ETV Bharat / state

ବୃଦ୍ଧ-ବୃଦ୍ଧାଙ୍କୁ ଘରକୁ ଘର ଭତ୍ତା ପ୍ରଦାନ ଦାବିରେ କଂଗ୍ରେସର ବିକ୍ଷୋଭ - ରାୟଗଡ଼ାରେ କଂଗ୍ରେସର ବିକ୍ଷୋଭ

ବୃଦ୍ଧ ଓ ବୃଦ୍ଧାଙ୍କୁ ଘରେଘରେ ଭତ୍ତା ପ୍ରଦାନ ଦାବିରେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ରାୟଗଡ଼ା ସହରରେ ବସବାସ କରୁଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ଘରକୁ ଘର ପହଞ୍ଚି ଭତ୍ତା ପ୍ରଦାନ ପାଇଁ ଦାବି କରିଛି ଜିଲ୍ଲା କଂଗ୍ରେସ । ଅଧିକ ପଢ଼ନ୍ତୁ...

ବୃଦ୍ଧ ଓ ବୃଦ୍ଧାଙ୍କୁ ଘରକୁ ଘର ଭତ୍ତା ପ୍ରଦାନ ଦାବିରେ କଂଗ୍ରେସର ବିକ୍ଷୋଭ

author img

By

Published : Oct 18, 2021, 10:46 PM IST

ରାୟଗଡ଼ା: ବୃଦ୍ଧ ଓ ବୃଦ୍ଧାଙ୍କୁ ଘରେଘରେ ଭତ୍ତା ପ୍ରଦାନ ଦାବିରେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ରାୟଗଡ଼ା ସହରରେ ବସବାସ କରୁଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ଘରକୁ ଘର ପହଞ୍ଚି ଭତ୍ତା ପ୍ରଦାନ ପାଇଁ ଦାବି କରିଛି ଜିଲ୍ଲା କଂଗ୍ରେସ । ଏହି ଦାବି ନେଇ ଆଜି(ସୋମବାର) ଜିଲ୍ଲା କଂଗ୍ରେସ ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ।

ବୃଦ୍ଧ ଓ ବୃଦ୍ଧାଙ୍କୁ ଘରକୁ ଘର ଭତ୍ତା ପ୍ରଦାନ ଦାବିରେ କଂଗ୍ରେସର ବିକ୍ଷୋଭ

ଅନେକ ବୃଦ୍ଧ ଓ ବୃଦ୍ଧା ବୟସାଧିକ କାରଣରୁ ପୌର କାର୍ଯ୍ୟାଳୟ ଆସି ଭତ୍ତା ସଂଗ୍ରହ କରିପାରୁ ନାହାଁନ୍ତି । ଫଳରେ ନିୟମିତ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ଯେଉଁମାନେ ପୌର କାର୍ଯ୍ୟାଳୟ ଆସୁଛନ୍ତି ଦୀର୍ଘ ସମୟ ଧରି ଭତ୍ତା ଟଙ୍କା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି । ଯାହାଦ୍ବାରା ସେମାନଙ୍କ ସ୍ୱାସ୍ଥ୍ୟଗତ ହାନୀ ପହଞ୍ଚାଯାଉଛି ।

ଭତ୍ତା ଟଙ୍କା ଘର ସମ୍ମୁଖରେ ପ୍ରଦାନ କରିବାକୁ ଦାବି ହୋଇଛି । ଚଳିତ ମାସରୁ ଏହା କାର୍ଯ୍ୟକାରୀ କରିବା ଦାବିରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ଅନେକ ବୃଦ୍ଧ ଓ ବୃଦ୍ଧା ଏଥିରେ ସାମିଲ ହୋଇଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ସମ୍ପାଦକ ପାର୍ଥ ବର୍ଦ୍ଧନ, ବରିଷ୍ଠ ନେତା ଆପଲାସ୍ୱାମୀ କାଡ୍ରାକାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.