ETV Bharat / state

ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ, ଝରକା ଭାଙ୍ଗି ଘରେ ବୁଲାଇଲେ କଳାକନା - ରାୟଗଡାରୁ ଲୁଟ

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା । ରାୟଗଡା ଜିଲ୍ଲା ଚାନ୍ଦିଲିର ନେହେରୁ ନଗର ଅଞ୍ଚଳରେ ଚୋରି । ଘରର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଧରି ଛୁ ମାରିଛନ୍ତି ଲୁଟେରା । ଅଧିକ ପଢନ୍ତୁ

ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ; ଝରକା ଭାଙ୍ଗି ଲୁଟି ନେଲେ ଗହଣା ସହ ଲକ୍ଷାଧିକ ଟଙ୍କା

author img

By

Published : May 29, 2022, 9:38 AM IST

ରାୟଗଡା: ରାଜ୍ୟରେ ଦିନ ବଢିବାରେ ଲାଗିଛି ଚୋରି ଡକାୟତି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା । ରାୟଗଡା ଜିଲ୍ଲା ଚାନ୍ଦିଲିର ନେହେରୁ ନଗର ଅଞ୍ଚଳରେ ଚୋରି । ଘରର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଧରି ଛୁ ମାରିଛନ୍ତି ଲୁଟେରା । ଚାନ୍ଦିଲି ଥାନା ନେହେରୁ ନଗରରେ ରୁହନ୍ତି ରମେଶ ଚନ୍ଦ୍ର ମିଶ୍ରଙ୍କ ପରିବାର l

ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ; ଝରକା ଭାଙ୍ଗି ଲୁଟି ନେଲେ ଗହଣା ସହ ଲକ୍ଷାଧିକ ଟଙ୍କା

କୌଣସି ଏକ କାମରେ ରମେଶ ନିଜ ପରିବାର ସହ 24 ତାରିଖ ଦିନ ଘରେ ଚାବି ପକେଇ ନିଜ ଗାଁ ମୁନିସିଂ ଯାଇଥିଲେ । ପରେ ସେ 27 ତାରିଖ ଦିନ ନିଜ ଘରକୁ ଫେରି ଦେଖିଥିଲେ ଯେ, ତାଙ୍କ ଘର ଝରକା ଭାଙ୍ଗି ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କା, ତିନି କିଲୋରୁ ଉର୍ଦ୍ଧ୍ବ ରୂପା ସହ ପ୍ରାୟ 15 ଭରି ସୁନା ଲୁଟି ନେଇଥିଲେ l ଲୁଟ ହେଇଥିବା ସମ୍ପତ୍ତିର ଆନୁମାନିକ ମୂଲ୍ୟ 10 ଲକ୍ଷ ହେବ ବୋଲି ଜଣାପଡିଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଜରିଆରେ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.