ETV Bharat / state

ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, କାଶୀପୁରରେ ହଇଜା ସଂକ୍ରମଣ ବେଲଗାମ

author img

By

Published : Jul 26, 2022, 7:27 PM IST

କାଶୀପୁର ବ୍ଲକ୍‌ରେ ହଇଜା ସଂକ୍ରମଣ ସ୍ଥିତି ସୁଧୁରିବା ନାଁ ଧରୁନାହିଁ । ୨୦ ଗ୍ରାମକୁ ହଇଜା ଗ୍ରାସ କରିଥିବା ବେଳେ ପୁଣି ୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ୨୮୦ ଗାଁରେ ସର୍ଭିଲାନ୍ସ ବୃଦ୍ଧି କରାଯାଇଛି । ଅଧିକ ପଢ଼ନ୍ତୁ

ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା, କାଶୀପୁରରେ ହଇଜା ସଂକ୍ରମଣ ବେଲଗାମ !

ରାୟଗଡ଼ା: କାଶୀପୁର ବ୍ଲକ୍‌ରେ ହଇଜା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । ମଙ୍ଗଳବାର ଏଠାରେ ଆଉ ୩୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୧ରେ ପହଞ୍ଚିଛି । ସେଥିମଧ୍ୟରୁ ୯ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ପ୍ରଶାସନ ପକ୍ଷରୁ ହଇଜା ସଂକ୍ରମଣ ପାଇଁ ସମସ୍ତ ସମ୍ଭବ ଚେଷ୍ଟା ଜାରି ରହିଛି ।

ହଇଜା ପ୍ରଭାବିତ ଗ୍ରାମଗୁଡ଼ିକରେ ସମସ୍ତ ଜଳ ଉତ୍ସ ବନ୍ଦ ରହିଛି । ଏହି ସବୁ ଗ୍ରାମରେ ଟ୍ୟାଙ୍କର ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ସେହିଭଳି ସାହିର ବିଭିନ୍ନ ସ୍ଥାନରେ ବ୍ଲିଚିଂ ପାଉଡର ସିଞ୍ଚନ କରାଯାଇ ବିଶୋଧନ କରାଯାଉଛି । ଟିକିରିରେ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଲୋକଙ୍କୁ ଭ୍ରାମ୍ୟମାଣ RO ବିଶୋଧିତ ବିଶୁଦ୍ଧ ପାନୀୟ ଜଳ ପ୍ୟାକେଟ୍ ବଣ୍ଟନ କରାଯାଉଛି । ମେଡିକାଲ ଟିମ୍‌ ଘରକୁ ଘର ବୁଲି ହାଲୋଜେନ୍‌ ବଟିକା ବିତରଣ କରୁଛନ୍ତି । ଏହାକୁ ପାଣିରେ ମିଶାଇ ପିଇବାକୁ ପରାମର୍ଶ ଦେବା ସହ ଗରମ ଖାଦ୍ୟ ଖାଇବାକୁ କୁହାଯାଉଛି ।

ଟିକିରି, ଡୁଡୁକାବାହାଲ, କାଶୀପୁର, ପଞ୍ଚାଳି, ଶଙ୍କରଡା, ପୋଡାପାଡି, କାକୁଡିପଦର, ଗୋବିରିଘାଟି ଆଦି ଗ୍ରାମ ହଇଜା ସଂକ୍ରମିତ । ଏହି ସବୁ ଗ୍ରାମରେ ଗାଁ ସାଥିଙ୍କ ଟିମ୍‌ ଗଠନ କରାଯାଇ ବିଶୋଧନ କାର୍ଯ୍ୟ ହାତକୁ ନିଆଯାଇଛି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ମଧ୍ୟ ୬ଟି ଟିମ୍‌ ଗଠନ କରି ଜଳ ବିଶୋଧନ କାର୍ଯ୍ୟ କରୁଛି । କାଶୀପୁର ବଭିନ୍ନ ହସ୍ପିଟାଲ୍‌ରେ ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ୨୦ ଜଣଙ୍କ ଉପରେ ନଜର ରଖିଛନ୍ତି ଡାକ୍ତରୀ ଦଳ ।

ପ୍ରତିଦିନ ହଇଜା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ । ହଇଜା ସଂକ୍ରମଣ ୪ ଦିନ ମଧ୍ୟରେ ନିୟନ୍ତ୍ରିତ ହେବ ବୋଲି ଜୁଲାଇ ୨୦ ତାରିଖରେ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ତେବେ ସ୍ଥିତି ଧୀରେଧୀରେ ବିଗିଡ଼ିବାରେ ଲାଗିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ଗ୍ରାମବାସୀ ଓ ସ୍କୁଲ୍‌ ପିଲାଙ୍କ ମଧ୍ୟରେ ହଇଜାକୁ ନେଇ ସଚେତନତା କରାଯାଉଛି । କେତେକ ସ୍ଥାନରେ ସଠିକ ଢଙ୍ଗରେ ଜଳ ବିଶୋଧନ ହେଉନାହିଁ କି ଟ୍ୟାଙ୍କର ଜଳ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ତେବେ ଦୂଷିତ ଜଳ ଯୋଗୁଁ ହଇଜା ବ୍ୟାପୁଥିବା କୁହାଯାଉଥିବା ବେଳେ କେଉଁ କାରଣରୁ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦିଆଯାଉନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଲୋକେ ସଚେତନ ହେଲେ ହଇଜା ନିୟନ୍ତ୍ରଣ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତା ସହିତ କାଶୀପୁର ବ୍ଲକ୍‌ରେ ୮ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ୍‌ ପ୍ରତ୍ୟେକ ଗାଁରେ ପହଞ୍ଚି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛି । ଖୁବ୍‌ଶୀଘ୍ର ହଇଜା ନିୟନ୍ତ୍ରିତ ହେବ ବୋଲି ଆଶା ରଖିଛି ପ୍ରଶାସନ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.