ETV Bharat / state

ପାଉଁଶ ତଳୁ ସୁରାକ ଖୋଜୁଛି କ୍ରାଇମବ୍ରାଞ୍ଚ, ୩୦ରୁ ଊର୍ଦ୍ଧ୍ୱ ହୋଟେଲ କର୍ମଚାରୀଙ୍କୁ ନୋଟିସ

ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ ୩୦ରୁ ଊର୍ଦ୍ଧ୍ବ ହୋଟେଲ କର୍ମଚାରୀଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ଆଜି ୧୦ରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ସେମାନେ ରହୁଥିବା ହୋଟେଲର ରୁମ ନମ୍ବର ୨୦୩ ଓ ୩୦୯ ଯାଇ ଆଉ କିଛି ପ୍ରମାଣ ସଂଗ୍ରହ କରାଯାଇଛି । ତେବେ ଆଣ୍ଟୋଭ ପାଭେଲଙ୍କ ଟେଲିଫୋନ ବାର୍ତ୍ତାଳାପକୁ ନେଇ ଇଣ୍ଟରପୋଲ ସହାୟତା ନେଇପାରେ କ୍ରାଇମବ୍ରାଞ୍ଚ । ଅଧିକ ପଢ଼ନ୍ତୁ

ରାୟଗଡ଼ାରେ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ
ରାୟଗଡ଼ାରେ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ
author img

By

Published : Dec 31, 2022, 10:47 PM IST

ରାୟଗଡ଼ାରେ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ

ରାୟଗଡ଼ା: ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଦ୍ୱିତୀୟ ଦିନରେ ରାୟଗଡ଼ାରେ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ । ୩୦ରୁ ଊର୍ଦ୍ଧ୍ବ ହୋଟେଲ କର୍ମଚାରୀଙ୍କୁ ଜେରା ପାଇଁ ନୋଟିସ ଜାରି କରିଛି କ୍ରାଇମବ୍ରାଞ୍ଚ । ତେବେ ଆଣ୍ଟୋଭ ପାଭେଲଙ୍କ ଟେଲିଫୋନ ବାର୍ତ୍ତାଳାପକୁ ନେଇ ଇଣ୍ଟରପୋଲର ସହାୟତା ନେଇପାରେ କ୍ରାଇମବ୍ରାଞ୍ଚ । ଇଣ୍ଟରପୋଲର ସହାୟତା ନେଲେ ଅନ୍ତର୍ଜାତୀୟ ଲିଙ୍କ ନେଇ ଯେଉଁ ସନ୍ଦେହ ରହିଛି, ତାହା ମଧ୍ୟ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି ।

ବହୁ ଚର୍ଚ୍ଚିତ ଋଷ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲଙ୍କ ମୃତ୍ୟୁ ଘଟଣା ତଦନ୍ତ ପାଇଁ ରାୟଗଡ଼ା ଠାରେ ଦ୍ବିତୀୟ ଦିନରେ ତଦନ୍ତ ଜାରି ରଖିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ବରେ ଆସିଥିବା ୧୧ ଜଣିଆ ଟିମ୍ ଆଜି ରାୟଗଡା ଥାନା ଓ ସିରିଗୁଡା ଶ୍ମଶାନ ଯାଇ ଅନୁସନ୍ଧାନ କରିଥିଲେ । ଏଥିରେ ସାଇଣ୍ଟିଫିକ ଓ ଫରେନସିକ ଟିମ୍ ମଧ୍ୟ ରହିଥିଲେ । କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ମଧ୍ୟ ସାକ୍ଷାତ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଏଥିସହ ଶ୍ମଶାନରେ ଦୁଇ ମୃତକଙ୍କ ଦରପୋଡ଼ା ହାଡ଼, କାଠ ଓ ପାଉଁଶ ସଂଗ୍ରହ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Russian Tourist Death: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେଇପାରେ କ୍ରାଇମବ୍ରାଞ୍ଚ

ଆଜି ପୁନର୍ବାର କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳ ତଥା ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେମାନେ ରହୁଥିବା ହୋଟେଲର ରୁମ ନମ୍ବର ୨୦୩ ଓ ୩୦୯ ଯାଇ ଆଉ କିଛି ପ୍ରମାଣ ସଂଗ୍ରହ କରିଛନ୍ତି କ୍ରାଇମବ୍ରାଞ୍ଚ । ହୋଟେଲରେ ଡିସେମ୍ବର ପହିଲାରୁ କେଉଁମାନେ ଆସି ରହିଥିଲେ, ତାର ସବିଶେଷ ତଥ୍ୟ ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ । ଏପରିକି ୩୦ରୁ ଊର୍ଦ୍ଧ୍ବ ହୋଟେଲ କର୍ମଚାରୀଙ୍କୁ ଜେରା ପାଇଁ ଗତକାଲି ନୋଟିସ ଜାରି କରାଯାଇଥିବାବେଳେ ଆଜି ହୋଟେଲର କର୍ମଚାରୀ ବିଜୟ ସ୍ୱାଇଁ, କୌସିକ ଠାକରେ, ମୁରଲୀ ପଟ୍ଟନାୟକ, ପ୍ରଦୀପ ସାହୁ, ଏନ ସତ୍ୟନାରାୟଣ, ମୁକୁନ୍ଦ ବାଗ ଏବଂ ରଞ୍ଜନ ମହାନ୍ତିଙ୍କ ବୟାନ ରେକର୍ଡ କରାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଟିମର ନେତୃତ୍ଵ ନେଉଥିବା ଡିଏସପି ସରୋଜ କାନ୍ତ ମହାନ୍ତ ।

ତେବେ ସବୁଠାରୁ ବଡ଼କଥା ହେଲା ଆଣ୍ଟୋଭ ପାଭେଲଙ୍କ ଟେଲିଫୋନ ବାର୍ତ୍ତାଳାପକୁ ନେଇ ଇଣ୍ଟରପୋଲ ସହାୟତା ନେଇପାରେ କ୍ରାଇମବ୍ରାଞ୍ଚ । ମୃତ୍ୟୁ ପୂର୍ବରୁ ସେ କାହା ସହ କଥା ହୋଇଥିଲେ, ଓଡ଼ିଶା କିମ୍ବା ଓଡ଼ିଶା ବାହାରେ କାହା ସହ ସମ୍ପର୍କରେ ଆସିଥିଲେ ସେନେଇ କରାଯିବ ତଦନ୍ତ । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିପାରିନାହିଁ । କ୍ରାଇମବ୍ରାଞ୍ଚ ଡିଏସପି ସରୋଜ କାନ୍ତ ମହାନ୍ତୋଙ୍କ କହିବା ଅନୁସାରେ ଘଟଣାର ତଦନ୍ତ ଜାରି ରହିଛି । ଯାହା ଆବଶ୍ୟକ ସେ ଅନୁସାରେ ତଦନ୍ତ ଚାଲିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.