ETV Bharat / state

ଭୂଆଁ ବୁଲାଇ ଟଙ୍କା ନେଇ ନେଇଗଲେ ଓପିଲିପି ବାବୁ, ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରସ୍ତ ଡଙ୍ଗରିଆ ମହିଳା - ଅତିରିକ୍ତ ଜିଲ୍ଲାପାଳଙ୍କୁ ଡଙ୍ଗରିଆ ମହିଳାଙ୍କ ପ୍ରଶ୍ନ

ଡଙ୍ଗରିଆଙ୍କଠୁ ଓପିଲିପିର ହରିଲୁଟ ଅଭିଯୋଗ । ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ “ଆଜ୍ଞା ପଇସା ପଠେଇଥିଲି । ତତେ ମିଳିଲାକି ?" ବୋଲି ପ୍ରଶ୍ନ କଲେ ମହିଳା । ଏଭଳି ଅଭିଯୋଗ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ

ଓପେଲିପିର ହରିଲୁଟ
ଓପେଲିପିର ହରିଲୁଟ
author img

By

Published : May 13, 2023, 2:11 PM IST

ଓପିଲିପିର ହରିଲୁଟ

ରାୟଗଡା: ସରକାରୀ ସଂସ୍ଥା ଓପେଲିପିର ହରିଲୁଟ୍‌ ଅଭିଯୋଗ । ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ପ୍ରଶ୍ନ କରିଲେ ବିରଳ ଜନଜାତି ଡଙ୍ଗରିଆ ମହିଳା ଟିମି ପୁଷିକା । “ଆଜ୍ଞା ପଇସା ପଠେଇଥିଲି । ତତେ ମଳିଲାକି ?" ବୋଲି ସୁଦୂର ନିୟମଗିରି ପାହାଡରୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ସେ ପ୍ରଶ୍ନ କରିଛନ୍ତି । ଜଣେ ଡଙ୍ଗରିଆ ମହିଳା ହୋଇ ପାଟି ଖୋଲିଥିବାରୁ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଭିଯୋଗ ଅନୁସାରେ, ଓଡ଼ିଶା ଆଦିବାସୀ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ(ଓପିଲିପି) ସହିତ ଆକୁସୁସ ନାମକ ଏକ ଏନଜିଓ ଦ୍ୱାରା ଏହି ଯୋଜନାକୁ ସାକାର କରିବା କାର୍ଯ୍ୟ ତୁଲାଇ ଆସୁଛି । ପ୍ରବେଶ ଦ୍ୱାରରେ ଓଡିଶା ସରକାର, ଆଇଫାଡ ଓ ଓପିଲିପିର ବଡବଡ ସୂଚନା ଫଳକ ଲଗାଇ ପାହାଡ ଭିତରେ ନିରୀହ ଆଦିବାସୀଙ୍କ ପାଇଁ ଆସୁଥିବା ଟଙ୍କାକୁ ବାଟମାରଣା କରୁଛନ୍ତି ଏହି କର୍ମଚାରୀ । ଆଉ ଋତୁଭିତ୍ତିକ ଚାଷ ବ୍ୟବସାୟ ନାମରେ ୨୭ହଜାର ଟଙ୍କା ଦେଇ ସେଥିରୁ ୬ହଜାର ୫ଶହ ଟଙ୍କା ବାଟମାରଣା କରିଥିବା ନେଇ ଟିମି ଅଭିଯୋଗ କରିଛନ୍ତି । ଏନେଇ ସେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ପ୍ରଶ୍ନ କରିଛନ୍ତି । ଜଣେ ଡଙ୍ଗରିଆ ମହିଳା ବାହାରକୁ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଷମକଟକ ବ୍ଲକର ଚାଞ୍ଚଡାଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପାହାଡ ପାଦଦେଶରେ ବାଲାପାଇ ଗାଁ । ବ୍ୟବସାୟ କରିବା ପାଇଁ ଗ୍ରାମର ଟିମି ପୁଷିକାଙ୍କୁ ୨୭ ହଜାର ଟଙ୍କା ଦିଆଯାଇଥିଲା । ଏହି ଟଙ୍କା ଟିମିଙ୍କ ଜମା ଖାତାକୁ ଆସିବା ପରେ ବାବୁମାନେ ଟିମିଙ୍କ ଘର ଦାଣ୍ଡରେ ଆସି ପହଞ୍ଚିଥିଲେ । ଆଉ ଓଜନ କରିବା ପାଇଁ ଡିଜିଟାଲ ନିକିତି ଯାହାର ଦାମ ୭ହଜାର ୯ଶହ ଟଙ୍କା, ସେହିପରି ୫ହଜାର ୫ଶହ ଟଙ୍କା ମୂଲ୍ୟର ଗୋଟିଏ ସାଇକେଲ ଏବଂ ୮ଶହ ଟଙ୍କା ଦେଇ ଦୁଇଟି ଚୌକି କିଣିଦେଇଥିଲ । ପରେ ଆସି ଜମା ଖାତରେ ଥିବା ଟଙ୍କାରୁ ୬୫୦୦ ଟଙ୍କା ମାଗି ନେଇଯାଇଥିବା ଟିମି ପୁଷିକା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଧିକାରୀଙ୍କ ଆଗରେ ରମେଶ ନାଲା, ସହଦେବ ଭଳି କିଛି ବ୍ୟକ୍ତିବିଶେଷଙ୍କ ନାମ ଟିମିଙ୍କ ମୁହଁରୁ ବାରମ୍ବାର କହୁଥିବା ଶୁଣିବାକୁ ମିଳିଥିଲା । ଅଫିସରମାନେ ଏ ଟଙ୍କା ନେବେ ବୋଲି ରମେଶ ଓ ସହଦେବ ତାଙ୍କୁ ଭିଡିଓ କଲ ମାଧ୍ୟମରେ କହିଥିଲେ ବୋଲି ସେ କହିଥିଲେ । ଆଉ ସେଥିପାଇଁ ସେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜୋର୍‌ କରି ପଚାରିଥିଲେ, “ଆଜ୍ଞା ପଇସା ପଠେଇଥିଲି । ତତେ ମଳିଲାକି ?”

