ETV Bharat / state

କୋରୋନା ଲେଉଟାଣି ଦେଖି ଜିଲ୍ଲା ପ୍ରଶାସନର ପ୍ରସ୍ତୁୁତି - district administration

ରାଜ୍ୟରେ ପୁଣି ଲେଉଟିଲାଣି କୋରୋନା । କୋରୋନାର କଡ ଲେଉଟାଣି ଦେଖି ଏହାର ମୁକାବିଲା କରିବାକୁ ଜିଲ୍ଲା ପ୍ରଶାସନ ପୁଣି ପ୍ରସ୍ତୁତି ଆରମ୍ଭ କରିଛି । ଅଧିକ ପଢନ୍ତୁ...

କୋରୋନା ଲେଉଟାଣି
କୋରୋନା ଲେଉଟାଣି
author img

By

Published : Mar 21, 2021, 7:04 AM IST

ରାୟଗଡା: ରାଜ୍ୟରେ ପୁଣି କୋରୋନା ଭୟ ସୃଷ୍ଟି ହୋଇଛି । ଗତ ବର୍ଷ କୋରୋନା ପାଇଁ ବେଶ ଚର୍ଚ୍ଚାରେ ଥିବା ରାୟଗଡା ଜିଲ୍ଲାରେ ପୁଣି କୋରୋନା ଭୟ ସୃଷ୍ଟି ହୋଇଛି । ସାରା ରାଜ୍ୟ କୋରୋନା ପାଇଁ ରେଡ ଜୋନରେ ଥିବା ବେଳେ ଗ୍ରୀନ ଜୋନ ଭାବେ ବାହା ବାହା ନେଇଥିଲା ରାୟଗଡା ଜିଲ୍ଲା ପ୍ରଶାସନ । ବର୍ତ୍ତମାନ କୋରୋନା ପୁଣି ଫେରିଥିବାରୁ ଏହାର ମୁକାବିଲା କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଜିଲ୍ଲା ପ୍ରଶାସନର ସଜବାଜ

ଜିଲ୍ଲାରେ ଟିକିଏ ଅବହେଳା ପାଇଁ ଗୋଟିଏ ଗୋଟିଏ ଗାଁକୁ ଗ୍ରାସ କରିଥିଲା କୋରୋନା । କାରଣ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ରହୁଥିବା ଅନେକ ବେକାର ଯୁବକ ଯୁବତୀ କାମଧନ୍ଧା ଅଭାବରୁ ପୁଣି ଦାଦନ ମୁହାଁ ହୋଇଛନ୍ତି । ବିଶେଷକରି ଆନ୍ଧ୍ର , କେରଳ ,ତାମିଲନାଡୁ ଓ ମହାରାଷ୍ଟ୍ର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଦେଖାଦେଇଛି । ତେବେ ମହାରାଷ୍ଟ୍ର ଓ କେରଳ ରାଜ୍ୟରେ ପୁଣି କୋରୋନା ଆତଙ୍କ ଦେଖା ଦେଇଥିବାରୁ ଜିଲ୍ଲାର ଦାଦନମାନେ ନିଜନିଜ ଅଞ୍ଚଳକୁ ଫେରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରେ 8439 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ 8385 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କୋରୋନାରେ 45 ଜଣ ପ୍ରାଣ ହରାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 9 ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି ରାୟଗଡା ସିଡିଏମଓ ଡା. ଆର୍ତବନ୍ଧୁ ନାୟକ । ଜିଲ୍ଲାରେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରୁ ଆରମ୍ଭ କରି ପ୍ରାଥମିକ ସ୍ଵସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପ୍ରାୟ 45ରୁ ଉର୍ଦ୍ଧ୍ଵ ଟୀକାକରଣ କେନ୍ଦ୍ର କରାଯାଇଛି । ଟୀକା ଗ୍ରହଣ ପାଇଁ ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ସେତେଟା ଆଗ୍ରହ ଦେଖାଯାଉନି । ଯାହାକୁ ନେଇ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଏବେ ଚିନ୍ତାରେ ପଡିଛି ।

ତେବେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ଦୈନିକ ପାଖାପାଖି ଦୁଇଶହ ଜଣଙ୍କ ସ୍ଵାବସଂଗ୍ରହ କରାଯାଉଛି । ଏହାସହ ପାଖାପାଖି ଏକ ହଜାର ଲୋକଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଉଛି ବୋଲି ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡକ୍ତର ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ଜିଲ୍ଲାରେ ଯେପରି ସଂକ୍ରମଣ ନ ବ୍ୟାପିବ ସେ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.