ETV Bharat / state

କାଶୀପୁରରେ ଝାଡାବାନ୍ତି ଆତଙ୍କ, କଲେରା ନେଇ ବଢିଲା ସନ୍ଦେହ

author img

By

Published : Jul 17, 2022, 8:52 AM IST

Updated : Jul 17, 2022, 10:42 AM IST

କାଶୀପୁରରେ ଆତଙ୍କ ଖେଳାଇଛି ଝାଡାବାନ୍ତି । ଝାଡାବାନ୍ତି ଆକ୍ରାନ୍ତ ଓ ମୃତକଙ୍କ ସ୍ଥିତି ଦେଖି ଅଞ୍ଚଳବାସୀଙ୍କ ମନରେ ପୁଣି କଲେରା ଭୟ ସୃଷ୍ଟି ହୋଇଛି । ଅନ୍ୟପଟେ ଡାଇରିଆ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ୱାସ୍ଥ୍ୟସେବା ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

କାଶୀପୁରରେ ଝାଡାବାନ୍ତି ଆତଙ୍କ, କଲେରା ନେଇ ବଢିଲା ସନ୍ଦେହ
କାଶୀପୁରରେ ଝାଡାବାନ୍ତି ଆତଙ୍କ, କଲେରା ନେଇ ବଢିଲା ସନ୍ଦେହ

ରାୟଗଡା: କାଶୀପୁର ବ୍ଲକରେ ଆତଙ୍କ ଖେଳାଇଛି ଝାଡାବାନ୍ତି । ମୃତକଙ୍କ ସଂଖ୍ୟା ଏବେ ୭କୁ ବୃଦ୍ଧି ପାଇଛି । ପୂର୍ବରୁ ମାତ୍ର ଦୁଇ ଦିନ ମଧ୍ୟରେ କାଶୀପୁରରେ ୬ ଜଣ ଝାଡାବାନ୍ତିରେ ଆଖି ବୁଜି ଥିବାବେଳେ ଶନିବାର ପଞ୍ଚାଳି ଗାଁର ଜଣକର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ହେଉଛନ୍ତି ଗ୍ରାମର ୫୦ ବର୍ଷୀୟ ଅଗାଧୁ ଗରଡା । ଉଷାପଡା ସ୍ଥିତ ଉତ୍କଳ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଗତ ତିନିଦିନ ହେବ ଝାଡାବାନ୍ତିରେ ଆକ୍ରାନ୍ତ ଥିଲେ । ତେବେ ଏହି ଝାଡାବାନ୍ତି ଆକ୍ରାନ୍ତ ଓ ମୃତକଙ୍କ ସ୍ଥିତି ଦେଖି ପୁଣି ଅଞ୍ଚଳବାସୀଙ୍କ ମନରେ ପୁଣି କଲେରା ଭୟ ସୃଷ୍ଟି ହୋଇଛି ।

କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ୬୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଗାଁକୁ ଏହା କବଳିତ କରିବାରେ ଲାଗିଛି । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଉତ୍କଳ ଆଲୁମିନାର ଉତ୍କଳ ହସ୍ପିଟାଲର ରିପୋର୍ଟ ମୁତାବକ, ଗତ ଏକ ସପ୍ତାହ ଧରି ଉଷାପଡାର ଉତ୍କଳ ହସ୍ପିଟାଲରେ ୧୨୨ ଜଣ ଡାଇରିଆ ରୋଗୀ ପଞ୍ଜିକୃତ ହୋଇଛନ୍ତି । ଏମାନେ ଡାଇରିଆ ଓ ତରଳ ଝାଡାରେ ଆକ୍ରାନ୍ତ ଥିବା ଦର୍ଶାଯାଇଛି । ଏମାନଙ୍କ ମଧ୍ୟରୁ ୭୪ ଜଣ ରୋଗୀଙ୍କୁ ଆବଶ୍ୟକ ଔଷଧ ପ୍ରଦାନ କରାଯାଇ ଘରକୁ ପଠାଯାଇଛି । ୪୮ ଜଣ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଥିବା ଜଣାପଡିଛି ।

