ETV Bharat / state

ବିଜୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିବାଦୀୟ ବୟାନ, ହରଡଘଣାରେ ରାଜ୍ୟ ସମ୍ପାଦକ - ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିବାଦୀୟ ବୟାନ

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେଇ ହରଡଘଣାରେ ପଡିଛନ୍ତି ରାଜ୍ୟ ବିଜେଡି ସମ୍ପାଦକ। ଅଧିକ ପଢନ୍ତୁ

jagdish patra Controversial statements
jagdish patra Controversial statements
author img

By

Published : Mar 8, 2023, 9:33 AM IST

ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିବାଦୀୟ ବୟାନ

ରାୟଗଡା: ବିଜୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେଇ ବିବାଦରେ ବିଜେଡି ସମ୍ପାଦକ । ଏବେ ରାୟଗଡା ଜିଲ୍ଲାରେ ବିଜୁଜନତା ଦଳରେ ଦେଖାଦେଇଛି ଅନ୍ତର୍ଦ୍ଵନ୍ଦ୍ୱ । ଏଭଳି ଏକ ଭାଇରାଲ ଭିଡିଓ ରାୟଗଡା ଜିଲ୍ଲାଠାରୁ ଆରମ୍ଭ କରି ଗାଁ ଗାଁ ପର୍ଯ୍ୟନ୍ତ ସବୁଠି ଚାଲିଛି ଚର୍ଚ୍ଚା । ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେଇ ହରଡଘଣାରେ ପଡିଛନ୍ତି ବିଜେଡି ସମ୍ପାଦକ ।

ପୂର୍ବତନ ସାଂସଦ ଏନ.ଭାସ୍କର ରାଓଙ୍କ ନେତ୍ୱରେ ଗୋଟିଏ ଗୋଷ୍ଠୀ ବିଜୁବାବୁଙ୍କ ଜୟନ୍ତୀ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପରେ ଗତ 5 ତାରିଖ ଦିନ ବିଜୁ ଜୟନ୍ତୀ ପାଳନ ହୋଇଥିଲା । ବିରୋଧୀ ଗୋଷ୍ଠୀ ସ୍ୱାଧୀନ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ବିଜେଡି ଦଳୀୟ କାର୍ଯ୍ୟାଳୟରେ ପାଳନ କରିଛନ୍ତି ବିଜୁ ଜୟନ୍ତୀ । ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଥିଲା ରାୟଗଡା ନିର୍ବାଚନ ମଣ୍ଡଳୀରେ ଏନ.ଭାସ୍କର ରାଓଙ୍କ ନେତୃତ୍ୱରେ ବିଜୁ ଜୟନ୍ତୀ ପାଳନ କରାଯିବ । ଏଥିସହ ଜିଲ୍ଲା ସଭାପତି ସୁଧୀର ଦାଶଙ୍କ ନେତୃତ୍ୱରେ ବିଷମକଟକ ଓ ଗୁଣପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ପାଳନ ହେବ ।

ତେବେ ଏହି ନିର୍ଦ୍ଦେଶନାମା ଆସିବା ପରେ ଭାସ୍କର ରାଓଙ୍କ ଗୋଷ୍ଠୀ ଏକ ମୋଟରସାଇକେଲ ରାଲିରେ ସହର ପରିକ୍ରମା କରିବା ପରେ ଅଶୋକ କଲ୍ୟାଣ ମଣ୍ଡପରେ ଏକ ସଭାର ଆୟୋଜନ କରିଥିଲେ । ଅଶୋକ କଲ୍ୟାଣ ମଣ୍ଡପରେ ବରିଷ୍ଠ ନେତା ବିନାୟକ କରଙ୍କ ସଂଯୋଜନାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାଜ୍ୟ ମହିଳା ବିଜେଡିର ଉପସଭାନେତ୍ରୀ ସୁଜାତା ପାଳ, କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝି, ରାୟଗଡା ବ୍ଲକ ଅଧ୍ୟକ୍ଷା, ରାଜ୍ୟ ବିଜେଡି ସମ୍ପାଦକ ଜଗଦିଶ ପାତ୍ର, ପୌରପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ପ୍ରମୁଖ ମଞ୍ଚାସିନ ଥିଲେ ।

ହେଲେ ଏହି ସମୟରେ ନିଜ ଭାଷଣ ପ୍ରସଙ୍ଗରେ ରାଜ୍ୟ ବିଜେଡି ସମ୍ପାଦକ ଜଗଦିଶ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ତାଚ୍ଛଲ୍ୟ କରି ନବୀନଙ୍କ ହାତ ମୁଠାକୁ ଟାଣ ନକରି ବରଂ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ହାତ ମୁଠାକୁ ଟାଣ କରିବାକୁ ଉପସ୍ଥିତ କର୍ମୀ ଏବଂ ଜନସାଧାରଣକୁ ଆହ୍ଵାନ ଦେଇଥିଲେ । ଯାହାକୁ ନେଇ ସାରା ଜିଲ୍ଲାରେ ଏବେ ଚର୍ଚ୍ଚା ଜୋର ଧରିଛି । ଏପରିକି ଖବର ତୃତୀୟ ମହଲା ସମେତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଥିବା ଚର୍ଚ୍ଚା ହେଉଛି । ଗୋଟିଏ ପଟେ ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଦିନକୁ ଦିନ ରାୟଗଡା ଜିଲ୍ଲାରେ ବିଜେଡ଼ିର ଦୁଇ ଗୋଷ୍ଠୀ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଏବଂ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସୁଧୀର ଦାସଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦୋଳ, ମତାନ୍ତର ଥିବା ଜୋର ଧରିଛି । ତେବେ ସମୟ ପୂର୍ବରୁ ଏହାର ପ୍ରତିକାର କରା ନଗଲେ ଆଗାମୀ ଦିନରେ ବିଜେଡିର ଗୋଷ୍ଠୀ କନ୍ଦଳ ଦଳ ପାଇଁ କି ପ୍ରକାର ରଙ୍ଗ ଆଣିବ ତାହାକୁ ଆଗକୁ ଜଣା ପଡିବ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.