ରାୟଗଡା: ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ବାଇକ ଦୁର୍ଘଟଣାରେ ମୁତ୍ୟୁକୁ ନେଇ କଂଗ୍ରେସ ସନ୍ଦେହ ପ୍ରକାଶ କରିଛି । ଆସନ୍ତା 7 ଦିନ ମଧ୍ୟରେ ଘଟଣାର ତଦନ୍ତ ଆରମ୍ଭ ନ ହେଲେ ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି।
ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁର ସତ୍ୟାସତ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଜ ତଦନ୍ତ କରିବାକୁ ଗୁଣପୁର ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ତାରା ବାହିନୀପତି କହିଛନ୍ତି। ନଚେତ ଦଳ ପକ୍ଷରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଏକ ସଡ଼କ ଦୁର୍ଘଟଣାରେ ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟିଥିଲା । ଗତ ୨୪ ତାରିଖ ବିଳମ୍ବିତ ରାତିରେ ଏକ ବାଇକରେ ରାମନାଗୁଡା ଅଭିମୁଖେ ଯାଉଥିବାବେଳେ ହଠାତ ଭାରସାମ୍ୟ ହରାଇ ଗାଡିରୁ ତଳେ ପଡିଯାଇଥିଲେ। ତାଙ୍କୁ ପ୍ରଥମେ ରମାନାଗୁଡା, ପରେ ଗୁଣପୁର ଏବଂ ଶେଷରେ ଶ୍ରୀକାକୁଲମସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଶ୍ରୀକାକୁଲମରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