ETV Bharat / state

ରାୟଗଡାରେ କୋଭିଡ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ - ଜିଲ୍ଲାପାଳ

ରାୟଗଡ଼ା କୋଭିଡ଼ ସ୍ଥିତି ସମିକ୍ଷା ପାଇଁ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରଥମେ ବିଷମକଟକ ବ୍ଲକସ୍ଥିତ ଉପ-କାରାଗାର ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ..

collector-visit-hotspot-bijayapur
collector-visit-hotspot-bijayapur
author img

By

Published : Jul 15, 2020, 10:06 PM IST

ରାୟଗଡ଼ା: କୋଭିଡ଼ ସ୍ଥିତି ସମିକ୍ଷା ପାଇଁ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରଥମେ ବିଷମକଟକ ବ୍ଲକସ୍ଥିତ ଉପ-କାରାଗାର ପରିଦର୍ଶନ କରିଥଲେ । ଜିଲ୍ଲାପାଳଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ ଏବଂ ଜିଲ୍ଲା ଦୌରାଜର୍ଜ ଚିତରଂଜନ ଦାଶ ମଧ୍ୟ ପରିଦର୍ଶନରେ ଯାଇଥିଲେ । ପରିଦର୍ଶନ ସମୟରେ କାରାଗାରରେ ରହୁଥିବା ଅନ୍ତେବାସୀ, କର୍ମଚାରୀ ଓ ଜେଲର ସହ କିଭଳି ପାଳନ ହେଉଛି କୋଭିଡ଼ ନିୟମ ସେ ନେଇ ଆଲୋଚନା କରିଥିଲେ । ପରେ ଗୁଣପୁର ଗସ୍ତ କରି ଉପଖଣ୍ଡୀୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ।

ଜିଲ୍ଲାରେ କୋଭିଡ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ସେଠାରେ କିଭଳି ଚାଲିଛି ରୋଗୀ ସେବା ସେନେଇ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ଜିଲ୍ଲାର ହଟସ୍ପଟ କୁହାଯାଉଥିବା ବିଜୟପୁର ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଗୁଣପୁର ବ୍ଲକର ବିଜୟପୁରର ଗୋଟିଏ ଗାଁରେ 95 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସିରିଝୋଲି ପଞ୍ଚାଯତ ଉପରେ ତୀକ୍ଷଣ ନଜର ରଖିଛି ଜିଲ୍ଲାପ୍ରଶାସନ ।ଏହା ସହ ବିଷମ କଟକ ଉପ-କାରାଗାର ,କୋଭିଡ ସେଂଟର ସାଙ୍ଗକୁ ବିଜୟପୁର ପରିଦର୍ଶନ କଲେ ଜିଲ୍ଲାପାଳ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.