ETV Bharat / state

ରାୟଗଡାରେ ଆରମ୍ଭ ହେଲା ଚଇତି ପର୍ବ, 5 ଦିନ ଧରି ଦୁଲୁକିବ ମଞ୍ଚ - ଚଇତି ପର୍ବ

ବୁଧବାର ରାୟଗଡାରେ ଉଦଘାଟିତ ହୋଇଯାଇଛି ଲୋକ ମହୋତ୍ସବ ଚଇତି ପର୍ବ । ପ୍ରଥମ ସନ୍ଧ୍ୟାରେ ନୃତ୍ୟ ପରିବେଷିତ ହେଲା ଗୀତ ଓ ନୃତ୍ୟ । ଅଧିକ ପଢନ୍ତୁ

chaiti festival inaugurated in rayagada
chaiti festival inaugurated in rayagada
author img

By

Published : Jan 19, 2023, 9:43 AM IST

ଚଇତି ପର୍ବ

ରାୟଗଡା: ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଲୋକ ମହୋତ୍ସବ ଚଇତି ପର୍ବ । ବୁଧବାର ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଚଇତି ମହୋତ୍ସବ ଉଦଘାଟିତ ହୋଇଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ । ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରରୁ ଆଜ୍ଞା ମାଳ, ମଶାଲ ଓ କଳସ ସହ ଜଗନ୍ନାଥ ମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶୋଭାଯାତ୍ରରେ ଆଣି ଚଇତି ମଣ୍ଡପରେ ସ୍ଥାପନ କରିବା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

ପ୍ରଥମ ସନ୍ଧ୍ୟାରେ ବିଭିନ୍ନ ଗୃପ ଗୀତ ଓ ନୃତ୍ୟ ପ୍ରଦର୍ଶନ କରିଥିଲେ । ବନ୍ଦେ ଉତ୍କଳ ଜନନୀ ଗାନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ସ୍ମରଣିକା ଚଇତାଳି ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନେ କଳା ଓ ସଂସ୍କୃତି ପାଇଁ ଏହି ମଞ୍ଚ ବେଶ ସହାୟକ ହେଉଛି ବୋଲି କହିଥିଲେ । ସେହିଭଳି ମହୋତ୍ସବ ସହିତ ପଲ୍ଲିଶ୍ରୀ ମେଳା ମଧ୍ୟ ଆୟୋଜନ କରାଯାଇଛି । ଏହି ମେଳା ଜରିଆରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନିଜର ସାମଗ୍ରୀ ବିକ୍ରି ଓ ପ୍ରଦର୍ଶିତ କରିବା ପାଇଁ ସୁଯୋଗ ପାଉଥିବା କହିଛନ୍ତି ।

ସ୍ଥାନୀୟ ଜିସିଡି ପଡ଼ିଆରେ ଚଇତି ଆରମ୍ଭ ପୂର୍ବରୁ ଏକ କଳସ ଯାତ୍ରା ମଝିଘରିଆଣୀ ମନ୍ଦିରରୁ ବାହାରି ନଗର ପରିକ୍ରମା କରି ଚଇତି ପଡିଆରେ ପହଞ୍ଚିଥିଲା । ଏହାପରେ ଉକ୍ତ କଳସକୁ ଚଇତି ମଣ୍ଡପରେ ସ୍ଥାପନା କରାଯାଇଥିଲା । ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିସହ ପଲ୍ଲୀଶ୍ରୀ ମେଳାକୁ ଉଦଘାଟନ କରିଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା ।

ଚଳିତ ବର୍ଷ ଏହି ମହୋତ୍ସବ ଆସନ୍ତା ପାଞ୍ଚଦିନ ଧରି ଚାଲିବାକୁ ଥିବାବେଳେ ଏଥିରେ 250ରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲିଛି । ଷ୍ଟଲ ମାଧ୍ୟମରେ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବାର ବ୍ୟବସ୍ଥା ହୋଇଛି । ଏହାସହ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଜ୍ଞାନ ମେଳାର ମଧ୍ୟ ଆୟୋଜନ କରାଯାଇଛି।

ଗତକାଲି ଉଦଘାଟନି ଉତ୍ସବରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷା ସ୍ବଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତହୋଇଥିବା ବେଳେ ଅନ୍ୟ ଅତିଥିଙ୍କ ମଧ୍ୟରେ ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ମକରନ୍ଦ ମୁଦୁଲି, ରଘୁନାଥ ଗମାଙ୍ଗ, ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ଯୋଗଦାନ କରିଥିଲେ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.