ETV Bharat / state

ରାୟଗଡାରେ ହେବ କୋରୋନା ପରୀକ୍ଷା

author img

By

Published : May 11, 2020, 7:33 PM IST

Updated : May 11, 2020, 8:59 PM IST

Rayagada corona
ରାୟଗଡାରେ ହେବ କୋରୋନା ପରୀକ୍ଷା

19:28 May 11

ରାୟଗଡାରେ ହେବ ସ୍ବାବ ଟେଷ୍ଟ

ରାୟଗଡାରେ ହେବ କୋରୋନା ପରୀକ୍ଷା

ରାୟଗଡା: ଜିଲ୍ଲାରେ ହେବ କୋଭିଡ୍‌ ସ୍ବାବ୍‌ ଟେଷ୍ଟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଆରଏମଆରସିର ଏକ ୟୁନିଟ୍‌ରେ ଏହି ପରୀକ୍ଷା କରାଯିବ । ମେ 25 ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଦିନକୁ ଶହେ ସ୍ବାବ ପରୀକ୍ଷା ପାଇଁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ ।  

ଅତିଶୀଘ୍ର ରାୟଗଡାରେ‌ ହେବ କୋରୋନା ପରୀକ୍ଷା । ପ୍ରାଥମିକ ପର୍ଯ୍ୟାୟରେ ଗତ ଦୁଇଦିନ ତଳେ ବାଇଓ ସେଫଟି କ୍ୟାବିନେଟ୍ ମେସିନ୍ ରାୟଗଡାରେ ପହଞ୍ଚିବା ପରେ ଦୁଇ ବୈଜ୍ଞାନିକ ଓ ଇଞ୍ଜିନିୟର୍ ସ୍ଥିତି ଯାଞ୍ଚ କରି ଫେରିଛନ୍ତି। ଆଜି ଅନ୍ୟ ସମସ୍ତ ମେସିନ୍ ଏକ ଟ୍ରକ ଯୋଗେ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଛି ।

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 2008 ମସିହାରେ ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)ର ଏକ ୟୁନିଟ୍ ପ୍ରତିଷ୍ଠା କରଯାଇଥିଲା । ସେତେବେଳେ କାଶୀପୁରରେ ବ୍ୟାପିଥିବା କଲୋରା, ଡାଇରିଆକୁ ରୋକିବା ଓ ନମୂନା ପରୀକ୍ଷଣ ପାଇଁ ଏହି ୟୁନିଟ୍ କାର୍ଯ୍ୟ କରିବା ସହ କେବିକେ ଜିଲ୍ଲା  ପାଇଁ ପିପିପି ମୋଡ୍‌ରେ ପ୍ରତିଷ୍ଠା ହୋଇଥିବା ଏହି ୟୁନିଟକୁ ରାଜ୍ୟ ସରକାର 2020 ଜାନୁଆରୀ ମାସରେ ଅନୁଦାନ ବନ୍ଦ କରିଦେଇଥିଲେ । ଫଳରେ ୟୁନିଟଟି ସମ୍ପୂର୍ଣ୍ଣ  ବନ୍ଦ ରହିଥିଲା।  

ତେବେ କୋରୋନା ପରିସ୍ଥିତିରେ ଏହା ଜିଲ୍ଲାରେ ପରୀକ୍ଷଣ ପାଇଁ କାମ କରିପାରିବ ବୋଲି ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । ଜିଲ୍ଲା ପ୍ରଶାସନର ପ୍ରସ୍ତାବକୁ ରାଜ୍ୟ ସରକାର ବିଚାରକୁ ନେଇ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କୋଭିଡ୍‌ ଟେଷ୍ଟିଂ ସେଣ୍ଟର୍ କାର୍ଯ୍ୟକ୍ଷମ ପାଇଁ ଆରଏମଆରସିକୁ ଅନୁରୋଧ କରିଥିଲେ ।  

ପରେ ଆରଏମଆରସି ପକ୍ଷରୁ ଦୁଇ ବୈଜ୍ଞାନିକ ଓ ଇଞ୍ଜିନିୟର୍ ରାୟଗଡା ଆସି ସ୍ଥିତି ଯାଞ୍ଚ କରିବା ପରେ ଗତ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ବାଇଓ ସେଫଟି କ୍ୟାବିନେଟ୍ ମେସିନ୍ ପହଞ୍ଚିଥିଲା। ବାଇଓ ସେଫଟି ମେସିନ ପ୍ରତିଷ୍ଠା କାମ ଆଗେଇ ଚାଲିଥିବାବେଳେ ଅନ୍ୟ ଦୁଇଟି ଗୁରୁତ୍ବପୂର୍ଣ୍ଣ ମେସିନ୍ ଗୁଜୁରାଟ, ଚେନ୍ନାଇରୁ ଆଜି ଆସି ପହଞ୍ଚିଛି ।  

ସେପଟେ ଜଣେ ମାଇକ୍ରୋ ବାଇଓଲୋଜିଷ୍ଟ୍, 2 ଜଣ ଲ୍ୟାବ୍ ଟେକ୍‌ନିସିଆନକୁ ପରୀକ୍ଷଣ ତାଲିମ୍ ପାଇଁ ଭୁବନେଶ୍ବର ପଠାଯିବ। ଟେଷ୍ଟିଂ ୟୁନିଟ୍ କାର୍ଯ୍ୟକ୍ଷମ ପରେ ସ୍ବାବ୍ ପରୀକ୍ଷଣକୁ ବଢାଇବା ଲାଗି ଅତିରିକ୍ତ ଜଣେ, ଦୁଇ ଜଣ ଟେକନିସିଆନକୁ ଜିଲ୍ଲା ଖଣିଜ ଅନୁଦାନ ପାଣ୍ଠି ଅର୍ଥରେ ନିଯୁକ୍ତି ଦେବା ଲାଗି ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ବିଭାଗ । ତେବେ ଆରଏମଆରସିର ସ୍ଵାବ ଟେଷ୍ଟିଂ ୟୁନିଟ କାର୍ଯ୍ୟକ୍ଷମ ହେବାପରେ ଅଧିକରୁ ଅଧିକ ସ୍ଵାବ ନମୂନା ପରୀକ୍ଷା ହୋଇ ପାରିବ ବୋଲି କହିଛନ୍ତି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : May 11, 2020, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.