ରାୟଗଡା: ରାତି ପାହିଲେ ଚଳିତ ବର୍ଷ ଶ୍ରାବଣ ମାସ ଶେଷ ସୋମବାର । ଶିବ ଲିଙ୍ଗରେ ପାଣି ଢାଳିବା ପୂର୍ବରୁ ଟ୍ରକ ତଳେ ଚାପିହୋଇ ପ୍ରାଣ ହରାଇଲେ ଜଣେ କାଉଡିଆ । ମୃତକ ଜଣକ ରାୟଗଡା ଜିଲ୍ଲା ରାଣୀଗୁଡା ଅଞ୍ଚଳର ପ୍ରଦୀପ କୁମାର ଆଚାର୍ଯ୍ୟ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ରାୟଗଡା ସହର ଠାରୁ 7 କିମି ଦୂର ଅନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାୟଗଡାରୁ ଜଳଧରି ଶେଶଖାଲ ମନ୍ଦିରକୁ ଦୁଇଟି ମୋଟର ସାଇକଲ ଯୋଗେ ତିନିଜଣ କାଉଡ଼ିଆ ଯାଉଥିଲେ । ଶେଶଖାଲ ଥାନା ଅନ୍ତର୍ଗତ ଲାଡା ନିକଟ ତାପଲରାଓ ଘାଟିର ଏକ ବୁଲାଣିରେ ସାମ୍ନା ପଟୁ ଏକ ଟ୍ରକ ଧକ୍କା ଦେଇଥିଲା ବାଇକକୁ । ଫଳରେ ଘଟଣାସ୍ଥଳରେ ଜଣେ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିବାବେଳେ ପଛରେ ବସିଥିବା ଅନ୍ୟ ଜଣେ କାଉଡିଆ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାସ୍ଥଳରେ ସେସଖାଲ ପୋଲିସ ପହଞ୍ଚି ଟ୍ରାକକୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