ETV Bharat / state

ଗଞ୍ଜେଇ ଚାଲାଣରେ ମାଫିଆଙ୍କ ସହ ଡିଲ, ବନ୍ଧା ହେଲେ ତିନି ଗୃହରକ୍ଷୀ - ବନ୍ଧା ହେଲେ ତିନି ଗୃହରକ୍ଷୀ

ରାୟଗଡା ଜିଲ୍ଲା ଗୁମୁଡା ନିକଟରେ ଗଞ୍ଜେଇ ଚୋରା ଚାଲାଣରେ ତିନିଜଣ ଗୃହରକ୍ଷୀ ସଂପୃକ୍ତ ଥିବା ଜଣାପଡିବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତ...

ଗଞ୍ଜେଇ ଚାଲାଣରେ ପୋଲିସଙ୍କ ଡିଲ
ଗଞ୍ଜେଇ ଚାଲାଣରେ ପୋଲିସଙ୍କ ଡିଲ
author img

By

Published : May 24, 2021, 8:42 AM IST

ରାୟଗଡା: ଲୋଭ ମଣିଷକୁ ଅନ୍ଧ କରିଦିଏ । ଲୋଭର ବଶବର୍ତ୍ତୀ ହୋଇ ମଣିଷ ନିଜର ଦାୟିତ୍ବକୁ ଭୁଲିଯାଏ । କେଇଟା ଟଙ୍କା ପାଇଁ ନିଜ ବର୍ଦ୍ଦିକୁ ଅପମାନିତ କରିଥାଏ । ଗଞ୍ଜେଇ ଚୋରା ଚାଲାଣରେ ତିନିଜଣ ଗୃହରକ୍ଷୀଙ୍କ ସଂପୃକ୍ତ ଥିବି ଘଟଣାରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି ଯେ ଲୋଭ ମଣିଷକୁ କେତେ ତଳକୁ ଖସାଇ ପାରେ ।

ଗଞ୍ଜେଇ ଚାଲାଣରେ ମାଫିଆଙ୍କ ସହ ଡିଲ

ସୂଚନାଅନୁସାରେ, ରାୟଗଡା ଜିଲ୍ଲା ଗୁମୁଡା ନିକଟରେ ଗଞ୍ଜେଇ ଚୋରା ଚାଲାଣରେ ତିନିଜଣ ହୋମଗାର୍ଡ ସଂପୃକ୍ତ ଥିବା ଜଣାପଡିଛି । ମେ 17 ତାରିଖରେ ଏକ ଗଞ୍ଜେଇ ଚାଲାଣ ହେଉଥିବା ଗାଡିକୁ ଛାଡ଼ି ଦେବା ପାଇଁ ମାଫିଆ ଓ ଗୃହରକ୍ଷୀଙ୍କ ମଧ୍ୟରେ 4 ଲକ୍ଷ 70 ହଜାର ଟଙ୍କାର ଡିଲ ହୋଇଥିଲା । ଏହି ଡିଲ ବିଷୟରେ ଖବର ପାଇ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ପୋଲିସ ଜଣଙ୍କ ଆକାଉଣ୍ଟରୁ 1ଲକ୍ଷ ଓ ଅନ୍ୟଜଣଙ୍କ ଆକାଉଣ୍ଟରୁ 2 ଲକ୍ଷ ଟଙ୍କା ଜବତ କରିଛି । ବଳକା ଟଙ୍କା ସେମାନେ ଖର୍ଚ୍ଚ କରି ଦେଇଥିବା ସ୍ବୀକାର କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରସାଦ କୁମ୍ଭାର, ଗୋପବନ୍ଧୁ ଗୌଡ଼, ଜି କ୍ରିଷ୍ଣା ରାଓ । ଏମାନଙ୍କ ମଧ୍ୟରୁ ଜଣେ ଗୁଣୁପୁର ଥାନାର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁମୁଡ଼ା ଫାଣ୍ଡିର ବୋଲି ଜଣାପଡିଛି । ଅନ୍ୟ ଜଣେ ଅଭିଯୁକ୍ତ ଅନିଲ କୁମାର ଗୌଡ଼କୁ ମଧ୍ୟ ଗିରଫ କରାଯାଇଛି । ପୋଲିସ ଆଗକୁ ଏଭଳି ଘର ଢ଼ିଙ୍କି କୁମ୍ଭୀରଙ୍କୁ ଖୋଜି ଉଚିତ ଶାସ୍ତି ଦେବାକୁ ସାଧାରଣରେ ଦାବି ହୋଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.