ETV Bharat / state

ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ହତ୍ୟା ପ୍ରତିବାଦରେ କଂଗ୍ରେସର ରାସ୍ତାରୋକ - କଂଗ୍ରେସର ରାସ୍ତାରୋକ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡ଼ଃ ପୁରୁଷୋତ୍ତମ ଗମାଙ୍ଗଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଷଡଯନ୍ତ୍ର କରି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସଙ୍ଗୀନ ଅଭିଯୋଗ କରିଛି କଂଗ୍ରେସ ।

Congress blocked road, congress protest in rayagada, rayagada latest news, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, କଂଗ୍ରେସର ରାସ୍ତାରୋକ, ରାୟଗଡାରେ କଂଗ୍ରେସର ରାସ୍ତାରୋକ
ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ହତ୍ୟା ପ୍ରତିବାଦରେ କଂଗ୍ରେସର ରାସ୍ତାରୋକ
author img

By

Published : Jan 13, 2020, 11:42 PM IST

ରାୟଗଡା: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡ଼ଃ ପୁରୁଷୋତ୍ତମ ଗମାଙ୍ଗଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଷଡଯନ୍ତ୍ର କରି ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସଙ୍ଗୀନ ଅଭିଯୋଗ କରିଛି କଂଗ୍ରେସ । ଯାହାର ପ୍ରତିବାଦ କରି ସୋମବାର ରାସ୍ତା ଅବରୋଧ କରିବା ସହ ସପ୍ତାହେ ମଧ୍ୟରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଅଭିଯୁକ୍ତକୁ ଖୋଜିବା ନେଇ ଦାବି କରିଛି କଂଗ୍ରେସ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ହତ୍ୟା ପ୍ରତିବାଦରେ କଂଗ୍ରେସର ରାସ୍ତାରୋକ

ସୂଚନା ଅନୁଯାୟୀ ଗତ ଡିସେମ୍ବର 24 ତାରିଖ ରାତିରେ ଏକ ସଡକ ଦୁର୍ଘଟଣାରେ ଡ଼ଃ ଗମାଙ୍ଗଙ୍କ ମୃତ୍ୟୁ ହୋଇଥିବା ଖବର ସମଗ୍ର ଅଞ୍ଚଳ ବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ହେଲେ ଏହା ଦୁର୍ଘଟଣାଜନିତ ନୁହେଁ ବରଂ ହତ୍ୟାକାଣ୍ଡ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା । ଗୁଣୁପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏହି ଅଭିଯୋଗ କରିଥିଲେ ।

ତେବେ ସପ୍ତାହେ ମଧ୍ୟରେ ପୋଲିସ ଅଭିଯୁକ୍ତକୁ ଖୋଜୁ ନଚେତ ଏସଆଇଟି କିମ୍ବା ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ । ପରେ ଡ଼ଃ ଗମାଙ୍ଗଙ୍କ ଶାଳକ ଏନେଇ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ଜାଣିଶୁଣି ପୋଲିସ ଏତଲା ଗ୍ରହଣ କରିବାରେ ବିଳମ୍ବ ଓ ତଦନ୍ତରେ ଶୀଥିଳତା ପ୍ରକାଶ କରୁଥିବା ଅଭିଯୋଗ ହୋଇଛି । ତେଣେ ରାଜ୍ୟ ସରକାର ସବୁବେଳେ ଆଦିବାସୀ ବିରୋଧୀ ଓ ହତ୍ୟାକାରୀ ବୋଲି ବାହିନୀପତି ଆରୋପ କରିଛନ୍ତି ।

ସେହିଭଳି କୋରାପୁଟ ସାଂସଦ ମଧ୍ୟ ଏ ତଦନ୍ତରେ ସନ୍ତୁଷ୍ଟ ନହୋଇ ସିବିଆଇ ତଦନ୍ତ ଦାବି କରିବା ସହ ଦିଲ୍ଲୀ ସଂସଦରେ ଏ ପ୍ରସଙ୍ଗ ଉଠାଇବା କଥା ପ୍ରକାଶ କରିଛନ୍ତି । ସେପଟେ ପୁରୁଷୋତ୍ତମ ଗମାଙ୍ଗଙ୍କ ମା’ ମଧ୍ୟ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ମନ୍ତବ୍ୟକୁ କଡା ଭାଷାରେ ନିନ୍ଦା କରିଛନ୍ତି । ଏନେଇ ସୋମବାର ଗୁଣୁପୁର ବାଙ୍ଗି ଛକଠାରେ ଦଳ ପକ୍ଷରୁ ରାସ୍ତାରୋକ କରାଯାଇଛି ।