ସେ ଆହୁରି ମଧ୍ୟ ଅଭିଯୋଗ କରି କହିଛନ୍ତି, ଗ୍ରାମର ଶିଶୁମାନଙ୍କ ଖାଇବା ପାଇଁ ମଜୁରି ବାବଦରେ ରନ୍ଧା ଟଙ୍କା ମଧ୍ୟ ଗତ ୧୪ ମାସ ଧରି ମିଳି ନାହିଁ । ବାଲାପାଇ ଗାଁର ଶିଶୁଙ୍କ ପୁଷ୍ଟି ସାଧନ ନିମନ୍ତେ ରୋଷେଇ କରି ଯୋଗାଇବା ପାଇଁ ଟିମିକୁ ପ୍ରକଳ୍ପ ତରଫରୁ ନିୟୋଜିତ କରାଯାଇଛି । ମାସିକ ୩ ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ଟଙ୍କାଟିଏ ବି ମଜୁରି ମିଳିନାହିଁ । ଓପେଲିପ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ସେମାନେ ନଶୁଣିବାରୁ ଅଭିଯୋଗ କରିବା ପାଇଁ ମୁଁ ଆସିଛି ।"

ତେବେ ପ୍ରଶ୍ନ ଉଠୁଛି ଯେ ଡିକେଡିଏ ଚାଟିକଣା ଅଧିନରେ ଆସୁଥିବା ବିଷମକଟକ ଓ ମୁନିଗୁଡା ବ୍ଲକର ୧୦୦ରୁ ଅଧିକ ଗାଁମାନଙ୍କରେ ଆଦିମ ଜନଜାତିଙ୍କ ବିକାଶର ଅର୍ଥ କେତେ ସୁରକ୍ଷିତ ? ନିୟମଗିରି ପାହାଡରେ ଡିକେଡିଏ ଦ୍ଵାରା ୧୧କୋଟି ୧୧ଲକ୍ଷ ଟଙ୍କା କେବଳ ୨୦୨୨-୨୦୨୩ ବର୍ଷ ପାଇଁ ପ୍ରକଳ୍ପ ଅଟକଳ କରି ଖର୍ଚ୍ଚ କରାଯାଇଛି । ଏହି ଅର୍ଥକୁ ଠିକ ଭାବରେ ବିନିଯୋଗ କରିବା ପାଇଁ ଲୋକଙ୍କ ଟିକସରୁ ବେତନ ଦେଇ ସରକାର ଜଣେ ସ୍ୱତନ୍ତ୍ର ଅଧିକାରୀ, ପ୍ରକଳ୍ପ ପରିଚାଳକଙ୍କ ସମେତ ୧୨ଜଣ କର୍ମଚାରୀ ନିୟୋଜିତ କରିଛନ୍ତି । ଏହାର ସଫଳ ରୁପାୟନ ପାଇଁ ଆକସୁସ ନାମକ ବେସରକାରୀ ଅନୁଷ୍ଠାନର ସହାୟତା ନିଆଯାଇଛି । ସେମାନେ ମଧ୍ୟ ୩୦ରୁ ଅଧିକା କର୍ମଚାରୀ ନିୟୋଜନ କରିଛନ୍ତି । ତେବେ ବାଡ ଯଦି ଫସଲ ଖାଇଯିବ, ତେବେ ଗୁହାରି କରିବା କାହାକୁ ? ଟିମି ପୁଷିକାର ଅଭିଯୋଗ ପରେ ଏହା ଏକ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି । ଡଙ୍ଗରିଆ ଝିଅଟିର ବିକଳ ସ୍ୱର ଶୁଣିବା ପରେ ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ବିଷମକଟକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ତୁରନ୍ତ ତଦନ୍ତ ଭାର ଦିଆଯିବ ବୋଲି କହିଛନ୍ତି । ସମ୍ପୃକ୍ତ ଝିଅର ଘରକୁ ଯାଇ ସମସ୍ତ ବିଷୟ ତଦନ୍ତ କରି ଆସିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.