ETV Bharat / state

ବିଗୁଡୁଛି ସ୍ଥିତି: ରାୟଗଡାରେ ବଢୁଛି କୋରୋନା ପଜିଟିଭଙ୍କ ସଂଖ୍ୟା

ଦିନକୁ ଦିନ ରାୟଗଡା ଜିଲ୍ଲାରେ କୋରୋନା ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରୁ ପ୍ରତିଦିନ ୧୦୦ରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଚିନ୍ତା ବଢିଛି । ଅଧିକ ଖବର ପଢନ୍ତୁ...

ବିଗୁଡୁଛି ସ୍ଥିତି: ରାୟଗଡାରେ ବଢୁଛି କୋରୋନା ପଜିଟିଭଙ୍କ ସଂଖ୍ୟା
ବିଗୁଡୁଛି ସ୍ଥିତି: ରାୟଗଡାରେ ବଢୁଛି କୋରୋନା ପଜିଟିଭଙ୍କ ସଂଖ୍ୟା
author img

By

Published : Aug 27, 2020, 9:35 PM IST

ରାୟଗଡା: ଦିନକୁ ଦିନ ଜିଲ୍ଲାରେ କୋରୋନା ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରୁ ପ୍ରତିଦିନ ୧୦୦ରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଚିନ୍ତା ବଢିଛି । ରାୟଗଡା ଏବଂ ଗୁଣପୁର ସହରରେ ବର୍ତ୍ତମାନ କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ଗାଁ ମୁହାଁ ହୋଇଛି କୋରୋନା ।

ବିଗୁଡୁଛି ସ୍ଥିତି: ରାୟଗଡାରେ ବଢୁଛି କୋରୋନା ପଜିଟିଭଙ୍କ ସଂଖ୍ୟା

ମୁନିଗୁଡା, କାଶିପୁର, ପଦ୍ମପୁର ବ୍ଲକରେ ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଏହି ସବୁ ବ୍ଲକରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ତରଫରୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି । ଟେଷ୍ଟିଂ ସଂଖ୍ୟା ବଢୁଥିବାରୁ ଅଧିକ ପରିମାଣରେ ପଜିଟିଭ ଚିହ୍ନଟ ହେଉଛନ୍ତି ବୋଲି ପ୍ରଶାସନ ତରଫରୁ ସଫେଇ ଦିଆଯାଇଛି । ତେଣୁ କୌଣସି ପ୍ରକାର ଭୟଭୀତ ନ ହୋଇ ସତର୍କ ଓ ସଚେତନ ରହିବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିବେଦନ କରିଛନ୍ତି ।

ସିଏଚସି ବିଷମକଟକ ଏବଂ ସିଏଚସି କୋଲନରାକୁ ଜିଲ୍ଲାପାଳ ୨ ଦିନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆଜି ଦିନକରେ 154 ପଜିଟିଭ ଚିହ୍ନଟ ହୋଇଥିବା ନେଇ କୋଭିଡ ନୋଡାଲ ଅଧିକାରୀ ଅମୃତ ଋତୁରାଜ ସୂଚନା ଦେଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସମସ୍ତ ୧୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪ ଜଣ ପୁରୁଷ ଥିବା ବେଳେ ୫୦ ଜଣ ମହିଳା ଅଛନ୍ତି ।

ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି । ୧୫୪ ଜଣଙ୍କ ମଧ୍ୟରୁ ୯୨ ଜଣ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏଥିସହ ୫ ଜଣ କୋରୋନା ଯୋଦ୍ଧା ସଂକ୍ରମଣର ଶୀକାର ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୫୪ ଜଣଙ୍କ ମଧ୍ୟରୁ କାଶିପୁର ୪୬, ମୁନିଗୁଡା ୩୭, ପଦ୍ମପୁର ୨୬, ରାୟଗଡା ସହରାଞ୍ଚଳ ୧୬, ଗୁଡାରୀ ୮, ରାମନାଗୁଡା ୮, ଚନ୍ଦ୍ରପୁର ୭, ବିଷମକଟକ ୩, ରାୟଗଡା ଗ୍ରାମାଞ୍ଚଳ ୨ ଏବଂ କଲ୍ୟାଣସିଂହପୁରରୁ ଜଣେ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୦ ରେ ପହଞ୍ଚିଥିବା ବେଳେ ୬୦.୫୬ ପ୍ରତିଶତ ହାରରେ ସୁସ୍ଥ ହୋଇ ୨୨୫୩ ଜଣ ଘରକୁ ଫେରିଛନ୍ତି ଏବଂ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଛି । ୧୪୪୬ ଜଣ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି । ତେବେ ଦିନକୁ ଦିନ କୋରୋନା ଯୋଦ୍ଧା ସଂକ୍ରମଣର ଶୀକାର ହେଉଥିବାରୁ ପ୍ରଶାସନର ଚିନ୍ତା ବଢିଛି ।

ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୪୬୪ ଜଣ କୋରୋନା ଯୋଦ୍ଧା ସଂକ୍ରମଣର ଶୀକାର ହୋଇଥିବା ବେଳେ ୩୫୪ ସୁସ୍ଥ ହୋଇଛନ୍ତି ଏବଂ ୧୧୦ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ପୂର୍ବରୁ ସ୍ବାସ୍ଥ୍ୟ ଏବଂ ପୋଲିସ ବିଭାଗର କର୍ମଚାରୀ ମାନେ କୋରୋନା ସଂକ୍ରମଣର ଶୀକାର ହୋଇଥିବା ବେଳେ ବର୍ତ୍ତମାନ ଅନ୍ୟ ବିଭାଗର କର୍ମଚାରୀ ମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ଜିଲ୍ଲାରେ ଟେଷ୍ଟିଂର ପରିମାଣ ବଢା ଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହେଉଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.