ETV Bharat / state

132 କେଭି ତାର ତଳେ ଚାଲିଥିଲା ସ୍କୁଲ; ଖବର ପାଇ ପ୍ରଶାସନର ଚଢ଼ାଉ

author img

By

Published : Feb 17, 2020, 8:27 PM IST

ବିପଦସଙ୍କୁଳ ଅବସ୍ଥାରେ 132 କେ.ଭି ତାର ତଳେ ଚାଲିଥିବା ଏକ ଘରୋଇ ବିଦ୍ୟାଳୟ ଉପରେ ପ୍ରଶାସନର ଚଢ଼ାଉ । ପରେ ହରଡଘଣାରେ ପଡିଯାଇଛି ଏନ.ଭି.ଆର.ଏଜୁକେସନାଲ ଇନଷ୍ଟିଚ୍ୟୁଟ ରେସିଡେନ୍ସିଆଲ । ଅଧିକ ଖବର ପଢନ୍ତୁ...

132 କେଭି ତାର ତଳେ ଚାଲିଥିଲା ସ୍କୁଲ; ଖବର ପାଇ ପ୍ରଶାସନର ଚଢ଼ାଉ
132 କେଭି ତାର ତଳେ ଚାଲିଥିଲା ସ୍କୁଲ; ଖବର ପାଇ ପ୍ରଶାସନର ଚଢ଼ାଉ

ରାୟଗଡା: ବିପଦସଙ୍କୁଳ ଅବସ୍ଥାରେ 132 କେ.ଭି ତାର ତଳେ ଚାଲିଥିବା ଏକ ଘରୋଇ ବିଦ୍ୟାଳୟ ଉପରେ ପ୍ରଶାସନ ଚଢ଼ାଉ । ପରେ ହରଡଘଣାରେ ପଡିଯାଇଛି ଏନ.ଭି.ଆର.ଏଜୁକେସନାଲ ଇନଷ୍ଟିଚ୍ୟୁଟ ରେସିଡେନ୍ସିଆଲ । ବିଦ୍ୟାଳୟ ଉପରେ ଓହଳି ରହିଥିବା 132 କେଭି ଉଚ୍ଚ ସଂପନ୍ନ ବିଦ୍ୟୁତ ତାରକୁ ନେଇ ଆରମ୍ଭ ହୋଇଛି ତନାଘନା ।

ରାୟଗଡା ସହର ସ୍ଥିତ ସାଇପ୍ରିୟା ନଗରରେ ଚାଲୁଥିବା ଏହି ସ୍କୁଲ ବିଦ୍ୟୁତ ବିଭାଗର ନୋମେନ ଜୋନରେ ରହିଛି । ତେବେ କେଉଁ ପରିସ୍ଥିତିରେ ସେଠାରେ ସ୍କୁଲ ନିର୍ମାଣ ହେଲା ଏବଂ କିଏ ସ୍କୁଲ ନିର୍ମାଣ ପାଇଁ ଅନୁମତି ଦେଲା ତାର ଖୋଳତାଡ ଆରମ୍ଭ ହୋଇଛି । ସେପଟେ କେବଳ ଏନଭିଆର ନୁହେଁ ଏମିତି ଅନେକ ଅନୁଷ୍ଠାନ ଆଇନ ଆଖିରେ ଧୂଳି ଦେଇ ବିଦ୍ୟୁତ ସରବରାହ ତଳେ ଅଟ୍ଟାଳିକା ନିର୍ମାଣ କରିଛନ୍ତି ।

ତେବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ । ସୋମବାର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ମ୍ୟୁନିସିପାଲଟି , ଓପିଟିସିଏଲ, ବିଦ୍ୟୁତ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ମିଳିତ ଭାବେ ଏନଭିଆର ରେ ପହିଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବିଦ୍ୟାଳୟକୁ କିପରି ପୌର ସଂସ୍ଥା ପକ୍ଷରୁ ସ୍କୁଲ ନକ୍ସା ଅନୁମୋଦନ ହେଲା , କେଉଁ ପରିସ୍ଥିତିରେ ବିଦ୍ୟୁତ ବିଭାଗ କ୍ଲିୟରାନ୍ସ ଦେଲା ତାର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି ।

ପ୍ରାଥମିକ ତଦନ୍ତ ବେଳେ ସ୍କୁଲଟି ବେଆଇନ ଭାବେ ନିର୍ମାଣ ହୋଇଥିବା ଦୃଷ୍ଟିକୁ ଆସିଛି । ବିଦ୍ୟାଳୟଟି ସମ୍ପୂର୍ଣ୍ଣ ଓପିଟିସିଏଲ ତାର ତଳେ ରହିଥିବାରୁ ପିଲାଙ୍କ ପ୍ରତି ବିପଦ ଥିବା ହୃଦୟଙ୍ଗମ କରିଛନ୍ତି ତଦନ୍ତକାରୀ ଅଧିକାରୀ । ତେବେ ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ସ୍କୁଲଟିକୁ ସ୍ଥାନାନ୍ତର କରିବା ପାଇଁ ଏନଭିଆର ଏଜ୍ୟୁକେସନାଲ ଇନଷ୍ଟିଚ୍ୟୁଟର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.