ETV Bharat / state

ଉପାନ୍ତ ଅଞ୍ଚଳରେ ପହଞ୍ଚିବ ଔଷଧ, ସ୍ଵାସ୍ଥ୍ୟସେବା ଡ୍ରୋନ୍ ବିତରଣ ନେଟୱାର୍କର ଶୁଭାରମ୍ଭ - ଉପାନ୍ତ ଅଞ୍ଚଳରେ ପହଞ୍ଚିବ ଔଷଧ

ରାୟଗଡ଼ା ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପହଞ୍ଚିବ ଔଷଧ । ସ୍ଵାସ୍ଥ୍ୟସେବା ଡ୍ରୋନ୍ ବିତରଣ ନେଟୱାର୍କର ହେଲା ଶୁଭାରମ୍ଭ । ଅଧିକ ପଢନ୍ତୁ

health service through drone
health service through drone
author img

By ETV Bharat Odisha Team

Published : Nov 18, 2023, 8:52 PM IST

ଉପାନ୍ତ ଅଞ୍ଚଳରେ ପହଞ୍ଚିବ ଔଷଧ

ରାୟଗଡ଼ା: ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଏଣିକି ଔଷଧ ଓ ଚିକିତ୍ସା ଉପକରଣ ପହଞ୍ଚାଇବ ଡ୍ରୋନ୍ । ଏହା ଜିଲ୍ଲାରେ ସ୍ବାସ୍ଥ୍ୟସେବାକୁ ଅଧିକ ବିସ୍ତାରିତ କରିବ । ସେ ନେଇ ଆଶା ଉଜ୍ଜ୍ବଳ କରିଛି । ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏହି ସ୍ଵାସ୍ଥ୍ୟସେବା ଡ୍ରୋନ୍ ବିତରଣ ନେଟୱାର୍କର ଶୁଭାରମ୍ଭ ହୋଇଛି । ଏଥ‌ିରେ ମୁଖ୍ୟ ଅତିଥିଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି ।

କାର୍ଯ୍ୟକ୍ରମ ଶୁଭାରମ୍ଭ ପୂର୍ବକ ନିଦାନ ଆଜି ପ୍ରଥମେ ପ୍ରତିଷେଧକ ଟିକା ଗୁଡ଼ାରୀ ଗୋଷ୍ଠୀ ସ୍ବାସ୍ଥ୍ୟକୁ ଡ୍ରୋନ ଯୋଗେ ଔଷଧ ପହଞ୍ଚାଯାଇଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଏହି ସେବା ଗୁଡାରୀ ଓ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯୋଗାଇବ । ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କରିବା ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝୀ, ଜିଲ୍ଲାପାଳ ସ୍ବଧାଦେବ ସିଂ, ଜିଲ୍ଲା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟଙ୍କ ସମେତ ରେଙ୍ଗ ସଂସ୍ଥା ମୁଖ୍ୟ କୁନ୍ଦନ ମେଡିକେହି ଯୋଗ ଦେଇଛନ୍ତି ।

