ପାଇଁ ପାଗ ଆଗକୁ ଅନୁକୂଳ ଆଶା ରହିଛି । ହେଲେ ଚଳିତ ଥର ଆବଶ୍ୟକ ପରିମାଣରେ ବର୍ଷା ଅଭାବ ଯୋଗୁଁ ଜିଲ୍ଲାରେ ପାଖାପାଖି ୨୦ ହଜାର ହେକ୍ଟର ଧାନ ଜମିରେ ରୁଆ କାମ ବାଧାପ୍ରାପ୍ତ ହୋଇଛି ।

ଜୁନ ମାସରେ ବର୍ଷା ପରିମାଣ ୧୯୫.୩ ମିଲିମିଟର ଥିବାବେଳେ ଚଳିତ ବର୍ଷ ରାୟଗଡ଼ାରେ ହୋଇଛି ମାତ୍ର ୪୯.୦ ମିଲିମିଟର ବର୍ଷା । ସେହିଭଳି ଜୁଲାଇ ମାସରେ ହାରାହାରି ବର୍ଷାର ପରିମାଣ ୧୨ ତାରିଖ ସୁଦ୍ଧା ୧୨୦ ମିଲିମିଟର ଥିବାବେଳେ ଏହି ସମୟରେ ରାୟଗଡ଼ା ଜିଲ୍ଲାରେ ହୋଇଛି ମାତ୍ର ୪୦ ମିଲିମିଟର ବର୍ଷା । ତେବେ ବର୍ଷା ପରିମାଣ ଏତେ କମ୍ ହୋଇଥିବାରୁ ଚଳିତ ବର୍ଷ ଅନେକ ସ୍ଥାନରେ ଧାନ ଗଜା ମରୁଡି ହେବାର ଆଶଙ୍କା ଦେଖା ଦେଇଛି ।

ଏହା ମଧ୍ୟ ପଢନ୍ତୁ...ନୂଆପଡାରେ ନିଅଣ୍ଟିଆ ବର୍ଷାରେ ମରୁଡି ପରିସ୍ଥିତି, ହତାଶ ଚାଷୀ

ଅପରପକ୍ଷେ, ୨୦୨୦ ମସିହାରେ ସ୍ଵାଭାବିକ ବର୍ଷା ଯୋଗୁଁ ୫୫ହଜାର ୧୧୩ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ହେଲେ ଚଳିତ ବର୍ଷ ବର୍ଷା କମ୍ ହୋଇଥିବାରୁ ରାୟଗଡାରେ ମୋଟ ୨୮ ହଜାର ହେକ୍ଟର ଜମିରେ ଧାନ ଚାଷ କରିବା ପାଇଁ ବିଭାଗ ପକ୍ଷରୁ ଧାର୍ଯ୍ୟ ହୋଇଛି । ଏପଟେ ଜିଲ୍ଲାରେ ଧାନ ଚାଷର ଲକ୍ଷ୍ୟ ଧାର୍ଯ୍ୟ କମିଥିବାବେଳେ କମ୍ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦ ପ୍ରତିଶତ ଚାଷ ଜମିରେ ରୁଆ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ ଭଲ ବର୍ଷା ନହେଲେ ଜିଲ୍ଲାରେ ଗଜା ମରୁଡ଼ିର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.