ETV Bharat / state

ଜୋର ଧରିଲା ବଂଶଧାରା ଉପରମୁଣ୍ଡରେ ଜଳପ୍ରକଳ୍ପ ନିର୍ମାଣ ଦାବି - ରାୟଗଡ଼ାରେ ଜଳ ପ୍ରକଳ୍ପ ଦାବି

ବଂଶଧାରା ଉପରମୁଣ୍ଡରେ ଜଳପ୍ରକଳ୍ପ ନିର୍ମାଣ ଦାବିରେ ସ୍ବାଧୀନତା ଦିବସ ଅବସରରେ ଗୁଡାରି ବ୍ଲକ ପାଣିଡଙ୍ଗର ଠାରୁ ଆରମ୍ଭ ହେଲା ପଦଯାତ୍ରା । ଅଧିକ ପଢ଼ନ୍ତୁ...

ଜୋର ଧରିଲା ବଂଶଧାରା ଉପରମୁଣ୍ଡରେ ଜଳପ୍ରକଳ୍ପ ନିର୍ମାଣ ଦାବି

author img

By

Published : Aug 15, 2021, 10:08 PM IST

ରାୟଗଡ଼ା: ବଂଶଧାରା ଉପରମୁଣ୍ଡରେ ଜଳ ପ୍ରକଳ୍ପ ନିର୍ମାଣ ଦାବି ଧୀରେ ଧୀରେ ଘନେଇବାରେ ଲାଗିଲାଣି । ବଂଶଧାରା ଉପରମୁଣ୍ଡରେ ଜଳପ୍ରକଳ୍ପ ନିର୍ମାଣ ପାଇଁ ପ୍ରତିଦିନ ଗୁଣପୁର ସହରରେ ବିଭିନ୍ନ ସଂଗଠନ ପଦଯାତ୍ରା କରି ରାଜ୍ୟ ସରକାରଙ୍କୁ ଦାବି କରି ଆସୁଛନ୍ତି । ସ୍ବାଧୀନତା ଦିବସ ଅବସରରେ ଗୁଡାରି ବ୍ଲକ ପାଣିଡଙ୍ଗରଠାରୁ ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଆରମ୍ଭ ହୋଇ ଗୁଡାରିରେ ଶେଷ ହୋଇଛି । ଏହି ପଦଯାତ୍ରାରେ ବଂଶଧାରା ଅବବାହିକା ସୁରକ୍ଷା ସମିତିର ସଦସ୍ୟଙ୍କ ସମେତ ଗୁଣୁପୁର, ଗୁଡାରି, ରାଉତଗୁଡା, ବାଇନାଗୁଡା, ପାଣିଡଙ୍ଗର ଇତ୍ଯାଦି ଗାଁରୁ ଶତାଧିକ ଲୋକ ଭାଗ ନେଇଥିଲେ ।

ଜୋର ଧରିଲା ବଂଶଧାରା ଉପରମୁଣ୍ଡରେ ଜଳପ୍ରକଳ୍ପ ନିର୍ମାଣ ଦାବି

ବଂଶଧାରା ଉପରମୁଣ୍ଡରେ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବା ସହ ଆନ୍ଦୋଳନକାରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ଏହାସହ ଏହି ପ୍ରକଳ୍ପ ପାଇଁ ରାଜ୍ଯ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଗୁଡାରିଠାରୁ ପାଲ୍ ସିଂ ପର୍ଯ୍ୟନ୍ତ ଏଭଳି କାର୍ଯକ୍ରମ କରାଯିବ ବୋଲି ବଂଶଧାରା ସୁରକ୍ଷା ସମିତି ପକ୍ଷରୁ ସୂଚନା ମିଳିଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.