ETV Bharat / state

ରାୟଗଡାରେ କମିଲା ଦିନିକିଆ ପଜିଟିଭ ସଂଖ୍ୟା, ବଢୁଛି ଆରୋଗ୍ୟ ହାର

author img

By

Published : Sep 2, 2020, 7:11 PM IST

ଜିଲ୍ଲାରେ ଗତ ମାସରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି କୋରୋନା ଗ୍ରାଫ୍ । ଆଜି(ବୁଧବାର) ମାତ୍ର ୨୫ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ରାୟଗଡାରେ କମିଲା ଦିନିକିଆ ପଜିଟିଭ ସଂଖ୍ୟା, ବଢୁଛି ଆରୋଗ୍ୟ ହାର
ରାୟଗଡାରେ କମିଲା ଦିନିକିଆ ପଜିଟିଭ ସଂଖ୍ୟା, ବଢୁଛି ଆରୋଗ୍ୟ ହାର

ରାୟଗଡା: ଜିଲ୍ଲାରେ ଗତ ମାସରୁ ସର୍ବନିମ୍ନ ସ୍ତରରେ ପହଞ୍ଚିଛି କୋରୋନା ଗ୍ରାଫ୍ । ଆଜି(ବୁଧବାର) ମାତ୍ର ୨୫ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ କୋରୋନା ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ କେୟାର ଓ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା କୋରୋନା ଆକ୍ରାନ୍ତ ବର୍ତ୍ତମାନ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।

ମଙ୍ଗଳବାର ରେକର୍ଡ ସଂଖ୍ୟକ ୬୦୮ ଜଣ କୋରୋନା ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଯାଇଥିଲା । ପ୍ରଥମ ଥର ପାଇଁ ଜିଲ୍ଲାରେ ଏତେ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ମୋଟ ସୁସ୍ଥ ହାର ୭୮ ପ୍ରତିଶତରେ ପହଞ୍ଚିଛି । ମୋଟ ୪୮୬୧ ଜଣ କୋରୋନା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଆରୋଗ୍ୟ ହୋଇଥିବାବେଳେ ଆଉ ମାତ୍ର ୭୭୫ ଚିକିତ୍ସାଧିନ ଅବସ୍ଥାରେ ଥିବା ସୂଚନା ମିଳିଛି ।

ବୁଧବାର ଚିହ୍ନଟ ହୋଇଥିବା ମୋଟ ୨୫ ଜଣ କୋରୋନା ରୋଗୀଙ୍କ ମଧ୍ୟରୁ ରାୟଗଡା ପୌରାଞ୍ଚଳରୁ ସର୍ବାଧିକ ୧୩ ଜଣ, ରାୟଗଡ଼ା ଗ୍ରାମାଞ୍ଚଳରୁ ୪ ଜଣ, ମୁନିଗୁଡ଼ା ବ୍ଲକ, ଗୁଣପୁର ଗ୍ରାମାଞ୍ଚଳ ଓ ରାମନାଗୁଡ଼ା ବ୍ଲକର 2 ଜଣ ଲେଖାଏଁ, କାଶୀପୁର ବ୍ଲକ ଓ ପଦ୍ମପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କୋରୋନା ଯୋଦ୍ଧା ୪ ଜଣ, ଓ ୧୨ ଜଣଙ୍କ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ ଆର୍ତବନ୍ଧୁ ନାୟକ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.