ETV Bharat / state

ବନ୍ୟା ପାଇଁ ରାୟଗଡା ପ୍ରଶାସନ ତୟାର - ରାୟଗଡା ପ୍ରଶାସନ

ବଡ ଧରଣର ବନ୍ୟା ସ୍ଥିତି ପାଇଁ ରାୟଗଡା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲାପାଳ ସୁଧାକର ସବର କହିଛନ୍ତି । ଜିଲ୍ଲାରେ ଦୁଇ ଦିନ ହେବ ଲାଗି ରହିଛି ଲଗାଣ ବର୍ଷା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Aug 7, 2019, 7:19 PM IST

ରାୟଗଡା: ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ବିଭିନ୍ନ ନଦୀରେ ଜଳସ୍ତର ମଧ୍ୟ ବଢି ଚାଲିଛି । କାଶିପୁର ଓ କେସିଙ୍ଗପୁର ସବୁଠୁ ଅଧିକ ପ୍ରଭାବିତ ହେବା ସହ ଗୁଣପୁର ବଂଶଧାରା ନଦୀ କୂଳରେ ସମସ୍ୟା ଉପୁଜୁଛି ବୋଲି ରାୟଗଡା ଜିଲ୍ଲାପାଳ ସୁଧାକର ଶବର କହିଛନ୍ତି । ଅନ୍ୟ ପକ୍ଷରେ ଜିଲ୍ଲାର ସବୁ ତହସିଲଦାର ଓ ବିଡିଓଙ୍କୁ ସଜାଗ ରଖାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ନାଗାବଳୀରେ ବନ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶ ସହ ମଧ୍ୟ ସମନ୍ବୟ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଏଥିସହ ଉଭୟ ରାୟଗଡା ଓ ଗଜପତି ଜିଲ୍ଲାପାଳ ସ୍ଥିତି ଉପରେ ନଜର ରଖିଛନ୍ତି । ସବୁକୁ ଦୃଷ୍ଟିରେ ରଖି ବଡ ଧରଣର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.