ETV Bharat / state

ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ

author img

By

Published : Jan 6, 2022, 9:15 AM IST

ରାୟଗଡ଼ା ସହରରେ ମାତିଲେ ଲୁଟେରା । ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା: ସହରରେ ମାତିଲେ ଲୁଟେରା । ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ । ଲୁଟର ଶିକାର ହୋଇଥିବା ମହିଳା ହେଉଛନ୍ତି ବିଦ୍ୟାନଗର ଚତୁର୍ଥ ଲେନରେ ରହୁଥିବା ଲକ୍ଷ୍ମୀ ।

ସୂଚନା ଅନୁଯାୟୀ ଗତାକାଲି ସକାଳ ସମୟରେ ଲକ୍ଷ୍ମୀ ନିଜ ଘର ନିକଟ ଏକ ପଡିଆରେ ଗାଈ ଚରାଇବା ପାଇଁ ଛାଡ଼ିବାକୁ ଯାଇ ଫେରୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ ଯୋଗେ ଦ୍ରୁତ ଗତିରେ ଆସି ଲକ୍ଷ୍ମୀ ପିନ୍ଧିଥିବା ମଙ୍ଗଳସୂତ୍ର ବେକରୁ ଝାମ୍ପି ନେଇଥିଲେ । ଫଳରେ ଘଟଣାସ୍ଥଳରେ ଲକ୍ଷ୍ମୀ ତଳେ ପଡିଯାଇ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଲୁଟେରାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏନେଇ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରି ଅନୁସନ୍ଧାନ ଜାରି ରଖିଛି । ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଦୀର୍ଘ ଦିନ ପରେ ପୁଣି ସହରରେ ବାଇକ ଲୁଟେରାଙ୍କ ଆତଙ୍କରେ ମହିଳାମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.