ETV Bharat / state

'ମା ଭଉଣୀ ଜଙ୍ଗଲ ଯିବେ, ଦରକାର ନାହିଁ ତୁମ ସୁରକ୍ଷା' - Rayagada

ସିଆରପିଏଫ କ୍ୟାମ୍ପକୁ ବିରୋଧ । ସୁରକ୍ଷା ନୁହେଁ, ଦାବି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା। ମାଓବାଦୀ କହି ପୋଲିସ ଜୁଲୁମବାଜ ଦେଖାଉଥିବା ଅଭିଯୋଗ କରିଛନ୍ତି ନିୟମଗିରି ଡଙ୍ଗରିଆ କନ୍ଧ। ସିଆରପିଏଫ କ୍ୟାମ୍ପ ଉଠାଇନେବାକୁ ଦାବି ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Feb 19, 2019, 3:21 PM IST

ରାୟଗଡା: ସିଆରପିଏଫ କ୍ୟାମ୍ପ ନୁହେଁ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଦରକାର। ଜମି ପଟ୍ଟା, ବାସଗୃହ ଓ ପାନୀୟ ଜଳ ଦରକାର। ସାଧାରଣ ଲୋକଙ୍କୁ ମାଓବାଦୀ କହି ପୋଲିସର ଜୁଲୁମବାଜ ଚଳିବ ନାହିଁ । ଏଭଳି କିଛି ନାରା ଦେଇ ଗର୍ଜିଛନ୍ତି ନିୟମଗିରି ଡଙ୍ଗରିଆ କନ୍ଧ । ସିଆରପିଏଫ କ୍ୟାମ୍ପକୁ ଘେରାଓ କରିଥିଲେ ଆନ୍ଦୋଳନକାରୀ ।

ସୋମାବାର କଳାହାଣ୍ଡି ଲାଞ୍ଜିଗଡ ତ୍ରିଲଚନପୁରରେ ଏକଜୁଟ ହୋଇଥିଲେ ଶହଶହ ଡଙ୍ଗରିଆ କନ୍ଧ । ହାତରେ ଥିଲା ପାରମ୍ପରିକ ଅସ୍ତ୍ରଶସ୍ତ୍ର। ଘେରାଓ କରିଥିଲେ ତ୍ରିଲଚନପୁର ସିଆରପିଏଫ କ୍ୟାମ୍ପ । ନୂଆ କରି ସ୍ଥାପନ ହୋଇଥିବା ଏହି କ୍ୟାମ୍ପକୁ ସିଧାସଳଖ ବିରୋଧ କରିଥିଲେ ଆନ୍ଦୋଳନକାରୀ । ସ୍ଥାନୀୟ ସରପଞ୍ଚଙ୍କ ବିନା ଅନୁମତିରେ କିପରି ସିଆରପିଏଫ କ୍ୟାମ୍ପ ସ୍ଥାପନ ହେଲା, ତାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
undefined

ଦିନେ ପୋଲିସ ଯାହାକୁ ମାଓବାଦୀ କହି ଏନକାଉଣ୍ଟର କରିଥିଲା, ସେହି ମନ୍ଦ କାଡରାକାକୁ ସାଧାରଣ ଲୋକ ବୋଲି କହିଛନ୍ତି ଆନ୍ଦୋଳନକାରୀ । ମାଓବାଦୀ ନାଁ ନେଇ ସାଧାରଣ ଲୋକଙ୍କ ଉପରେ ପୋଲିସ ଅତ୍ୟାଚାର କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଆଉ ଏଥିପାଇଁ ସିଆରପିଏଫ କ୍ୟାମ୍ପକୁ ବିରୋଧ ବି କରିଛନ୍ତି ।

ଆନ୍ଦୋଳନକାରୀଙ୍କ କହିବା କଥା ହେଲା, ସେମାନେ ଡଙ୍ଗରିଆ । ଜଙ୍ଗଲରୁ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି । ଜଙ୍ଗଲରେ ବୁଲିବା ସେମାନଙ୍କ ନିତିଦିନିଆ ଘଟଣା । ହେଲେ ସେମାନଙ୍କୁ ମାଓବାଦୀ ବୋଲି କହୁଛି ପୋଲିସ । ଆଉ ଏନକାଉଣ୍ଟର କରୁଛି । ଏଭଳି ଅଭିଯୋଗ କରିଛନ୍ତି ଡଙ୍ଗରିଆ କନ୍ଧ ।

