ETV Bharat / state

ଚିକେନ୍ ଦୋକାନରେ ଚଢ଼ାଉ, ବନ୍ଦ ଚେତାବନୀ ଦେଲା ପ୍ରଶାସନ - rayagada latest news

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ନେଇ ଚିକେନ ଦୋକାନ ଉପରେ ଚଢ଼ାଉ କଲା ପୋଲିସ । ରାୟଗଡା ପୌରପରିଷଦ ତରଫରୁ ଚଢ଼ାଉ କରି ଜରିମାନା ଆଦାୟ କରିଛି ପୋଲିସ । ଅଧିକ ପଢନ୍ତୁ...

chicken center seal for violation of covid19 guideline in rayagada
ନିୟମକୁ ଅଵମାନନାକୁ ନେଇ ଚିକେନ୍ ଦୋକାନ ଉପରେ ଚଢ଼ାଉ
author img

By

Published : Apr 28, 2021, 9:57 PM IST

ରାୟଗଡା: କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ନେଇ ଚିକେନ ଦୋକାନ ଉପରେ ଚଢ଼ାଉ କଲା ପୋଲିସ । ରାୟଗଡା ପୌରପରିଷଦ ତରଫରୁ ଚଢ଼ାଉ କରି ଜରିମାନା ଆଦାୟ ସହିତ ଭବିଷ୍ୟତରେ ଏଭଳି କଲେ ସମ୍ପୂର୍ଣ୍ଣ ବନ୍ଦ କରାଯିବା ନେଇ ଚେତାବନୀ ଦେଇଛନ୍ତି ।

ନିୟମକୁ ଅଵମାନନାକୁ ନେଇ ଚିକେନ୍ ଦୋକାନ ଉପରେ ଚଢ଼ାଉ

ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ବତନ୍ତ୍ର ଭାବେ ମାଂସ ଦୋକାନ ପାଇଁ ସରକାରଙ୍କ ନିୟମ ରହିଛି । କିନ୍ତୁ ସହରର ବିଭିନ୍ନ ସ୍ଥାନରେ ରହିଥିବା ଚିକେନ ଦୋକାନ ଗୁଡିକ ନିୟମର ଖୋଲାଖୋଲି ଉଲଂଘନ କରିଥିବା ନଜରକୁ ଆସିଛି । ଏହା ପରେ ପୌରପରିଷଦ ତରଫରୁ ଚଢ଼ାଉ କରି ଜରିମାନା ଆଦାୟ ସହିତ ଭବିଷ୍ୟତରେ ଏଭଳି କଲେ ସମ୍ପୂର୍ଣ୍ଣ ବନ୍ଦ କରାଯିବା ନେଇ ଚେତାବନୀ ଦେଇଛନ୍ତି । ଡେଲି ମାର୍କେଟ ନିକଟରେ ରହିଥିବା ସେଣ୍ଟର ଏବଂ ରଇତ କଲୋନୀ ଛକରେ ଥିବା ସେଣ୍ଟର ସହ ସହରର ଅନ୍ୟ ସେଣ୍ଟର ଗୁଡିକୁ ଜିସିଡି ପଡ଼ିଆରେ ପ୍ରଶାସନ ତରଫରୁ ଅସ୍ଥାୟୀ ଷ୍ଟଲ କରି ସେମାନଙ୍କୁ ପ୍ରଦାନ କରା ଯାଇଥିଲେ ସୁଦ୍ଧା ସେମାନେ ନିଜର ପୂର୍ବ ସ୍ଥାନରେ ବ୍ୟବସାୟ ଚଳାଇ ଆସୁଥିଲେ । ଫଳରେ ସାମାଜିକ ଦୂରତା ରକ୍ଷା ହୋଇପାରୁନଥିଲା ।

ସହରର ସମସ୍ତ ଦୋକାନ ବନ୍ଦ କରି ଜିସିଡି ପଡ଼ିଆରେ ବ୍ୟବସାୟ କରିବାକୁ କୁହାଯାଇଛି । ଯଦି ସେଠାରେ ସେମାନେ ସାମାଜିକ ଦୂରତାକୁ ଗୁରୁତ୍ବ ନ ଦିଅନ୍ତି, ତେବେ ସେମାନଙ୍କ ଦୋକାନ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ପୌରପରିଷଡଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅହମ୍ମଦ ୟାଶୀର ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.