ETV Bharat / sports

ବାଂଲାଦେଶ ଚିତପଟାଙ୍ଗ; ସିରିଜ କ୍ଲିନସ୍ବିପ କରି ଇତିହାସ ରଚିଲା ଭାରତ - India win 2nd Test

author img

By ETV Bharat Sports Team

Published : 2 hours ago

India win 2nd Test against Bangladesh : କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ । 2ୟ ଟେଷ୍ଟ ଜିତି ସିରିଜ କ୍ଲିନସ୍ବିପ କଲା ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

India win 2nd Test
India win 2nd Test (AFP)

କାନପୁର (ଉତ୍ତର ପ୍ରଦେଶ) : ବାଂଲାଦେଶ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ରେ ଭାରତର ଦମଦାର ବିଜୟ । କାନପୁର ଗ୍ରାନ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ର 5ମ ଦିନରେ ଭାରତ ହାସଲ କଲା ବିଜୟ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ ଡ୍ର' ହୋଇଯିବ ବୋଲି ସମସ୍ତେ ଆଶା କରୁଥିଲେ । ହେଲେ ବିଜୟ-ମନସ୍କ ହୋଇ 4ର୍ଥ ଦିନରେ ଆକ୍ରାମକ କ୍ରିକେଟ ଖେଳିବାର ଫଳ ପାଇଛି ଟିମ୍‌ ଇଣ୍ଡିଆ । ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌କୁ 7 ୱିକେଟରେ ଜିତିବା ସହ ସିରିଜକୁ 2-0ରେ କ୍ଲିନସ୍ବିପ କରିଛି ଭାରତ ।

ଇତିହାସ ରଚିଲା ଭାରତ :-

ଘରୋଇ ମୈଦାନରେ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି ଟିମ୍‌ ଇଣ୍ଡିଆ । ବାଂଲାଦେଶ ବିପକ୍ଷ ଏହି ସିରିଜ ବିଜୟ ସହ ଭାରତ କ୍ରମାଗତ 18 ଘରୋଇ ଟେଷ୍ଟ ଶୃଙ୍ଖଳା ଜିତିବାର ରେକର୍ଡ କରିଛି । ଏହା ବ୍ୟତୀତ କାନପୁର ଟେଷ୍ଟ ବିଜୟ ଭାରତୀୟ ଦଳ ପାଇଁ ଥିଲା 180 ତମ ଟେଷ୍ଟ ବିଜୟ । ଏଭଳି ରେକର୍ଡ ସହ ଟେଷ୍ଟ ଫର୍ମାଟରେ 179 ବିଜୟ ହାସଲ କରିଥିବା ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ 4ର୍ଥ ସ୍ଥାନରେ ରହିଛି ଭାରତ । ବର୍ତ୍ତମାନ ଏହି ତାଲିକାରେ ଭାରତ ଉପରେ କେବଳ 3ଟି ଦଳ ରହିଛନ୍ତି । ଏହି ତାଲିକା ଉପରେ ନଜର ପକାଇଲେ ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ, ଯାହା ବର୍ତ୍ତମାନ ସୁଦ୍ଧା 414 ଟେଷ୍ଟ ମ୍ୟାଚ୍‌ ଜିତି ସାରିଲାଣି । 397 ଟେଷ୍ଟ ବିଜୟ ସହ ଏହି ତାଲିକାର ଦ୍ବିତୀୟରେ ରହିଛି ଇଂଲଣ୍ଡ । ସେହିଭଳି 183 ଟେଷ୍ଟ ମ୍ୟାଚ୍‌ ଜିତିଥିବା ୱେଷ୍ଟଇଣ୍ଡିଜ ଏହି ତାଲିକାର ତୃତୀୟରେ ରହିଛି ।

ନଜର ପକାନ୍ତୁ ମ୍ୟାଚ୍‌ ରିପୋର୍ଟ ଉପରେ :-

ଅଢ଼େଇ ଘଣ୍ଟା ପୂର୍ବରୁ ସରିଥିଲା ପ୍ରଥମ ଦିନ ଖେଳ :- (Day-1)

