ETV Bharat / state

ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡ ଲାଇନ, ଝିଅକୁ କଲା ପରିବାରକୁ ହସ୍ତାନ୍ତର - rayagada child marriage news

ରାୟଗଡାରେ କମୁନି ବାଲ୍ୟ ବିବାହ । ପୁଣି ଏକ ବାଲ୍ୟ ବିବାହକୁ ଅଟକାଇଛି ଚାଇଲ୍ଡ ଲାଇନ । ନାବାଳିକାକୁ ପରିବାରକୁ କରିଛି ହସ୍ତାନ୍ତର ।

ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡ ଲାଇନ
ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡ ଲାଇନ
author img

By

Published : Sep 17, 2020, 6:50 AM IST

ରାୟଗଡା: ଅନେକ ସଚେତନତା ସତ୍ତ୍ବେ ବି ରାୟଗଡାରେ କମୁନି ବାଲ୍ୟ ବିବାହ । ପୁଣି ଏକ ବାଲ୍ୟ ବିବାହକୁ ଅଟକାଇଛି ଚାଇଲ୍ଡ ଲାଇନ । ରାୟଗଡା ବ୍ଲକର ଜେମାଦେଇପେଣ୍ଠ ଗାଁରେ ବାଲ୍ୟ ବିବାହକୁ ଜିଲ୍ଲା ପ୍ରଶାସନ ଓ ଚାଇଲ୍ଡ ଲାଇନ ରୋକିବାରେ ସକ୍ଷମ ହୋଇଛନ୍ତି ।

ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡ ଲାଇନ

15 ବର୍ଷର ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସି ନିକଟରେ ହାଜର କରିଛି ଚାଇଲ୍ଡ ଲାଇନ । ପରେ ସିଡବ୍ଲୁସି ନିର୍ଦ୍ଦେଶରେ ନାବାଳିକାକୁ ତାଙ୍କ ଘରେ ଛାଡି ଦିଆଯାଇଛି ।

ସୂଚନା ଅନୁସାରେ, କିଛି ଦିନ ତଳେ ନାବାଳିକା ଜଣକ ନିଜ ଘର ଜେମାଦେଇପେଣ୍ଠ ଛାଡି ଭଲ ପାଉଥିବା ଯୁବକଙ୍କ ଘର କତାପେଟା ଗାଁକୁ ଚାଲି ଯାଇଥିଲେ । ନାବାଳିକାର ପରିବାର ଲୋକେ ବୁଝାସୁଝା କରିବା ପରେ ମଧ୍ୟ ନାବାଳିକାଟି ଘରକୁ ଫେରିନଥିଲା । ଏହି ଖବର ଜଣାପଡିବା ପରେ ତୁରନ୍ତ ଚାଇଲ୍ଡ ଲାଇନ ଟିମ କୋତାପେଟା ଗାଁରେ ପହଞ୍ଚି ନାବାଳିକାଟିକୁ ଉଦ୍ଧାର କରି ପରିବାରର ଜିମା ଦେଇଛନ୍ତି ।

ସବୁଠାରୁ ବଡ କଥା ଉଭୟ ପୁଅ ଝିଅ ନାବାଳକ ଅଟନ୍ତି । ଆଜି ଝିଅକୁ ନେଇ ସିଡିପିଓ ତଥା ବାଲ୍ୟ ବିବାହ ନିଷେଦ୍ଧ ଅଧିକାରୀ ମିନାକ୍ଷୀ ଦାଶଙ୍କ ନେତୃତ୍ବରେ ରାୟଗଡା ଜିଲ୍ଲା ଚାଇଲ୍ଡ ଲାଇନର ବିଜୟ କେତନ ସାହୁ, କାଉନସିଲର ପି. ପୂର୍ଣାମାସୀ ପ୍ରମୁଖ ଜେମାଦେଇପେଣ୍ଠ ଯାଇ ନାବାଳିକାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।

ପରେ ପୃଥକ ପୃଥକ ଭାବେ ଉଭୟ ନାବାଳକ ଓ ନାବାଳିକାକୁ ଆଇନ ସମ୍ପର୍କରେ ବୁଝାସୁଝା କରିବା ପରେ ପରିବାର ଲୋକେ ବିବାହ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସହମତି ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.