ETV Bharat / state

କୃଷି ଅଧ୍ୟାଦେଶ ବିଲ ଓ ବିଦ୍ୟୁତ ଶୁଳ୍କ ବିରୁଦ୍ଧରେ ସିପିଆଇଏମଏଲ

କୃଷି ଅଧ୍ୟାଦେଶ ବିଲ ଓ ବିଦ୍ୟୁତ ଶୁଳ୍କ ବିରୁଦ୍ଧରେ CPI(ML) ର ବିକ୍ଷୋପ ପ୍ରଦର୍ଶନ । 15 ଦଫା ସମ୍ବଳିତ ଦାବି ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Sep 25, 2020, 9:14 PM IST

କୃଷି ଅଧ୍ୟାଦେଶ ବିଲ ଓ ବିଦ୍ୟୁତ ଶୁଳ୍କ ବିରୁଦ୍ଧରେ ସିପିଆଇଏମଏଲ
କୃଷି ଅଧ୍ୟାଦେଶ ବିଲ ଓ ବିଦ୍ୟୁତ ଶୁଳ୍କ ବିରୁଦ୍ଧରେ ସିପିଆଇଏମଏଲ

ରାୟଗଡ଼ା: କେନ୍ଦ୍ର ସରକାରଙ୍କ କୃଷି କ୍ଷେତ୍ର ସଂକ୍ରାନ୍ତ ବିଧେୟକ ସାଂସଦ ଗୃହୀତ ହେଲା ପରେ ଏହାକୁ ପ୍ରତିବାଦ କରିଛନ୍ତି ଭିବିନ୍ନ କିସାନ ୟୁନିଅନ । ଏହି ବିଲ କୃଷକ ବିରୋଧୀ ଓ ଏହା ଦ୍ୱାରା କୃଷକ ଓ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ରାୟଗଡା ଜିଲ୍ଲା ସିପିଆଇଏମଏଲ CPI(ML) ଶାଖା ପକ୍ଷରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ କରାଯାଇଛି l

ଶୁକ୍ରବାର ଗୁଣୁପୁରର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ରାୟଗଡା ଜିଲ୍ଲା ସିପିଆଇଏମଏଲ ଶାଖାର ନେତୃତ୍ଵରେ ଏହି ବିଭିନ୍ନ ଛାମୁଆ ସଂଗଠନ ଗୁଣପୁର ସହରର ନୂତନ ବାସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଏହାସହ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋପ ପ୍ରଦର୍ଶନ କରିଥିଲେ ।

ପରେ 15 ଦଫା ସମ୍ବଳିତ ଦାବି ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l 2020-21 ଆର୍ଥିକ ବର୍ଷ ମଝିରେ ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଛନ୍ତି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ l ବିଦ୍ୟୁତ ୟୁନିଟ ପିଛା 20 ପଇସା ବୃଦ୍ଧି କରାଯାଇଛି l ଆସନ୍ତା ଅକ୍ଟବର 1 ରୁ ଏହି ନିୟମ ଲାଗୁ ହେବାକୁ ଥିବାବେଳେ ଏହାକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ଦାବି କରାଯାଇଛି l

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.