ରାୟଗଡା: ଭୁବନେଶ୍ବର ଏସପ୍ଲାନେଡ ସପିଂ ମଲରେ ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକା ସ୍ବାତୀ ଜେନାଙ୍କୁ ଆକ୍ରମଣ ଘଟଣାର ନିନ୍ଦା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।
ଗୁଣପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ସେ କହିଛିନ୍ତି ଯେ, ସାମ୍ବାଦିକଙ୍କ ସୁରକ୍ଷା ନେଇ ବିଧାନସଭାରେ ବାରମ୍ବାର ପ୍ରସ୍ତାବ ରଖିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଫଳରେ ରାଜ୍ୟରେ ବାରମ୍ବାର ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି । ଏନେଇ ସାମ୍ବାଦିକମାନେ ଏକତ୍ରିତ ହେବା ଦରକାର ବୋଲି ସେ କହିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