ETV Bharat / state

କାଶୀପୁରରେ କଲେରା ବ୍ୟାପିବା ଘଟଣା: ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସର ୫ଜଣିଆ ଟିମ

author img

By

Published : Jul 20, 2022, 9:49 PM IST

Updated : Jul 21, 2022, 9:14 AM IST

କାଶୀପୁର ବ୍ଲକରେ କଲେରା ବ୍ୟାପିବା ଘଟଣା । ପ୍ରଦେଶ କଂଗ୍ରେସର ଏକ ପାଞ୍ଚ ଜଣିଆ ଟିମ କାଶୀପୁର ବ୍ଲକ ଗସ୍ତ କରି ସ୍ଥିତି ସମୀକ୍ଷା କରିଛି । ଅଧିକ ପଢନ୍ତୁ

କାଶୀପୁରରେ କଲେରା ବ୍ୟାପିବା ଘଟଣା: ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସର ୫ଜଣିଆ ଟିମ
କାଶୀପୁରରେ କଲେରା ବ୍ୟାପିବା ଘଟଣା: ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସର ୫ଜଣିଆ ଟିମ

ରାୟଗଡା: କାଶୀପୁର ବ୍ଲକରେ କଲେରା ବ୍ୟାପିବା ଘଟଣା । ଦୈନିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଅନୁରୂପ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ଏ ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ପ୍ରଦେଶ କଂଗ୍ରେସର ଏକ ପାଞ୍ଚ ଜଣିଆ ଟିମ କାଶୀପୁର ବ୍ଲକ ଗସ୍ତ କରିଛି । ଏହାସହ ରୋଗ ବ୍ୟାପିଥିବା ଅଞ୍ଚଳକୁ ମଧ୍ୟ ପରିଦର୍ଶନ କରିଛି ।

କାଶୀପୁର ବ୍ଲକର ବିଭିନ୍ନ ଗାଁ ଗୁଡିକରେ ଗତ ୧୫ ଦିନ ଧରି ଯେଉଁ ହଇଜା ବ୍ୟାପିଛି । ସେଥିରେ ୮ ଜଣ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ ଦଳ । କଂଗ୍ରେସ ଦଳର ଗୋଟିଏ ଟିମ୍ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସେଠାରେ ବାସ୍ତବତା ସ୍ଥିତି ଅନୁଧ୍ୟାନ କରି ମୃତକଙ୍କ ପରିବାରକୁ ଭେଟିଥିଲେ ।

ଏଥିସହ ବିଭିନ୍ନ ମେଡିକାଲ ଗୁଡିକରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ମଧ୍ୟ ଭେଟି ଆଲୋଚନା କରିଥିଲେ । ତେବେ ଏହି ଟିମରେ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଆଜି କହିଛନ୍ତି ଯେ, "ସରକାରଙ୍କ ଅପାରଗତା ଯୋଗୁଁ ଲୋକେ ସ୍ବଚ୍ଛ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି । କାଶୀପୁର ବ୍ଲକର ନୀରିହ ଆଦିବାସୀ ମାନେ ପ୍ରଥମେ ଝାଡ଼ାବାନ୍ତି ଓ ପରେ ହଇଜା ଆକ୍ରାନ୍ତ ହୋଇଛନ୍ତି । ପ୍ରତିବର୍ଷ ଏହା ଘଟୁଛି।"

ସବୁଠାରୁ ବଡ଼କଥା ହେଲା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରାୟଗଡ଼ା ଜିଲ୍ଲାର ହୋଇଥିଲେ ମଧ୍ୟ ସେ ଆଜି ସୁଦ୍ଧା କାଶୀପୁର ବ୍ଲକକୁ ଯାଇନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ତେବେ ଦଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତିବ୍ର ସମାଲୋଚନା କରିବା ସହ ଏହାକୁ ରାଜନୈତିକ ମୁଦ୍ଦା ବନେଇବାକୁ ଉଦ୍ୟମ କରିଛି । କାଶୀପୁର ଅଞ୍ଚଳରେ ଆଦିବାସୀ ଓ ଜନଜାତି ଲୋକେ ଅଧିକାଂଶ ଗରିବ ସୀମାରେଖା ତଳେ ରହୁଥିବାବେଳେ ପୁଷ୍ଟିକର ଖାଦ୍ୟ ଅଭବା ତଥା ଅଖାଦ୍ୟ ଖାଇବା ଯୋଗୁଁ କଲେରାରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି ।

ଏହାସହ ରାଜ୍ୟ ଓ କେନ୍ଦ୍ରର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଉପରେ ପ୍ରଶ୍ନ କରିବା ସହ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ନ ମିଳିବାରୁ ରୋଗପ୍ରତିରୋଧ ଶକ୍ତିହ୍ରାସ ଯୋଗୁଁ ସମ୍ପ୍ରତି ସମଗ୍ର କାଶୀପୁର ବ୍ଲକରେ କଲେରା କାୟା ବିସ୍ତାର କରୁଥିବା ପ୍ରତିନିଧି ଦଳ ପ୍ରକାଶ କରିଛି । ଏ ଟିମରେ ପ୍ରଦେଶ କଂଗ୍ରେସ ଆଦିବାସୀ ସେଲ ସଭାପତି ତଥା ପୂର୍ବତନ ବିଧାୟକ ଭୁଜବଳ ମାଝି, ପୂର୍ବତନ ବିଧାୟକ ନକୁଳ ସ୍ବାଇଁ, ଚିନ୍ମୟୀ ବେଉରିଆ, ମନୋଜ ପାତ୍ରଙ୍କ ସମେତ ରାୟଗଡା ଜିଲ୍ଲା ସଭାପତି ଦୁର୍ଗା ପଣ୍ଡା ଓ ଯୁବ ସଭାପତି ଅସଲମ ଖାନ ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ରାୟଗଡା

Last Updated : Jul 21, 2022, 9:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.