ଭାରତ ଓ ବାଂଲାଦେଶ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶୀଘ୍ର ଶେଷ ହୋଇଥିଲା । ପ୍ରାୟ ଅଢ଼େଇ ଘଣ୍ଟା ପୂର୍ବରୁ ପ୍ରଥମ ଦିନ ଖେଳକୁ ବନ୍ଦ କରିଦିଆଯାଇଥିଲା । କାନପୁରରେ ବର୍ଷା କାରଣରୁ ଖେଳ ଅଧିକ ସମୟ ଖେଳାଯାଇପାରିନଥିଲା । ମ୍ୟାଚ୍‌ରେ ଟସ୍‌ ପଡ଼ିବାରେ ମଧ୍ୟ ବିଳମ୍ବ ହୋଇଥିଲା । ବର୍ଷା କାରଣରୁ ଲଞ୍ଚ ବ୍ରେକ୍‌ ମଧ୍ୟ ଶୀଘ୍ର ହୋଇଥିଲା । ଶେଷରେ ପୁଣିଥରେ ବର୍ଷା ବ୍ୟାଘାତ କାରଣରୁ ଖେଳକୁ ଶୀଘ୍ର ଶେଷ କରିଦିଆଯାଇଥିଲା । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ 35 ଓଭର ବ୍ୟାଟିଂ କରିବା ସହ 3 ବହୁମୂଲ୍ୟ ୱିକେଟ ହରାଇ 107 ରନ ସ୍କୋର କରିଥିଲା ।

ଦ୍ବିତୀୟ ଓ ତୃତୀୟ ଦିନ ଖେଳ ସ୍ଥଗିତ ରହିଥିଲା :- (Day- 2 and 3)

କାନପୁରରେ ଲଗାଣ ବର୍ଷା କାରଣରୁ ଦ୍ବିତୀୟ ଦିନ ଖେଳ ହୋଇପାରିନଥିଲା । ଦ୍ବିତୀୟ ଦିନରେ ଗୋଟିଏ ବି ବଲ୍ ବୋଲିଂ ନହୋଇ ଖେଳକୁ ଶେଷ କରିଦିଆଯାଇଥିଲା । ଷ୍ଟାଡିୟମକୁ ଆସିବା ପରେ ମଧ୍ୟ ସ୍ଥିତି ବଦଳିବାର ସମ୍ଭାବନା ନଥିବାରୁ ଉଭୟ ଦେଶର ଖେଳାଳି ପୁଣି ଟିମ୍‌ ହୋଟେଲକୁ ଫେରିଯାଇଥିଲେ । ଏହାପରେ ତୃତୀୟ ଦିନ ଯଦିଓ ଆରମ୍ଭରୁ ବର୍ଷା ହୋଇନଥିଲା, ହେଲେ ଗ୍ରାଉଣ୍ଡ ଶୁଖିନଥିବାରୁ କିଛି ସମୟ ଅପେକ୍ଷା କରାଯାଇଥିଲା । ହେଲେ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନଥିଲା । ଶେଷରେ ତୃତୀୟ ଦିନରେ ଖେଳ ମଧ୍ୟ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯାଇଥିଲା ।

4ର୍ଥ ଦିନରେ ଚମକିଲେ ଭାରତୀୟ ବୋଲର :- (Day- 4)

4ର୍ଥ ଦିନ ଖେଳ ଆରମ୍ଭରୁ ଭାରତୀୟ ବୋଲିଂ ବିଭାଗ ଚମତ୍କାର ପ୍ରଦର୍ଶନ କରିଥିଲେ । ପ୍ରଥମ ବ୍ରେକ୍‌ ଥ୍ରୋ ଦେବାକୁ ଯାଇ ବୁମ୍‌ରା ମୁଶଫିକୁର ରହିମଙ୍କୁ କ୍ଲିନ ବୋଲ୍ଡ କରି ପାଭିଲିୟନ ଫେରାଇଥିଲେ । ଗୋଟିଏ ପଟେ ମୋମିନୁଲ ହକ୍‌ ଦଳର ସ୍କୋର ବୋର୍ଡ ଆଗକୁ ବଢ଼ାଉଥିବାବେଳେ ଅନ୍ୟପଟେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବାଂଲା ବ୍ୟାଟିଂ ଅର୍ଡର । ଭାରତ ପକ୍ଷରୁ ଜସପ୍ରୀତ ବୁମ୍‌ରା ସର୍ବାଧିକ 3ଟି ୱିକେଟ ହାସଲ କରିଥିବାବେଳେ ମହମ୍ମଦ ସିରାଜ, ଆକାଶ ଦୀପ ଓ ରବିଚନ୍ଦ୍ରନ ଅଶ୍ବିନ 2ଟି ଲେଖାଏଁ ସଫଳତା ହାସଲ କରିଥିଲେ । ଅନ୍ୟପଟେ ରବିନ୍ଦ୍ର ଜାଡେଜା ଶେଷ ୱିକେଟ ଦଖଲ କରି ବାଂଲାଦେଶର ପ୍ରଥମ ଇନିଂସ୍‌ ଶେଷ କରିଥିଲେ ।

ୱିକେଟରେ ଜାଡେଜାଙ୍କ ତ୍ରିଶତକ :- (Day- 4)

