ETV Bharat / state

ଯାତ୍ରା ଦେଖିବାକୁ ଯାଇ ନାବାଳିକା ନିଖୋଜ, ରାସ୍ତାକଡରୁ ମିଳିଲା ମୃତଦେହ - ଆଦିବାସୀ ନାବାଳିକା ମୃତ

ରାସ୍ତା କଡ଼ରୁ ଆଦିବାସୀ ନାବାଳିକାର ମୃତଦେହ ଉଦ୍ଧାର । ଯାତ୍ରା ଦେଖୁଥିବା ସମୟରେ ନିଖୋଜ ହୋଇଯାଇଥିଲା ୧୬ ବର୍ଷୀୟା ନାବାଳିକା ପାର୍ଦି କ୍ରାଇସ୍କା । ହତ୍ୟା ସନ୍ଦେହ । ଅଧିକ ପଢ଼ନ୍ତୁ

dead body
dead body
author img

By

Published : May 28, 2022, 10:08 AM IST

ରାୟଗଡ଼ା: ରାସ୍ତା କଡ଼ରୁ ଆଦିବାସୀ ନାବାଳିକାର ମୃତଦେହ ଉଦ୍ଧାର । ଦୁଇ ଭଉଣୀଙ୍କ ସହ ଯାତ୍ରା ଦେଖୁଥିବା ସମୟରେ ହଠାତ ନିଖୋଜ ହୋଇଯାଇଥିଲା ୧୬ ବର୍ଷୀୟା ନାବାଳିକା ପାର୍ଦି କ୍ରାଇସ୍କା । ପରଦିନ ସକାଳୁ ରାସ୍ତା କଡ଼ରୁ ମୃତଦେହ ଠାବ । ହତ୍ୟା ସନ୍ଦେହ ।

ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ସାର୍କିମା ପଞ୍ଚାୟତର ଲିଟିଗୁଡା ଗ୍ରାମର ମିଟିକା କ୍ରାଇସିକାଙ୍କ ୩ଝିଅ ଗୁରୁବାର ରାତିରେ ବ୍ଲକ ସଦରମହକୁମାରେ ଅନୁଷ୍ଠିତ ଯାତ୍ରା ଦେଖିବା ପାଇଁ ଯାଇଥିଲେ । ସେଠାରେ ସାନ ଭଉଣୀ ଦେଖା ନ ଯିବାରୁ ଅନ୍ୟ ଦୁଇଭଉଣୀ ବହୁତ ଖୋଜି ଥିଲେ ମଧ୍ୟ ଭଉଣୀ ପାର୍ଦିର କୌଣସି ପତ୍ତା ମିଳିନଥିଲା । ଗାଁ କୁ ଯିବା ସମୟରେ ପୂର୍ତିଗୁଡାରେ ଥିବା ସମ୍ପର୍କୀୟଙ୍କ ଜ୍ବାଇଁ ତୁମ୍ବା ଗୁମିଡାଙ୍ଗାକୁ ପଚାରିବାରୁ ପାର୍ଦି ଅନ୍ୟ ସାଙ୍ଗମାନଙ୍କ ସହ ଚାଲିଯାଇଥିବା ସେ କହିଥିଲେ । ଏହା ଶୁଣି ଦୁଇ ଭଉଣୀ ସାନ ଭଉଣୀକୁ ନ ଖୋଜି ଘରକୁ ଚାଲିଯାଇଥିଲେ ।

ତେବେ ପରଦିନ ସକାଳୁ ଲୋକମାନେ ଯିବା ବାଟରେ ପାର୍ଦିର ମୃତ ଶରୀର ଚିଚିପଙ୍ଗା ନିକଟ ରାସ୍ତା କଡ଼ରେ ପଡ଼ିଥିବା ଦେଖିଥିଲେ । ଖବର ପାଇ ଚନ୍ଦ୍ରପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଜ୍ବାଇଁ ତୁମ୍ବାକୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.