ରାୟଗଡା: ୟୁନିଅନ ବ୍ୟାଙ୍କ କସ୍ତୁରୀ ନଗର ଶାଖାରେ ସିବିଆଇ ଚଢ଼ାଉ ହୋଇଛି । ବୁଧବାର ସନ୍ଧ୍ୟାରେ ସିବିଆଇ ତରଫରୁ ଏକ ଠକେଇ ମାମଲାରେ ଚଢାଉ କରାଯାଇଛି । ୪୪ କୋଟି ଟଙ୍କାର ଋଣ ଅର୍ଥ ଠକେଇ ଅଭିଯୋଗରେ ଏହି ଚଢ଼ାଉ ହୋଇଛି । ମିଳିଥିବା ସୂଚନାଅନୁସାରେ, ୟୁନିଅନ ବ୍ୟାଙ୍କରେ ମିଶ୍ରଣ ପୂର୍ବରୁ ଆନ୍ଧ୍ର ବ୍ୟାଙ୍କ କସ୍ତୁରୀ ନଗର ଶାଖାରୁ ତରୁଣଶ୍ରୀ କଟନ ମିଲ୍ ପକ୍ଷରୁ ୠଣ ନିଆଯାଇଥିଲା ।
ୠଣ ଓ ସୁଧ ମିଶି ବର୍ତ୍ତମାନ ଏହା ୪୪ କୋଟି ଟଙ୍କାରେ ପହଞ୍ଚିଛି ତେବେ ୠଣ ଅର୍ଥ ନସୁଝିବା ଯୋଗୁଁ ବ୍ୟାଙ୍କ ପକ୍ଷରୁ ତରୁଣଶ୍ରୀ କଟନ୍ ମିଲର ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନକୁ ଜବତ କରାଯାଇଛି । ଏଥିସହ ନିଲାମ ପାଇଁ ମଧ୍ୟ ଘୋଷଣା ହୋଇଛି । ୨୦୧୭ ମସିହାରେ ଏହା ଜବତ ସହ ନିଲାମ ଘୋଷଣା କରାଯାଇଥିଲା । ଆଉ ବର୍ତ୍ତମାନ ୟୁନିଅନ ବ୍ୟାଙ୍କରେ ଆନ୍ଧ୍ର ବ୍ୟାଙ୍କ ମିଶ୍ରଣ ପରେ ସିବିଆଇରେ ମାମଲା ରୁଜୁ କରାଯାଇଥିଲା ।
ୟୁନିଅନ ବ୍ୟାଙ୍କର ସମ୍ବଲପୁର ସ୍ଥିତ ଆଞ୍ଚଳିକ ଶାଖା ପକ୍ଷରୁ ଏହି ମାମଲା ରୁଜୁ କରାଯିବା ପରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି । ଏହି ଜାଲିଆତିରେ ବ୍ୟାଙ୍କର କିଛି ପୂର୍ବତନ କର୍ମଚାରୀ ସାମିଲ ଥିବା ଜଣାପଡିଛି । ତେବେ ସିବିଆଇର ଟିମ୍ ଗତ ଦୁଇଦିନ ଧରି ଅତି ଗୁପ୍ତ ଭାବରେ ଏହି ତଦନ୍ତ କରି ଫେରିଯାଇଛନ୍ତି । ଏନେଇ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନ।ହିଁ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