ରାୟଗଡା: ଜିଲ୍ଲାରେ ଖୋଲିଲା ଶିଶୁ ବନ୍ଧୁତ୍ୱ ଥାନା । ମଙ୍ଗଳବାର ଦକ୍ଷିଣ-ପଶ୍ଚିମାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଥାନାର ଉଦଘାଟନ କରିଥିଲେ । କୋମଳମତି ଛୁଆଙ୍କ ମନରେ ଥାନା ଭୟ ଦୂର ସାଙ୍ଗକୁ ପୋଲିସ ପ୍ରତି ବନ୍ଧୁତ୍ଵ ଭାବ ପାଇଁ ଏହି ଥାନା ଖୋଲାଯାଇଛି ।
ମଙ୍ଗଳବାର ରାଜେଶ ପଣ୍ଡିତଙ୍କ ଦ୍ବାରା ଏହି ଥାନାର ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସପି ବିବେକାନନ୍ଦ ଶର୍ମା ଯୋଗ ଦେଇଥିଲେ । କୋମଳମତି ଛୁଆଙ୍କ ମନରେ ଥାନା ଭୟ ଦୂର ସାଙ୍ଗକୁ ପୋଲିସ ପ୍ରତି ବନ୍ଧୁତ୍ଵ ଭାବ ପାଇଁ ଏହି ଥାନା ଖୋଲା ଯାଇଥିବା କଥା କୁହାଯାଉଛି । ଏହି ଥାନାରେ ଶିଶୁଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିଥିବା ଡିଆଇଜି କହିଛନ୍ତି । ମୁଖ୍ୟତଃ ରାୟଗଡ଼ା ଥାନାକୁ ଯେଉଁ ମାନେ ଅଭିଯୋଗ ଦାଖଲ ପାଇଁ ଆସିବେ ସେମାନଙ୍କ ଶିଶୁ ସାଥିରେ ରହିଥିଲେ ଏହି ଥାନା ପରିସରରେ ଖେଳ ବୁଲା କରି ସମୟ ଅତିବାହିତ କରିବା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମ ଥର ପାଇଁ ରାୟଗଡ଼ା ଜିଲ୍ଲାରେ ଏହିଭଳି ଥାନା ସ୍ଥାପନା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଇରାନରେ ତେଜୁଛି ହିଜାବ ବିରୋଧୀ ଆନ୍ଦୋଳନ, ସପ୍ତାହକରେ ଗଲାଣି 72 ଜୀବନ
ଏନେଇ ଡିଆଇଜି କହିଛନ୍ତି," ମୁଁ ଶିଶୁ ବନ୍ଧୁତ୍ୱ ଥାନା ଉଦଘାଟନ କରି ବହୁତ ଖୁସି ଲାଗିଲା । ଶିଶୁମାନଙ୍କୁ ଥାନା ପରିସରରେ ଖେଳ ବୁଲା କରି ସମୟ ଅତିବାହିତ କରିବାର ବ୍ୟବସ୍ଥା କରାଯାଇଛି । ଅଭିଯୋଗ ଦାଖଲ ପାଇଁ ଆସୁଥିବା ବ୍ୟକ୍ତିଙ୍କ ଶିଶୁମାନଙ୍କୁ ଥାନାର ପାରିପାର୍ଶ୍ବିକ ସ୍ଥିତି ଦେଖି ଖୁସି ଲାଗିବ । ରାୟଗଡା ସହରର ଜନସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ଏଠାରେ ଏକ ମହିଳା ଥାନା ସ୍ଥାପନାର ଆବଶ୍ୟକତା ରହିଛି । ଏଥିପାଇଁ ବହୁତ ଶିଘ୍ର ପଦକ୍ଷେପ ନିଆଯିବ ।"
ଇଟିଭି ଭାରତ, ରାୟଗଡା