ରାୟଗଡା: ଦିଲ୍ଲୀ ହିଂସାକାଣ୍ଡ ବିରୋଧରେ କଂଗ୍ରେସର ପ୍ରତିବାଦ । ଦଙ୍ଗା ପାଇଁ ଗୃହମନ୍ତ୍ରୀ ଅମିତ ଶାହାକୁ ଦାୟୀ କରିଛି ଦଳ । ଯାହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ରାୟଗଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀ ଏସପି ଅଫିସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।
ଏହି ବିକ୍ଷୋଭରେ ପିସିସି ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟା ରତ୍ନମଣୀ ଉଲାକା, ଜିଲ୍ଲା ଉପସଭାପତି ସୁନୀଲ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