ଆସନ୍ତା 22ରୁ 24 ତାରିଖରେ ଡଙ୍ଗରିଆ କନ୍ଧ ପାଳିବେ ଘଟି ପର୍ବ । ହେଲେ ପର୍ବ ପାଳନ ପୂର୍ବରୁ ସେମାନଙ୍କୁ ଘାରିଛି ପୋଲିସ ଭୟ । ଆନ୍ଦୋଳନକାରୀ କହିଛନ୍ତି, 2 ବର୍ଷ ପୂର୍ବ ଏହି ପର୍ବରେ ସାମିଲ ହେବାକୁ ଯାଉଥିବା ମନ୍ଦ କାଡରାକାକୁ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ । ଆଉ ଆଗକୁ ମଧ୍ୟ କିଛି ଏଭଳି ଅଘଟଣକୁ ନେଇ ଭୟଭୀତ ଥିବା କହିଛନ୍ତି ଡଙ୍ଗରିଆ କନ୍ଧ । ତେଣୁ ସିଆରପିଏଫ କ୍ୟାମ୍ପକୁ ଉଠାଇନେବାକୁ ଦାବି କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ଭିଓ 1

ରେଡିଓ ବା ବେତାର ଦିନ ଥିଲା ରେଡିଓ ରୁ କିଛି ଶବ୍ଦ ଟିକିଏ ଶୁଣିଲେ ଲୋକ ଖୁସି ନାଚି ଉଠୁଥିଲେ। ଆଉ ଯଦି ଗାଁ ରେ ଗୋଟିଏ ରେଡିଓ କାହା ପାଖରେ ଅଛି ତା ହେଲେ ତା ହେଲେ ତ ପିଲା ଠାରୁ ବୁଢା ସମସ୍ତେ ରେଡିଓ ର ଖବର ,ଗୀତ ଶୁଣିବା ପାଇଁ । ଆଉ  ରେଡିଓ ର ଚାହିଦା ସେତେବେଳେ ବଢି ଥିଲା ଯେତେ ବେଳେ ଚାଷୀ ତା ଚାଷ ସମ୍ବନ୍ଧୀୟ ଖବର ସବୁ ପାଉଥିଲା। ପୂର୍ବ ରୁ ଆଉ ଏବେ ମଧ୍ୟ ଲୋକ ବିପର୍ଯ୍ୟୟ ସମୟ ରେ ଖବର ପ୍ରସାର ରେ ରେଡିଓ ହିଁ କାମ ଆସେ।କିନ୍ତୁ ଆଧୁନିକତା ର ଚାକଚକ୍ୟ ଭିତରେ ରେଡିଓ ହଜି ଯାଇଛି ସତ ହେଲେ ଆଜି ବି କିଛି ଜଣ ରେଡିଓ ପ୍ରେମୀ ଅଛନ୍ତି ଯାହାଙ୍କ ପାଖରେ ଶହ ଶହ ପୁରଣା  ରେଡିଓ ସବୁ  ବଞ୍ଚି ରହିଛି।

