ETV Bharat / state

ରାୟଗଡାରେ ପୁଣି 5 କୋରୋନା ରୋଗୀ ଚିହ୍ନଟ, 5 ସୁସ୍ଥ - 5 new cases in rayagada

ରାୟଗଡାରେ ପୁଣି 5 କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 12 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ରାୟଗଡାରେ ପୁଣି 5 କୋରୋନା ରୋଗୀ ଚିହ୍ନଟ, 5 ସୁସ୍ଥ

author img

By

Published : Jun 16, 2020, 7:50 AM IST

ରାୟଗଡା: ଜିଲ୍ଲାରେ ପୁଣି 5 କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 12 ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ନୂଆ 5 ଆକ୍ରାନ୍ତଙ୍କ ମଧ୍ୟରୁ 4 ଜଣ କାଶୀପୁର ବ୍ଲକ ସର୍ଗିଗୁଡା ଗାଁର ହୋଇଥିବାବେଳେ ଅନ୍ୟ ଜଣେ ରେଙ୍ଗା ପଞ୍ଚାୟତର ବୋଲି ଜଣାପଡିଛନ୍ତି । ତେବେ ସମସ୍ତେ ହୋମ କ୍ବାରେଣ୍ଟାଇନରେ ରହିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି ।

ରାୟଗଡାରେ ପୁଣି 5 କୋରୋନା ରୋଗୀ ଚିହ୍ନଟ, 5 ସୁସ୍ଥ

ତେବେ ସର୍ଗିଗୁଡା ଗ୍ରାମର 4 ଜଣ ଆକ୍ରାନ୍ତ ଆନ୍ଧ୍ରପ୍ରଦେଶ ଫେରନ୍ତା ହୋଇଥିବାବେଳେ ଡଙ୍ଗାସିଲ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଥିବା ସମୟରେ ଚତୁର୍ଥ କୋରୋନା ପଜେଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଯିଏକି ଦିଲ୍ଲୀ ଫେରନ୍ତା ପ୍ରଥମ କୋରୋନା ପଜେଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ସେପଟେ ରେଙ୍ଗା ଗାଁର ପଜେଟିଭ ବ୍ୟକ୍ତି ଜଣକ ମଧ୍ୟ ହାଇଦ୍ରାବାଦରୁ ବଲାଙ୍ଗୀର ଦେଇ ଆସି ସଙ୍ଗରୋଧ ରହିବାପରେ ନିଜ ଘରେ ହୋମ କ୍ବାରେଣ୍ଟାଇନରେ ରହୁଥିଲେ ।

ତେବେ କୋରୋନା ଆକ୍ରାନ୍ତ ଜଣାପଡିବା ପରେ ସମସ୍ତ 5 ଜଣଙ୍କୁ ଜୟପୁର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ହେଉଥିବା ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି । ସେହିଭଳି ଆଜି ପର୍ଯ୍ୟନ୍ତ ଜିଲ୍ଲାର 12 ଜଣ କୋରୋନା ଆକ୍ରାନ୍ତ ମଧ୍ୟରୁ 7 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ 2 ଜଣ ପୂର୍ବରୁ ସୁସ୍ଥ ହୋଇଥିବାବେଳେ ସୋମବାର 5 ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ରେଙ୍ଗା ଏବଂ ସର୍ଗିଗୁଡା ଗାଁକୁ ଜିଲ୍ଲାପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଟିକିରି ଟିଏମସି ସେଣ୍ଟର ଏବଂ ଟିକିରି ମେଡିକାଲକୁ ବିଷୋଧନ କରାଯାଇଛି ।ସୂଚନାଥାଉକି, ରାଜ୍ୟରେ ସମସ୍ତ ଜିଲ୍ଲା କୋରୋନା ଆକ୍ରାନ୍ତ ହୋଇଥିବାବେଳେ ରାୟଗଡା ଏକମାତ୍ର ଜିଲ୍ଲା ଭାବେ କୋରୋନା ମୁକ୍ତ ଥିଲା । କିନ୍ତୁ କିଛି ଦିନ ତଳେ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.