ETV Bharat / state

ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ବିଧି ସମ୍ପନ୍ନ

author img

By

Published : Jun 24, 2021, 11:01 PM IST

ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ଠାରେ କୋଭିଡ କଟକଣା ମଧ୍ୟରେ ସରିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ବିଧି । ସକାଳ 5ଟା ରେ ମଙ୍ଗଳ ଆଳତି ପରେ ଦ୍ବାରଫିଟା ନୀତି, ତଡପ ଲାଗି, ଗୋପାଳ ବଲ୍ଲଭ ଭୋଗୋ ପରେ 8 ବେଳେ ତିନି ଠାକୁର ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପରେ ବିଜେ କରିଥିଲେ । ଅଧିକ ପଢନ୍ତୁ...

ରାୟଗଡରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ବିଧି ସମ୍ପନ୍ନ

ରାୟଗଡ: ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ଠାରେ କୋଭିଡ କଟକଣା ମଧ୍ୟରେ ସରିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ବିଧି । ସକାଳ 5ଟା ରେ ମଙ୍ଗଳ ଆଳତି ପରେ ଦ୍ବାରଫିଟା ନୀତି, ତଡପ ଲାଗି, ଗୋପାଳ ବଲ୍ଲଭ ଭୋଗୋ ପରେ 8 ବେଳେ ତିନି ଠାକୁର ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପରେ ବିଜେ କରିଥିଲେ । ନୀତିକାନ୍ତି ଅନୁଯାୟୀ ରାଜପୁରୋହିତ ବିରଞ୍ଚି ଦାସଙ୍କ ପୂଜାର୍ଚ୍ଚନା ପରେ ତିନି ଠାକୁରଙ୍କ ସ୍ନାନବିଧି ସମ୍ପୂର୍ଣ୍ଣ ହୋଇଥିଲା ।

ପରେ ତିନି ଠାକୁର ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । କୋଭିଡକୁ ଦୃଷ୍ଟିରେ ରାଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି କୋଭିଡ଼ ପରୀକ୍ଷା କରାଯାଇଥିଲା । ଯଦିଓ ୧୦୦ ପରିବାର ସେବାୟତ ଆଛନ୍ତି ତଥାପି ୩୦ ଜଣଙ୍କୁ ନେଇ ଦେବସ୍ନାନ ନୀତି ସମ୍ପର୍ଣ୍ଣ ହୋଇଥିଲା ।

ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗନ୍ନାଥ ମନ୍ଦିର ଅଧ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ 144 ଜାରି କରା ଯାଇଥିଲା । ଫଳରେ ଆଜି(ଗୁରୁବାର) ବିନା ଭକ୍ତର ପ୍ରଭୁଙ୍କ ସ୍ନାନବିଧି ସମ୍ପୂର୍ଣ୍ଣ ହୋଇଛି । ଭକ୍ତଙ୍କ ଗହଳି ଉପରେ ନଜର ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ହାତ ଗଣତି ସୀମିତ ସଂଖ୍ୟାରେ ସେବାୟତଙ୍କୁ ନେଇ ଦେବସ୍ନାନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ଏହିସବୁ କାର୍ଯ୍ୟକ୍ରମର ଦେବତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ବେହେରା ଉପସ୍ଥିତ ରହି ପରିଚାଳନା କରିଥିଲେ । ତେବେ ଜିଲ୍ଲାପାଳ ସୋରୋଜ କୁମାର ମିଶ୍ର, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଏସଡିପିଓ ଦେବଜ୍ୟୋତି ଦାସ ପ୍ରମୁଖ ଉପସ୍ଥିତ ହୋଇ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି ତିନି ଠାକୁରଙ୍କ ଦେବସ୍ନାନ ନୀତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.