ଏଠି ପ୍ରଶ୍ନ ଉଠିଛି ସପ୍ତାହ ପୂର୍ବରୁ ଯଦି ଡାଇରିଆ ଦେଖାଦେଲାଣି ତେବେ କାହିଁକି ପ୍ରାଥମିକ ସ୍ତରରୁ ଚିକିତ୍ସା କରାଗଲା ନାହିଁ ? ଯାହାଫଳରେ ଝାଡାବାନ୍ତି ଯୋଗୁଁ ଅକାଳରେ ଝଡି ପଡୁଛି ଜୀବନ । ଅପରପକ୍ଷରେ ସ୍ବାସ୍ଥ୍ୟ ବିଭାଗର ବିଳମ୍ବିତ ପଦକ୍ଷେପ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଦାୟିତ୍ବହୀନତା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ବର୍ତ୍ତମାନ ଏହି ବ୍ଲକର ୬୦ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତଙ୍କ ଚିକିତ୍ସା ଚାଲିଛି । ଆକ୍ରାନ୍ତମାନେ ହେଲେ ଟିକିରି ଗ୍ରାମର ଚଞ୍ଚଳା ଊରୁବୁଡି(୬୫), ଦୁର୍ଯ୍ୟୋଧନ ଝୋଡିଆ (୨୫), ପ୍ରଫୁଲ୍ଲ ବେହେରା(୩୧), କାଶୀପୁରର ମଧୁସୁଦନ ନାଏକ(୬୫), କୁଚେଇପଦର ଗ୍ରାମର ଆଲାମେ ମାଝୀ(୭୨), ଅଣ୍ଡିରାକଞ୍ଚର ଜନମତି ନାଏକ(୫୦), ସୁରୁଗୁଞ୍ଜା ଗ୍ରାମର ସୁବାନି ମାଝୀ(୫୦) ।

ଏତଦ୍ ବ୍ୟତୀତ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୩୧, କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୭, ଉଷାପଡା ମେଡିକାଲରେ ୪ ଜଣ ଚିକିତ୍ସିତ ହେଉଛନ୍ତି । ଏବେ ସ୍କୁଲରେ ମଧ୍ୟ ଡାଇରିଆ ପଶିଥିବା ଦେଖାଯାଇଛି । ଥୁଟିବାର ସେବାଶ୍ରମର ୧୧ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଟିକିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ରାୟଗଡା ଜିଲ୍ଲାପାଳ କାଶୀପୁର ଗସ୍ତ କରି ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିଛନ୍ତି । ପ୍ରଥମେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ରୋଗୀମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ କିଚିତ୍ସା ନିମନ୍ତେ କ'ଣ ସବୁ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ । ବର୍ତ୍ତମାନ ସ୍ଥିତିରେ ରୋଗୀମାନଙ୍କୁ ନେବା ଆଣିବା ପାଇଁ ଟିକିରି ଠାରେ ୪ ଟି ଆମ୍ବୁଲାନ୍ସ ସେବା ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଜିଲ୍ଲାପାଳ ଡାଇରିଆ ସଂକ୍ରମିତ ଟିକିରିର ଝୋଡିଆ ସାହି ବୁଲି ଦେଖିବା ସହ ଡାଇରିଆରେ ମୃତକଙ୍କ ପରିବାର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ ।

ସେଠାରୁ ଜିଲ୍ଲାପାଳ ଦୁଡୁକାବାହାଲ ଗ୍ରାମକୁ ଯାଇ ସେଠାରେ ମଧ୍ୟ ମୃତକ ପରିବାରକୁ ଭେଟି ଆଲୋଚନା କରିବା ସହିତ ପିଇବା ପାଣି ପାଇଁ ବ୍ୟବହାର କରୁଥିବା କୂଅ ବୁଲି ଦେଖିଥିଲେ । ଦୀର୍ଘ ଦିନ ଧରି ଦୁଡୁକାବାହାଲ ଗ୍ରାମରେ ସୌରଚାଳିତ ଡୁଆଲ ପମ୍ପ ଅଚଳ ହୋଇ ପଡି ଥିବାବେଳେ ତୁରନ୍ତ ଦୁଇଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଗ୍ରାମୀଣ ଜଳ ଯୋଗାଣ ସଂସ୍ଥାର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଭାବିତ ଗ୍ରାମରେ ତୁରନ୍ତ ସାନିଟାଇଜ (ବିଶୋଧନ) କରିବା ସାଙ୍ଗକୁ ସଂକ୍ରମିତ ଗ୍ରାମଗୁଡିକର ଜଳ ଉତ୍ସ ବିଶୋଧନ କରିବାକୁ କାଶୀପୁର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଜିଲ୍ଲାପାଳ ମୃତକ ପରିବାରକୁ ରେଡକ୍ରସ୍‌ରୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିବାକୁ କାଶୀପୁର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଉଷାପଡା ସ୍ଥିତ ଉତ୍କଳ ଆଲୁମିନା ମେଡିକାଲକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ଉତ୍କଳ ଆଲୁମିନାର ଅଧିକାରୀଙ୍କ ସହିତ ୩୦ ଗୋଟି ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତ ରଖିବା ପାଇଁ ଆଲୋଚନା କରିଥିଲେ ।

ଇଟିଭି ଭାରତ, ରାୟଗଡା

Last Updated : Jul 17, 2022, 10:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.