ETV Bharat / state

ରାତି ଅଧିଆ ଭୋଟଙ୍କୁ ବାଣ୍ଟିଲେ ଟଙ୍କା, ଭିଡିଓ ଭାଇରାଲ - ରାୟଗଡା ଖବର

ଟଙ୍କା ଦେଇ ଭୋଟ କିଣିବାକୁ ପ୍ରୟାସ । ରାତି ଅଧିଆ ଭୋଟଙ୍କୁ ବାଣ୍ଟିଲେ ଟଙ୍କା । ଜଣକା ଗଣି ଗଣି ଟଙ୍କା ଦେଉଥିବା ଭିଡିଓ ଭାଇରାଲ । ଅଧିକ ପଢନ୍ତୁ

ରାତି ଅଧିଆ ଭୋଟଙ୍କୁ ବାଣ୍ଟିଲେ ଟଙ୍କା
ରାତି ଅଧିଆ ଭୋଟଙ୍କୁ ବାଣ୍ଟିଲେ ଟଙ୍କା
author img

By

Published : Feb 20, 2022, 1:48 PM IST

ରାୟଗଡା: ଟଙ୍କା ଦେଇ ଭୋଟ କିଣିବାକୁ ପ୍ରୟାସରାତି ଅଧିଆ ଭୋଟଙ୍କୁ ବାଣ୍ଟିଲେ ଟଙ୍କା । ଜଣକା ଗଣି ଗଣି ଟଙ୍କା ଦେଉଥିବା ଭିଡିଓ ଭାଇରାଲ । ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହାରି ଭିତରେ ରାୟଗଡା ଜିଲ୍ଲା ଶଙ୍କରଡା ପଞ୍ଚାୟତର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ରାତି ଅଧିଆ ଭୋଟରଙ୍କୁ ଟଙ୍କା ବଣ୍ଟା ହେଉଥିବା ଭିଡିଓରେ ଜଳ ଜଳ ହୋଇ ଦେଖାଯାଉଛି ।

ରାତି ଅଧିଆ ଭୋଟଙ୍କୁ ବାଣ୍ଟିଲେ ଟଙ୍କା

ଆଜି କାଶିପୁର ବ୍ଲକରେ ନିର୍ବାଚନ ଚାଲିଛି । ଭୋଟ ପାଇଁ ପ୍ରାର୍ଥୀମାନେ ଭୋଟର ମାନଙ୍କୁ ଗାଁ ଗାଁରେ ମଦ ମାଂସ , ଲୁଗାପଟା, କୋଉଠି ମାଇକ ସେଟ, ଭଲିବଲ, ହଣ୍ଡା ଡେକ୍ଚି ସବୁ ବଣ୍ଟା ହେଉଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଟଙ୍କା ବଣ୍ଟା ହେବାର ଦେଖିବାକୁ ମିଳିଛି! ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରପଡା ପଞ୍ଚାୟତରେ ମଧ୍ୟ ଟଙ୍କାବଣ୍ଟା ହେବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସନ୍ଧ୍ୟା ସମୟରେ ପୋଣଷପଦର ଗ୍ରାମରେ କିଛି ଦଳୀୟକର୍ମୀଙ୍କ ପକ୍ଷରୁ ଟଙ୍କା ବଣ୍ଟା ହେବାର ଅନୁମାନ କରାଯାଉଛି । ପ୍ରକାଶ ଥାଉ କି ଆଜି ରାଜ୍ୟରେ ୨୯ଟି ଜିଲ୍ଲାର ୬୩ ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନ, 1382ଟି ଗ୍ରାମ ପଞ୍ଚାୟତରେ ଭୋଟ ଗ୍ରହଣ ଜାରି ରହିଛି । ୧୮୪୯୫ଟି ବୁଥରେ ୫୬୫୩୪୦୫ ଭୋଟର ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଅଧିକ ଭୋଟ ଗ୍ରହଣ ହୋଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.