ଏହି ରାସ୍ତାରୋକ ଦ୍ବାରା 3 ପଟରୁ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଓ ଗୁଣୁପୁର, ରମାନଗୁଡା କଂଗ୍ରେସର ବହୁ କର୍ମୀ ତଥା ନେତା ସାମିଲ ହୋଇ ପ୍ରତିବାଦ କରିଛନ୍ତି । ତେବେ ଏହି ଆନ୍ଦୋଳନ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା ପ୍ରତିବାଦରେ 17 ନମ୍ବର ରାଜପଥ ଅବରୋଧ । Body:ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡ଼.ପୁରୁଷୋତ୍ତମ ଗମାଙ୍ଗଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଷଡଯନ୍ତ୍ର କରି ସୁଚିନ୍ତିତ ଯୋଜନାବଦ୍ଧ ଭାବେ ହତ୍ୟା କାରାଯାଇ ଥିବା ଭଳି ସଙ୍ଗିନ ଅଭିଯୋଗ କରିଛି କଂଗ୍ରେସ । ଗତ ଡିସେମ୍ବର 24 ତାରିଖ ରାତିରେ ଏକ ସଡ଼କ ଦୁର୍ଘଟଣା ରେ ଡ଼ ଗମାଙ୍ଗ ଙ୍କ ମୃତ୍ୟୁ ହୋଇଥିବା ଖବର ସମଗ୍ର ଅଞ୍ଚଳ ବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ହେଲେ ଏହା ଦୁର୍ଘଟଣା ଜନିତ ନୁହେଁ ବରଂ ହତ୍ୟାକାଣ୍ଡ ବୋଲି କଂଗ୍ରେସ ପକ୍ଷରୁ ଗୁଣୁପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ । ଏବଂ ସପ୍ତାହ ମଧ୍ୟରେ ପୋଲିସ ଅଭିଯୁକ୍ତ କୁ ଖୋଜୁ ନଚେତ ଏସଆଇ ଟି କିମ୍ବା ସିବିଆଇ ତଦଣ୍ଡ ଦାବୀ କରିଥିଲେ । ପରେ ଡ଼ ଗମଙ୍ଗଙ୍କ ସାଳକ ଏ ନେଇ ଗୁଣୁପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ଜାଣିଶୁଣି ପୋଲିସ ଏତଲା ଗ୍ରହଣ କରିବା ରେ ବିଳମ୍ବ ଓ ତଦନ୍ତରେ ଶିଥିଳତା ପ୍ରକାଶ କରୁଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ସବୁବେଳେ ଆଦିବାସୀ ବିରୋଧୀ ଓ ହତ୍ୟାକାରୀ ବୋଲି ବାହିନୀପତି ଆରୋପ କରିଛନ୍ତି । ସେହିଭଳି କୋରାପୁଟ ସାଂସଦ ମଧ୍ୟ ଏ ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି ତେଣୁ ସିବିଆଇ ତଦନ୍ତ ଦାବି କରିବା ସହ ଦିଲ୍ଲୀ ସଂସଦରେ ଏ ପ୍ରସଙ୍ଗ ଉଠେଇବେ ବୋଲି କହିଛନ୍ତି । ସେପଟେ ପୁରୁଷୋତ୍ତମ ଗମଙ୍ଗଙ୍କ ମା ମଧ୍ୟ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ରାୟଗଡ ଆରକ୍ଷୀ ଅଧିକ୍ଷକ ଙ୍କ ମନ୍ତବ୍ୟ କୁ କଡା ଭାଷାରେ ନିନ୍ଦା କରିଛନ୍ତି ପୁରୁଷୋତ୍ତମ ଙ୍କ ମା ଓ କଂଗ୍ରେସ । ଆଜି ଗୁଣୁପୁର ବାଙ୍ଗି ଛକ ଠାରେ ଦଳ ପକ୍ଷରୁ ରାସ୍ତାରୋକ କରାଯାଇଛି । ଫଳରେ 3 ପଟରୁ ଯାନବାହନ ଚଳାଚଳ ବନ୍ଦ ରହିଛି ।ଜିଲ୍ଲା କଂଗ୍ରେସ ସଭାପତି ଓ ଗୁଣୁପୁର,ରମାନଗୁଡା କଂଗ୍ରେସର ବହୁ କର୍ମୀ ନେତା ଏଥିରେ ସାମିଲ ହୋଇ ପ୍ରତିବାଦ କରିଛନ୍ତି । ଏହି ଆନ୍ଦୋଳନ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛିConclusion:ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା ପ୍ରତିବାଦରେ 17 ନମ୍ବର ରାଜପଥ ଅବରୋଧ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.