ETV Bharat / state

ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମାଫିଆ ଗିରଫ - ଧରା ପଡ଼ିଲା ଗଞ୍ଜେଇ ମାଫିଆ

ଧରା ପଡ଼ିଲା ଗଞ୍ଜେଇ ମାଫିଆ । ବିପୁଳ ପରିମାଣର ଗଞ୍ଜେଇ ଜବତ । ଅଧିକ ପଢ଼ନ୍ତୁ

୪୮୦ କେଜି ଗଞ୍ଜେଇ ସହ ଟ୍ରକ ଜବତ, ଜଣେ ଗିରଫ
୪୮୦ କେଜି ଗଞ୍ଜେଇ ସହ ଟ୍ରକ ଜବତ, ଜଣେ ଗିରଫ
author img

By

Published : Jul 3, 2022, 9:07 PM IST

ରାୟଗଡ଼ା : ରାୟଗଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ଟ୍ରକରୁ ୪୮୦ କେଜି ଗଞ୍ଜେଇ ସହ ଜବତ କରିଛି । ଏହି ଘଟଣାରେ ଜଣକୁ ଗିରଫ କରିବାରେ ସଫଳ ହୋଇଛି ମୁନିଗୁଡା ପୋଲିସ । କୋରାପୁଟ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶେଷ ସୁତ୍ରରୁ ଖବରପାଇ ମୁନିଗୁଡା ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଥାନା ଆଇଆଇସି ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରାଯାଇଥିଲା ।

ଏହାପରେ ମୁନିଗୁଡାର ସମସ୍ତ ପ୍ରବେଶ ପଥକୁ ସିଲ କରି ସ୍ଥାନୀୟ ଖୋଲା ଜିମ ନିକଟରେ ଗାଡି ଗୁଡିକୁ ଯାଞ୍ଚ କରାଯାଇଥିଲା । ସେହି ସମୟରେ ଦୃତ ଗତିରେ ଯିବାକୁ ଚେଷ୍ଟା କରୁଥିବା ଏକ ଟ୍ରକକୁ ସନ୍ଦେହ କରି ଅଟକାଇ ଥିଲା ପୋଲିସ । ସେଥିରେ ଗଞ୍ଜେଇ ଥିବା ଜାଣିବା ପରେ ଟ୍ରକକୁ ଜବତ କରି ଥାନାକୁ ଆଣିଥିଲେ ।

ଥାନାରେ ଗଞ୍ଜେଇ ଓଜନ କରିବା ପରେ ୨୩ଟି ବସ୍ତାରେ ୪୮୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଏଥିସହ ଏଥିରେ ସମ୍ପୃକ୍ତ ଥିବା ଜଣେ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ଉକ୍ତ ଗଞ୍ଜେଇ ମାଫିଆ ଜଣକ ହେଲେ ଭଦ୍ରକ ଅଞ୍ଚଳର ଗଜେନ୍ଦ୍ର ସିଂ ।

ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମାଫିଆ ଗିରଫ

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ଗଞ୍ଜେଇ କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରୁ ଭଦ୍ରକ ଅଭିମୁଖେ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନେଇ ମୁନିଗୁଡା ଥାନାରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବାସହ ଏଥିରେ ଆଉ କିଏ ସମ୍ପୃକ୍ତ ଅଛି ଏହାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.