ରାୟଗଡା: ଜିଲ୍ଲାରେ କୋରୋନା ସ୍ଥିତି ଧୀରେ ଧୀରେ ବିଗିଡିବାରେ ଲାଗିଛି । ସଂକ୍ରମଣ ପ୍ରତିହିତ ପାଇଁ ତୟାର ରାୟଗଡା ପ୍ରଶାସନ । ମୁନିଗୁଡା , ରାୟଗଡ଼ ,ଗୁଣପୁର ଏବଂ ଗୁଡାରିରେ କଡାକଡି ହେବ ଲକଡାଉନ ।
ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରୟାସ ତୁଳନାରେ ସ୍ଥିତିରେ ନିୟନ୍ତ୍ରଣ ହେଉଛି କୋରୋନା । ଫଳରେ ପ୍ରଶାସନ ପାଇଁ ଚିନ୍ତା ବଢିଛି । ଗତ ଗୁରୁବାର ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରେ ପହଞ୍ଚିଥିବା ବେଳେ ଶୁକ୍ରବାର ଜିଲ୍ଲାରେ ଆଉ ୭୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କମ୍ଭମେଳାରୁ ଫେରିଥିବା ୮୦ ଜଣଙ୍କ ମଧ୍ୟରୁ ୨୩ଜଣ କୋରୋନା ସଂକ୍ରମିତ ହୋଇଥିବା ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି । ତେବେ ସମସ୍ତେ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଜରୁରୀକାଳୀନ ପରିସ୍ଥିତିରେ କୋଭିଡ୍ ସ୍ବାସ୍ଥ୍ୟ କେନ୍ରକୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ଶର୍କର ଘୋଷଣା କରିଥିବା ସପ୍ତାହନ୍ତ ଲକଡାଉନ କଡାକଡି ପାଳନ କରିବା ସହ ଅତି ଜରୁରୀ ନଥିଲେ ବାହାରକୁ ନ ବାହାରିବା ପାଇଁ ଏକ ଭିଡିଓ ବାର୍ତାରେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।
ରାୟଗଡାରୁ ରଞ୍ଜନ କୁମାର ରଥ , ଇଟିଭି ଭାରତ