ରାୟଗଡା: ଦେଶରେ କୋଭିଡ ୧୯ ମହାମାରୀ ପ୍ରତ୍ୟାବର୍ତ୍ତନ ଦେଖି ଜିଲ୍ଲାପ୍ରଶାସନ ସଜବାଜ ଆରମ୍ଭ କରିଦେଇଛି । ଜିଲ୍ଲାରେ ବିଭିନ୍ନ ଜାଗାରେ ପୋଲିସ୍ ଓ ସାଧାରଣ ପ୍ରଶାସନ ମିଳିତ ଭାବେ ସଚେତନତାର ବାର୍ତ୍ତା ଦେଉଛନ୍ତି।
ଆଜି ଠାରୁ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ , ଏବଂ ପୋଲିସ୍ ଫୋର୍ସ ଜିଲ୍ଲାର ବିଭିନ୍ନ ସହର ଏବଂ ବ୍ଲକ ସଦର ମହକୁମାରେ ଥିବା ବ୍ୟାଙ୍କ,ଦୋକାନ, ବଜାର, ବସଷ୍ଟାଣ୍ଡ, ହସ୍ପିଟାଲ,ସପିଙ୍ଗ ମଲ୍ ଇତ୍ୟାଦି ଜନଗହଳି ସ୍ଥାନ ପରିଦର୍ଶନ କରି ଲୋକଙ୍କୁ ମାସ୍କ ବ୍ୟବହାର କରିବାକୁ କହିଛନ୍ତି।
ଏହାସହ ସାମାଜିକ ଦୂରତା ବଜାୟ ରଖିବା ସହ ସାନି ଟାଇଜର ବ୍ୟବହାର କରିବେ,ହାତ ଧୋଇବାକୁ ପରାମର୍ଶ ଦେଇଥିଲେ। ଅଯଥାରେ କାମ ନଥିଲେ ବାହାରକୁ ନ ବାହାରିବା ପାଇଁ ବାରଣ କରିଛନ୍ତି । କୋଭିଡ୍ ନିୟମ ନମlନିଲେ ଦୃଢ଼ କାର୍ଯ୍ୟାନଷ୍ଠାନ ନିଆଯିବ ବୋଲି ଚେତାବନୀ ଦେବା ସହିତ ୪୫ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଭାକ୍ସିନ୍ ନେବାକୁ ଅନୁରୋଧ କରିଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