ପ୍ରଥମ ପାଳିରେ କେବଳ ଗୋଟିଏ ୱିକେଟ ଦଖଲ କରିଥିବା ଭେଟେରାନ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ । ସେ ନିଜ ଟେଷ୍ଟ କ୍ରିକେଟ କ୍ୟାରିୟରରେ 300 ୱିକେଟ ପୂରଣ କରିବାର ରେକର୍ଡ କରିଛନ୍ତି । ଭାରତର ସପ୍ତମ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି ଜାଡେଜା । ଏହା ବ୍ୟତୀତ ବଲ ଅନୁଯାୟୀ ସେ ଦ୍ରୁତତମ 300 ୱିକେଟ ପୂରଣ କରିବାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । 300 ଟେଷ୍ଟ ୱିକେଟ ପୂରଣ କରିବା ପାଇଁ ଜାଡେଜା 17428 ବଲ ବୋଲିଂ କରିଥିଲେ । ଏହି ତାଲିକାରେ ଜାଡେଜାଙ୍କ ଉପରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ବିନ, ଯିଏ କି 15636 ବଲ ବୋଲିଂ କରି 300 ୱିକେଟ ପୂରଣ କରିଥିଲେ ।

ଟେଷ୍ଟରେ ଟି20 ମାଡ଼ ଦେଲେ ଭାରତୀୟ ବ୍ୟାଟର :- (Day- 4)

ହାତରେ ଆଉ କମ ସମୟ ଥିବାରୁ ବିଜୟ-ମନସ୍କ ହୋଇ ମୈଦାନକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଟେଷ୍ଟ ମ୍ୟାଚ୍‌ରେ ଆରମ୍ଭରୁ ଟି20ର ଭ୍ରମ ସୃଷ୍ଟି କରିଥିଲା ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲଙ୍କ ଆକ୍ରମଣାତ୍ମକ ବ୍ୟାଟିଂ । କେବଳ 3 ଓଭରରେ ଅର୍ଦ୍ଧଶତକ ପୂରଣ କରି ରେକର୍ଡ କରିଥିଲା ଭାରତ । କେବଳ ଅର୍ଦ୍ଧଶତକ ନୁହେଁ, ଏହି ମ୍ୟାଚ୍‌ରେ ଦ୍ରୁତତମ 100, 150, 200 ଓ 250 ରନ ପୂରଣ କରିବାର ରେକର୍ଡ କରିଛି ଭାରତ । ଧୂଆଁଧାର ବ୍ଯାଟିଂ ସହ ଭାରତ କ୍ରମାଗତ ୱିକେଟ ମଧ୍ୟ ହରାଇ ଚାଲିଥିଲା । 285ରେ ବହୁମୂଲ୍ୟ 9 ୱିକେଟ ହରାଇସାରିଥିଲା ଭାରତ । ହାତରେ ଅଳ୍ପ ସମୟ ଥିବାରୁ ରୋହିତ ଏହି ସମୟରେ ପ୍ରଥମ ପାଳି ଘୋଷଣା କରିଦେଇଥିଲେ ।

ଏହି ପାଳିରେ ଭାରତ ପକ୍ଷରୁ ଜୟସ୍ବାଲ ସର୍ବାଧିକ 72 ରନ କରିଥିବାବେଳେ କେଏଲ୍‌ ରାହୁଲ 68 ରନର ପାଳି ଖେଳିଥିଲେ । କୋହଲି 47 ରନର ପାଳି ଖେଳି ଆଉଟ୍‌ ହୋଇଯାଇଥିଲେ । ଅନ୍ୟପଟେ ବାଂଲାଦେଶ ବୋଲର ମେହିଡୀ ହାସନ ମିରାଜ ଓ ଶାକିବ ଅଲ ହାସନ ଉଭୟ 4ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ହାସନ ମହମ୍ମୁଦ ଗୋଟିଏ ସଫଳତା ପାଇଥିଲେ ।

ବାଂଲାଦେଶ ଦ୍ବିତୀୟ ପାଳି :- (Day- 4)

ଭାରତ 285ରେ ପ୍ରଥମ ପାଳି ଘୋଷଣା କରିବା ପରେ ବାଂଲାଦେଶ 52 ରନ ପଛରେ ରହି ଦ୍ବିତୀୟ ପାଳି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ହେଲେ ଭାରତକୁ ଆରମ୍ଭରୁ ଲଗାତାର ଦୁଇଟି ସଫଳତା ଦେଇଥିଲେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ପ୍ରଥମେ ଜାକିର ହାସନଙ୍କୁ LBW କରି ପାଭିଲିୟନ ଫେରାଇବା ପରେ ହାସନ ମହମ୍ମୁଦଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଅଶ୍ବିନ । ଏହା ସହିତ 4ର୍ଥ ଦିନ ଖେଳ ଶେଷ ହୋଇଥିଲା । 4ର୍ଥ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦ୍ବିତୀୟ ପାଳିରେ 26 ରନ କରି 2 ୱିକେଟ ହରାଇ ସାରିଥିଲା । ଏହା ସହିତ ଭାରତ 26 ରନ ଆଗରେ ରହିଥିଲା ।

ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣ :- (Day- 5)

ଏହିଠାରୁ ଆରମ୍ଭ ହୋଇଥିଲା 5ମ ତଥା ଅନ୍ତିମ ଦିନ ଖେଳ । ହେଲେ ପୁଣି ଭାରତକୁ ଆଜି ପ୍ରଥମ ବ୍ରେକ୍‌ ଥ୍ରୋ ଦେଇଥିଲେ ଅଶ୍ବିନ । ମୋମିନୁଲ ହକ୍‌ଙ୍କୁ ସେ ପାଭିଲିୟନ ଫେରାଇଥିଲେ । ଦଳୀୟ ସ୍କୋର 91 ହୋଇଥିବାବେଳେ ଅଧିନାୟକ ନାଜମୋଲ ହୋସେନ ଶାନ୍ତୋ (19)ଙ୍କୁ ପାଭିଲିୟନ ଫେରାଇଥିଲେ ରବିନ୍ଦ୍ର ଜାଡେଜା । ଏହା ପରବର୍ତ୍ତୀ ଓଭରରେ ବାଂଲାଦେଶ ପାଇଁ ଏକମାତ୍ର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ଓପନର ଶାଦମାନ ଇସଲାମଙ୍କୁ ଆଉଟ୍‌ କରିଥିଲେ ଆକାଶ ଦୀପ । ଏହାପରେ ଭ୍ରମଣକାରୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମୁଶଫିକୁର ରହିମ (37) ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ତାଙ୍କୁ ଅନ୍ୟ ବ୍ୟାଟରଙ୍କ ସହଯୋଗ ମିଳିନଥିଲା । ଶେଷରେ ମୁଶଫିକୁରଙ୍କୁ କ୍ଲିନ ବୋଲ୍ଡ କରି ବାଂଲାଦେଶର ଖେଳ ଶେଷ କରିଥିଲେ ବୁମ୍‌ରା ।

ଏହି ପାଳିରେ ଭାରତ ପକ୍ଷରୁ ଜସପ୍ରୀତ ବୁମ୍‌ରା, ରବିଚନ୍ଦ୍ରନ ଅଶ୍ବିନ ଓ ରବିନ୍ଦ୍ର ଜାଡେଜା 3ଟି ଲେଖାଏଁ ୱିକେଟ ହାସଲ କରିଥିବାବେଳେ ଆକାଶ ଦୀପ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ସିରିଜ କ୍ଲିନସ୍ବିପ୍‌ କଲା ଭାରତ :- (Day- 5)

ଏହି ମ୍ୟାଚ୍‌ ଜିତି ସିରିଜ କ୍ଲିନସ୍ବିପ କରିବାକୁ ଭାରତ ଆଗରେ କେବଳ 95 ରନର ବିଜୟ ଲକ୍ଷ୍ୟ ରହିଥିଲା । ଜବାବରେ ପୂର୍ବ ପାଳି ଭଳି ଆକ୍ରମଣାତ୍ମକ ଖେଳିବାକୁ ଚେଷ୍ଟା କରିଥିଲେ ରୋହିତ । ହେଲେ ସେ କେବଳ 8 ରନ କରି ପାଭିଲିୟନ ଫେରିଥିଲେ । ଗିଲ (6) ପ୍ରଭାବଶାଳୀ ହୋଇପାରିନଥିବା ବେଳେ ଜୟସ୍ବାଲଙ୍କୁ ମିଳିଥିଲା ବିରାଟ କୋହଲିଙ୍କ ସାଥ । ଜୟସ୍ବାଲ ଆଜିର ମ୍ୟାଚ୍‌ରେ 45 ବଲରୁ 51 ରନ କରି ଆଉଟ ହୋଇଥିଲେ । ଅନ୍ୟପଟେ କୋହଲି (29), ପନ୍ତ (4)ଙ୍କ ସହ ମିଶି ଭାରତକୁ ବିଜୟୀ କରାଇଥିଲେ । ଏହି ମ୍ୟାଚ୍‌ ସହ ସିରିଜକୁ 2-0ରେ ଜିତି ନେଇଛି ଭାରତ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.