ETV Bharat / state

କୋହଳ ହେଲା ଲକଡାଉନ, ରାୟଗଡା ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ - ରାୟଗଡା ଜିଲ୍ଲାପାଳ

ରାୟଗଡା ଜିଲ୍ଲା ସଦର ମହକୁମାରେ ମଧ୍ୟ କୋଭିଡ-19 କଟକଣା ମଧ୍ୟରେ ଦୋକାନ ବଜାର ଖୋଲିବା ସହ ପୂର୍ବପରି ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖି ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ନିୟମକୁ କିପରି କଡାକଡି ଭାବେ ମାନୁଛନ୍ତି ତାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

କୋହଳ ହେଲା ଲକଡାଉନ, ରାୟଗଡା ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଳାପାଳ

author img

By

Published : Jul 1, 2021, 10:46 PM IST

ରାୟଗଡା: ରାଜ୍ୟରେ ମହାମାରୀ କରୋନାର ଦୈନିକ ସଂକ୍ରମଣ ହାର ଜୁନ୍ ମାସରୁ ହ୍ରାସ ପାଇବା ପରେ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆହୁରି 16 ଦିନ ବୃଦ୍ଧି କରିଥିଲେ ସୁଦ୍ଧା ସମସ୍ତ ଜିଲ୍ଲାରେ କଟକଣା ଆସନ୍ତା ଜୁଲାଇ 16ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟବିକ୍ରୟ ପାଇଁ ସକାଳ 6ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ସମୟ ବୃଦ୍ଧି କରାଯାଇ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ସଦର ମହକୁମାରେ ମଧ୍ୟ କୋଭିଡ-19 କଟକଣା ମଧ୍ୟରେ ଦୋକାନ ବଜାର ଖୋଲିବା ସହ ପୂର୍ବପରି ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖି ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ନିୟମକୁ କିପରି କଡାକଡି ଭାବେ ମାନୁଛନ୍ତି ତାର ସମୀକ୍ଷା କରିଥିଲେ ଜିଲ୍ଲାପାଳ ।

କୋହଳ ହେଲା ଲକଡାଉନ, ରାୟଗଡା ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଳାପାଳ

ଶୁକ୍ରବାର ପୂର୍ବାହ୍ନରେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସପି ବିବେକାନନ୍ଦ ଶର୍ମା ସହରର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିବା ସହିତ ସ୍ଥିତିର ଅନୁଧ୍ୟାନ କରିଥିଲେ । ବିଶେଷ କରି କପିଳାସ ଛକ ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଓ ଓଭର ବ୍ରିଜ ତଳେ ଥିବା ପରିବା ବଜାର ମୁଖ୍ୟ ବଜାର ପରିକ୍ରମା କରି ବ୍ୟବସାୟୀମାନଙ୍କୁ ନିୟମ ମଧ୍ୟରେ ରହି ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ବଣିକ ସଂଘ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଆଲୋଚନା କରିଥିଲେ ।

ଯେହେତୁ ରାଜ୍ୟ ସରକାର ରାୟଗଡା ସମେତ ଅନ୍ୟ 20ଟି ଜିଲ୍ଲାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡିକ ଖୋଲିବା ସମୟ ପରିବର୍ତନ କରି ଆସନ୍ତା 16 ଦିନ ପାଇଁ ସକାଳ 6ଟାରୁ ସଂଧ୍ୟା 6ଘଣ୍ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରିଛନ୍ତି । ଏଥିପାଇଁ ଦୋକାନବଜାରରେ ପୂର୍ବ ଅପେକ୍ଷା ଅଧିକ ଲୋକଙ୍କ ଭିଡ ହେବାର ଆଶଙ୍କା ରହୁଛି । ତେଣୁ ଦୋକାନ ବଜାର ଖୋଲିବା ସମୟରେ କୋଭିଡ-19 ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରି ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ବ୍ୟବସାୟୀମାନେ ବିଶେଷ ଗୁରୁତ୍ୱ ଦେବା ପାଇଁ ବଣିକ ସଂଘକୁ ଜିଲ୍ଲାପାଳ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭ ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.