ଭିଓ2
ଏ ହଉଛନ୍ତି ଭୁବନେଶ୍ୱର ର ରାଜେନ୍ଦ୍ର ସାହୁ ପେଶା ରେ ଜଣେ କାଠ କାରିଗର। ତାଙ୍କ ଏ ଛୋଟ ଘର କୁ ବାହାରୁ ଦେଖିଲେ କିଛି ଜାଣି ପାରିବେ ନାହିଁ କିନ୍ତୁ ଭିତ ରେ ରହିଛି 200 ରୁ ଉର୍ଦ୍ଧ୍ବ ପୁରଣା ରେଡିଓ। ସର କହିବା କୁ ଗଲେ ମିନି ସଂଗ୍ରହାଳୟ। ଅନ୍ୟପଟେ ରାଜେନ୍ଦ୍ର ଦୁଇ ପଇସା ରେଜଗାର କଲେ ପେଟ ପୁରେ ପରିବାର ହେଲେ ସେ ଜଣେ ଏମିତିଆ ରେଡିଓ ପ୍ରେମୀ ଜହାଂକ ପାଖରେ ଅଛି 200 ଶହ ରୁ ଉର୍ଦ୍ଧ୍ଵ ପୁରଣା ରେଡିଓ ଓ 100 ରୁ ଉପରକୁ ହାତ ତିଆରି କାଠ ରେଡିଓ। ଆଉ ସେ ହାତ ତିଆରି ରେଡିଓ ଭିତରେ ରହିଛି ଅନେକ ଛୋଟ ବଡ଼ ରେଡିଓ ଯାହାକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମେ।  ଅନ୍ୟ ପଟେ ନିଜର ସ୍ତ୍ରୀ , ଚୁଆ ପିଲା ,ବୁଢ଼ୀ ମା , ମଧ୍ୟ ରାଜେନ୍ଦ୍ର ଭଳି ରେଡିଓ ପ୍ରେମୀ । ସେମାନେ ରେଡିଓ ବନାନ୍ତି ନି ସତ  କିନ୍ତୁ ଆଜି ବି ରେଡିଓ ଶୁଣାନ୍ତି । 
ବାଇଟ - ରାଜେନ୍ଦ୍ର ଙ୍କ ମା, ରାଜେନ୍ଦ୍ର ଙ୍କ ଝିଆ

ଭିଓ3
କିନ୍ତୁ ଭାଗ୍ୟ ର ବିଡ଼ମ୍ବନା ରାଜେନ୍ଦ୍ର ପାଖରେ ନିଜ ପରିବାର ର ମୁଣ୍ଡ ଗୁଞ୍ଜିବା ପାଇଁ ତ ଭଲ କରି ଘର ଟିଏ ନାହିଁ ସେ ପୁଣି ଏ ପୁରଣା ରେଡିଓ ସବୁ କୁ  ସାଇତି ରଖିବେ। ଜଗା ଅଭାବ ରୁ ରାଜେନ୍ଦ୍ର ଅନ୍ୟ ମାନଙ୍କ ଘରେ ରଖିଛନ୍ତି ଆଉ ନିଜ ଘରେ ଅଧା ରୁ ଅଧିକ ରେଡିଓ କୁ ବାକ୍ସ ଭିତରେ ରଖୁଛନ୍ତି।
ଅନ୍ୟ ପଟେ ରେଡିଓ ର ପ୍ରଚାର ପ୍ରସାର କରୁ ଥିବା ବିଶେଷଜ୍ଞ କୁହନ୍ତି ଖାଲି ଯେ ଓଡିଶା ରେ ରାଜେନ୍ଦ୍ର ନାହାନ୍ତି ଅନେକ ଲୋକ ଅଛନ୍ତି ସମସ୍ତ ଙ୍କ ରେଡିଓ କୁ ଏକତ୍ର କରାଯାଇ ପାରନ୍ତା ଖୁବ ସୁନ୍ଦର ରେଡିଓ  ସଂଗ୍ରହାଲୟ ଟିଏ ହୋଇ ପାରନ୍ତା। ଆଉ ବର୍ତ୍ତମାନ ଶୁଦ୍ଧ ସାରା ଭାରତ ରେ କୌଣସି ଜାଗାରେ ଏମିତି ସଂଗ୍ରହାଳୟ ନାହିଁ ଯଦି ଆମ ଓଡ଼ିଶା ରେ ହୁଅନ୍ତା ବହୁତ ଭଲ ହୁଅନ୍ତା ବୋଲି ରେଡିଓ ବିଶେଷଜ୍ଞ ନିଜର ମତ ରଖିଛନ୍ତି।

ବାଇଟ ରାଜେନ୍ଦ୍ର
ବାଇଟ ସୁବ୍ରତ୍ର ପତି ରେଡିଓ ବିଶେଷଜ୍ଞ।

ଫାଇନାଲ୍ ଭିଓ
ତେବେ ଦେଖିବା ର ରହିଲା ରାଜେନ୍ଦ୍ର ଓ ରାଜେନ୍ଦ୍ର ଭଳି ଅନ୍ୟ ରେଡିଓ ସଂଗ୍ରହ କର୍ତ୍ତା ମାନଙ୍କ କଥା ସରକାର କେବେ ଶୁଣୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.