ଏହା ବି ପଢନ୍ତୁ- ପାହାଡିଆ ଅଞ୍ଚଳରେ ଔଷଧ ନେଇ ପହଞ୍ଚିଲା ଡ୍ରୋନ

ଆଦିବାସୀ ବହୁଳ ଏହି ଜିଲ୍ଲାରେ ୩୨୩୪ଟି ଗାଁ ରହିଛି । ସେଥ‌ିରୁ ୮୦୦ରୁ ଅଧିକ ଗାଁକୁ ଯିବାପାଇଁ ସବୁଦିନିଆ ରାସ୍ତାଖଣ୍ଡେ ନାହିଁ । ସେହିପରି ଜିଲ୍ଲାରେ ୧୬୦ଟି ଗାଁ ବିଛିନ୍ନାଞ୍ଚଳ ହୋଇ ରହିଛି ଫଳରେ ଅପହଞ୍ଚ ପାଲଟିଛି ଏହି ସବୁ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା । ଆକାଶ ମାର୍ଗ ଜରିଆରେ ଔଷଧ ଏବଂ ଚିକିତ୍ସା ଉପକରଣ ବିତରଣ ଦ୍ଵାରା ପ୍ରାଥମିକ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଅତ୍ୟାବଶ୍ୟକ ଔଷଧ ଏବଂ ଟିକାକରଣର ଉନ୍ନତି ଆସିବ ବୋଲି ଜିଲ୍ଲାପାଳ ସ୍ଵଧା ଦେବ ସିଂ କହିଛନ୍ତି । ଜିଲ୍ଲାର ଗୁଡ଼ାରୀ ଓ କଲ୍ୟାଣସିଂହପୁର ଭଳି ବ୍ଲକରେ ଦୁର୍ଗମ ଅଞ୍ଚଳ ରହିଛି । ଏହି ଅଞ୍ଚଳଗୁଡ଼ିକରେ ଭିର୍ତ୍ତିଭୂମି ହେଉଛି ଏକ ଆହ୍ବାନ ।

ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କ୍ଷେତ୍ରରେ ଡ୍ରୋନ ସାସ୍ଥ୍ୟସେବା ବିତରଣ ଏକ ପରିବର୍ତ୍ତନକାରୀ ପଦକ୍ଷେପ । ରୋଗୀମାନେ ଏହାରି ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ନିଦାନ ସୁବିଧା ପାରିବେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, " ଜରୁରୀକାଳୀନ ପରିସ୍ଥିତିରେ ଦୁର୍ଗମ ଅଞ୍ଚଳରେ ତୁରନ୍ତ ସ୍ଵାସ୍ଥ୍ୟସେବା ଯୋଗାଇବା ପାଇଁ ଏହା ବେଶ ସହାୟକ ହେବ । ଯଦ୍ଦ୍ବାରା ମହାମାରୀ ସମୟରେ ଅତ୍ୟାବଶ୍ୟକୀୟ ଔଷଧ ଓ ଚିକିତ୍ସା ଉପକରଣ ସହଜରେ ଏବଂ ସ୍ବଳ୍ପ ସମୟରେ ପଠାଯାଇପାରିବ ।"

ଆଜି ପ୍ରଥମ ପର୍ଯ୍ୟାୟରେ ଡ୍ରୋନ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବାହାରି ଆକାଶ ମାର୍ଗରେ ଗୁଡ଼ାରୀରେ ପହଞ୍ଚିବା ପରେ ତାକୁ ସ୍ଵାଗତ କରାଯାଇଥିଲା । ଏହି ସମୟରେ ଗୁଡାରି ବ୍ଳକ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ଗୁଦାରି ଏନଏସି ଅଧ୍ୟକ୍ଷା ଶ୍ରମିତା ଶବର, ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, ୟୁଏସ୍ଏଆଇଡି ସମର୍ଥିତ ସମୃଦ୍ଧ ଏବଂ ଆଇପିଇ ଗ୍ଲୋବାଲ୍ ଦ୍ଵାରା କର୍ଯ୍ୟକାରୀ ଅଶୁଣୀ ଷ୍ଟାର୍ଟଅପ୍ ଅନୁଷ୍ଠାନ ସହଯୋଗରେ ଏହି ଇଲେକ୍ଟ୍ରିକ୍ ହାଇବ୍ରିଡ୍ ଡ୍ରୋନ୍ ନିର୍ମାଣ କରାଯାଇଛି । ଗୋଟିଏ ଥରରେ ଏଥିରେ ଦେଢ଼ କେଜି ଓଜନର ଔଷଧ ବା ସ୍ବାସ୍ଥ୍ୟ ଉପକରଣକୁ ଉପଯୁକ୍ତ ଶୀତଳ ଶୃଙ୍ଖଳ ମାଧ୍ୟମରେ ପରିବହନ କରାଯାଇ ପାରିବ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.