ETV Bharat / state

ରାୟଗଡା ଥାନା ଆଗରେ ଅଭିଯୁକ୍ତର ମୃତ୍ୟୁ ଘଟଣା, ହାଜତମୃତ୍ୟୁ ଭାବେ ଗ୍ରହଣ କଲା ପୋଲିସ - ରାୟଗଡା ଥାନା ଆଗରେ ଅଭିଯୁକ୍ତର ମୃତ୍ୟୁ ଘଟଣା

ରାୟଗଡା ଥାନା ଆଗରେ ଅଭିଯୁକ୍ତର ମୃତ୍ୟୁ ଘଟଣା । ହାଜତମୃତ୍ୟୁ ଭାବେ ଗ୍ରହଣ କଲା ପୋଲିସ । ଏନଏଚଆରସି ଗାଇଡ ଲାଇନ ଅନୁଯାୟୀ ବିଚାର ବିଭାଗୀୟ ତଦନ୍ତ ପାଇଁ ହେବ ସୁପାରିଶ । ଅଧିକ ପଢନ୍ତୁ.....

custodial incident in raygada police station
ରାୟଗଡା ଥାନା ଆଗରେ ଅଭିଯୁକ୍ତର ମୃତ୍ୟୁ ଘଟଣା, ହାଜତମୃତ୍ୟୁ ଭାବେ ଗ୍ରହଣ କଲା ପୋଲିସ
author img

By

Published : Jul 15, 2020, 8:32 AM IST

ରାୟଗଡା: ଥାନା ଆଗରେ ଅଭିଯୁକ୍ତର ମୃତ୍ୟୁ ଘଟଣାକୁ ହାଜତ ମୃତ୍ୟୁ ଭାବେ ଗ୍ରହଣ କଲା ପୁଲିସ ବିଭାଗ । ଏନଏଚଆରସି ଗାଇଡ ଲାଇନ ଅନୁଯାୟୀ ବିଚାର ବିଭାଗୀୟ ତଦନ୍ତ ପାଇଁ ହେବ ସୁପାରିଶ ।ରାୟଗଡା ସଦର ଥାନା ଆଗରେ ଟ୍ରକ ଚକାତଳେ ପଡି ମଙ୍ଗଳବାର ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଥିଲା । ପୋଲିସର ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ସନ୍ତୋଷଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତର ମୃତ୍ୟୁ ପରେ, ପରିବାର ପ୍ରତି ପୋଷଣ ପାଇଁ ସରକାରୀ ସହାୟତା ପାଇଁ ଦାବି କରାଯାଇଛି ।

ରାୟଗଡା ଥାନା ଆଗରେ ଅଭିଯୁକ୍ତର ମୃତ୍ୟୁ ଘଟଣା, ହାଜତମୃତ୍ୟୁ ଭାବେ ଗ୍ରହଣ କଲା ପୋଲିସ

ରାୟଗଡା ଏସ.ପିଙ୍କ ସହ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ ହସ୍ପିଟାଲକୁ ଯାଇ ମୃତକର ପରିବାରକୁ ଭେଟିବା ସହ ଏକ ଦାବୀପତ୍ର ଗ୍ରହଣ କରିଛନ୍ତି । ଏହି ଅପମୃତ୍ୟୁକୁ ହାଜତ ମୃତ୍ୟୁ ଭାବେ ଗ୍ରହଣ କରାଯାଇଛି । ଘଟଣାର ତଦନ୍ତ ଏନଏଚଆରସି ଗାଇଡଲାଇନ ଅନୁଯାୟୀ କରାଯିବ । ଏହାସହ ବିଚାର ବିଭାଗୀୟ ତଦନ୍ତ ପାଇଁ ମଧ୍ୟ ସୁପାରିଶ କରାଯିବ ବୋଲି ଜଣାପଡ଼ିଛି । ହାଜତରେ ଥିବା ବେଳେ କିଭଳି ସେ ଖସିବାକୁ ସକ୍ଷମ ହେଲା ସେନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାୟଗଡା ଏସ.ପି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.