ETV Bharat / state

ହବିଷ୍ୟାଳୀଙ୍କ ପାଇଁ ଖୁସି ଖବର: ଚଳିତ ସପ୍ତାହରୁ ଅନଲାଇନ ପଞ୍ଜୀକରଣ, ଏଥର ମିଳିବ ଏକାଧିକ ନୂଆ ସୁବିଧା - Kartika Brata 2024

Kartika Brata 2024; ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ଅଫଲାଇନ ସହ ଅନଲାଇନ ପଞ୍ଜୀକରଣ । ଏଥର ନୂତନ ଭାବେ ଏକାଧିକ ସୁବିଧା ଯୋଗାଇବାକୁ ପ୍ରଶାସନର ପ୍ରସ୍ତୁତି ଜୋରଦାର । ଅଧିକ ପଢନ୍ତୁ

ହବିଷ୍ୟାଳୀଙ୍କ ପାଇଁ ଖୁସି ଖବର: ଏହି ଦିନ ଆରମ୍ଭ ହେବ ଅନଲାଇନ ପଞ୍ଜୀକରଣ
ହବିଷ୍ୟାଳୀଙ୍କ ପାଇଁ ଖୁସି ଖବର: ଏହି ଦିନ ଆରମ୍ଭ ହେବ ଅନଲାଇନ ପଞ୍ଜୀକରଣ (ETV Bharat Odisha)
author img

By ETV Bharat Odisha Team

Published : Oct 1, 2024, 1:52 PM IST

ପୁରୀ: ସବୁ ଆଶା ଆଶଙ୍କାର ଜବନିକା ପଡିଲା । ଚଳିତବର୍ଷ କାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀରେ ସମ୍ପୂର୍ଣ୍ଣ ମାଗଣାରେ ହବିଷ୍ୟାଳୀ ମା’ମାନଙ୍କୁ ରଖିବା ପାଇଁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେବ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।

  • ଚଳିତ ସପ୍ତାହରୁ ପଞ୍ଜୀକରଣ ଆରମ୍ଭ:-

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଚଳିତମାସ (ଅକ୍ଟୋବର) ପ୍ରଥମ ସପ୍ତାହରୁ ଅନଲାଇନ ଆବେଦନ ଆରମ୍ଭ ହେବ । ତେବେ ଆସନ୍ତା ଦୁଇ-ତିନିଦିନ ମଧ୍ୟରେ ଉଭୟ ଅଫଲାଇନ ଓ ଅନଲାଇନ ମୋଡରେ ଏହି ପଞ୍ଜୀକରଣ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛି । ସେହିପରି ଚଳିତମାସ ୧୮ ତାରିଖରୁ ହବିଷ୍ୟାଳୀ ଶିବିର ଆରମ୍ଭ ହେବ । ଚଳିତ ବର୍ଷ 25 ଶହ ହବିଷ୍ୟାଳୀ ମା’ମାନଙ୍କୁ ସ୍ବତନ୍ତ୍ର ହବିଷ୍ୟାଳୀ ଶିବିରରେ ରଖାଯିବାକୁ ଯୋଜନା କରାଯାଇଛି । ସେହିପରି ଏଥର ଅଧିକ ଓ ନୂତନ ହବିଷ୍ୟାଳୀ ଏହି ଯୋଜନାରେ ସାମିଲ କରିବା ପାଇଁ ମଧ୍ୟ ପ୍ରଶାସନ ଚିନ୍ତା କରୁଛି ।

  • ହବିଷ୍ୟାଳୀ ଶିବିରରେ ଏଥର ଏକାଧିକ ସୁବିଧା

ପୂର୍ବ ଯୋଜନା ଭଳି ଚଳିତ ବର୍ଷ ମଧ୍ୟ ହବିଷ୍ୟାଳୀ ଶିବିରରେ ହବିଷ୍ୟାଳୀ ମା’ମାନଙ୍କ ରହଣୀ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ହବିଷ୍ୟାଳୀ ଶିବିରରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା, ସୁରକ୍ଷା ପାଇଁ ପୋଲିସ ମୁତୟନ ସହ ଅଗ୍ନିଶମ ବାହିନୀକୁ ମଧ୍ୟ ମୁତୟନ କରାଯିବ । ପାଲା, ଦାଶକାଠିଆ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ । କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳୀ ମା’ ମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରହିବା ସହିତ ମହାପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହେବ । ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ହବିଷ୍ୟାଳୀ ମା’ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ହବିଷ୍ୟାଳୀଙ୍କୁ ସହଯୋଗ କରିବା ପାଇଁ ସ୍ବେଛାସେବୀଙ୍କୁ ମୁତୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ହବିଷ୍ୟାଳୀ ଶିବିରରୁ ଶ୍ରୀମନ୍ଦିରକୁ ଯାତାୟତ ପାଇଁ ସ୍ବତନ୍ତ୍ର ବସର ବ୍ୟବସ୍ଥା କରାଯିବ । ନରେନ୍ଦ୍ର ପୁଷ୍କରିଣୀରେ ହବିଷ୍ୟାଳୀଙ୍କ ସୁରକ୍ଷିତ ସ୍ନାନ ଏବଂ କୌଣସି ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବାହିନୀକୁ ମୁତୟନ କରାଯିବ ।

ହବିଷ୍ୟାଳୀଙ୍କ ପାଇଁ ଖୁସି ଖବର: ଏହି ଦିନ ଆରମ୍ଭ ହେବ ଅନଲାଇନ ପଞ୍ଜୀକରଣ, ଏଥର ମିଳିବ ଏହି ନୂଆ ସୁବିଧା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଅର୍ପଣ ଚାଉଳକୁ ନେଇ ବଡ଼ ନିଷ୍ପତ୍ତି; ଚାଉଳକୁ ଟେଣ୍ଡର ଡାକି ବିକ୍ରି କରାଯିବ - Arpan Rice

ଏହା ମଧ୍ୟ ପଢନ୍ତୁ :- ପ୍ରଭାତରେ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ଆଳତି, ଶୁଭମୟ ହେବ ଦିନ - Mangala Alati

ଏହା ମଧ୍ୟ ପଢନ୍ତୁ :- ଆସୁଛନ୍ତି ମା'; ନବରାତ୍ରୀରେ ଝଟକିବ ଏହି ରାଶିଙ୍କ ଭାଗ୍ୟ, ଘଟିବ ବଡ଼ ପରିବର୍ତ୍ତନ - Durga Puja Navratri Horoscope

  • ନିଷ୍ପତ୍ତିକୁ ଭକ୍ତଙ୍କ ସ୍ବାଗତ:-

ଚଳିତବର୍ଷ ପୁଣି ରାଜ୍ୟ ସରକାର ହବିଷ୍ୟାଳୀ ଶିବିର ଆରମ୍ଭ କରିଥିବାରୁ ଏହାକୁ ସ୍ବାଗତ କରିଛନ୍ତି ଭକ୍ତ । ସେହିପରି ହବିଷ୍ୟାଳୀ ଶିବିରକୁ ସୁପରିଚାଳନା ପାଇଁଁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ସହ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ହବିଷ୍ୟାଳୀ ଶିବିର ଆୟୋଜନ କରୁଥିବା ବେଳେ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.