ETV Bharat / state

ଚାଷୀଙ୍କ ଠାରୁ ରବି ଧାନ କ୍ରୟ କରିବାକୁ କିଶାନ କଂଗ୍ରେସର ଦାବି - ଧାନ କ୍ରୟ କରିବାକୁ କିଶାନ କଂଗ୍ରେସର ଦାବି

ଚାଷୀଙ୍କ ଠାରୁ ରବି ଧାନ କ୍ରୟ କରିବାକୁ କିଶାନ କଂଗ୍ରେସର ଦାବି । ଦାବି ପୂରଣ ନ ହେଲେ ଆନ୍ଦୋଳନ ପାଇଁ ଦେଲେ ଚେତାବନୀ । ଅଧିକ ପଢନ୍ତୁ...

congress demands to buy paddy from farmers in rayagada
ଚାଷୀଙ୍କ ଠାରୁ ରବି ଧାନ କ୍ରୟ କରିବାକୁ କିଶାନ କଂଗ୍ରେସର ଦାବି
author img

By

Published : Jun 17, 2021, 8:49 AM IST

ରାୟଗଡା: ରବି ସରି ଖରିଫ ଋତୁ ଆସିଲାଣି । ହେଲେ ଜିଲ୍ଲାରେ ହୋଇ ପାରିନାହିଁ ଧାନ ବିକ୍ରି । ଚାଷି ମଣ୍ଡିକୁ ଦୌଡିଦୌଡି ନୟାନ୍ତ ହେଲେଣି । ହେଲେ ଧାନ କିଣିବାର ନା ନେଉନାହିଁ ଜିଲ୍ଲା ପ୍ରଶାସନ । ଏବେ ଧାନ ବସ୍ତାକୁ ଚାହିଁ ଚାହିଁ ଚାଷି ଚିନ୍ତାରେ ପଡିଛି ଚାଷୀ । ଏଭଳି ପରିସ୍ଥିତିରେ ପ୍ରଶାସନ ଟାଷିଙ୍କୁ ସହଯୋଗର ହାତ ବଢାଇବା ପାଇଁ ରାୟଗଡା ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ଚାଷୀଙ୍କ ଠାରୁ ରବି ଧାନ କ୍ରୟ କରିବାକୁ କିଶାନ କଂଗ୍ରେସର ଦାବି

ରବି ଋତୁର ବଳକା ଧାନକୁ ମଇ 1 ରୁ ଜୁନ୍ 30 ତାରିଖ ମଧ୍ୟରେ ଚାଷିଙ୍କ ଧାନକୁ କ୍ରୟ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲା ବେଳେ ଚାଷି ରବୁ ଋତୁର ଧାନ ବିକ୍ରି କରିପାରୁନି । ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛି । ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ସେହିପରି ଟୋକନ ପ୍ରଦାନର ଅବଧି 15 ଦିନ ପରିବର୍ତ୍ତେ ପୂର୍ବ ପରି ଏକମାସ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ଦାବି କରିଛି । ସେହିପରି ରବି ଋତୁର ଧାନ କ୍ରୟ କରିବା ସହ ଧାନ କିଣାରେ ଭୁବନେଶ୍ବରରୁ ନିୟନ୍ତ୍ରିତ ବ୍ୟବସ୍ଥା ନକରି ଜିଲ୍ଲାସ୍ତରୀୟ ବିକେନ୍ଦ୍ରୀକରଣ ବ୍ୟବସ୍ଥା କରିବା,ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଧାନ କ୍ରୟ ପାଇଁ ମଣ୍ଡିକୁ ଟାର୍ଗେଟ୍ ଦେବା,ଚାଷୀଙ୍କୁ ଧାନ ସଂଗ୍ରହ ବେଳେ ଅଖା ଓ ପରିବହନ ଖର୍ଚ୍ଚ ଦେବା ଓ ବର୍ଷାରେ ଭିଜି ଯାଇଥିବା ଧାନ ପ୍ରତି କ୍ବିଣ୍ଟାଲ ପ୍ରତି 5 ଶହ ଟଙ୍କା ବନୋସ୍ ଦେବା ପାଇଁ କଂଗ୍ରେସ ଦାବି କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.