ETV Bharat / state

ବିଦ୍ୟୁତ ଆଘାତରେ ବସ ହେଲ୍ପରଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ବସ ଯାତ୍ରୀ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ବସଷ୍ଟାଣ୍ଡ ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ବସରୁ ଲୁହା ପାଇପ ଓହ୍ଲାଇବା ବେଳେ ୧୧ କେବି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ ହେଲ୍ପରର ମୃତ୍ୟୁ ହୋଇଛି । ଏହି ସମୟରେ ବସରେ 20 ରୁ ଉର୍ଦ୍ଧ ଯାତ୍ରୀ ବସିଥିବା ବେଳେ ସେମାନଙ୍କୁ ମଧ୍ୟ ବିଦ୍ୟୁତ ଝଟକା ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

author img

By

Published : Aug 11, 2022, 10:46 PM IST

Updated : Aug 12, 2022, 1:51 PM IST

bus helper death in electric suck in rayagada
ଅଳ୍ପକେ ବର୍ତିଲେ 20 ବସ ଯାତ୍ରୀ , ବିଦ୍ୟୁତ ଆଘାତରେ ବସ ହେଲ୍ପରଙ୍କ ମୃତ୍ୟୁ

ରାୟଗଡା: କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ବସଷ୍ଟାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବସରୁ ଲୁହା ପାଇପ ଓହ୍ଲାଇବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ ହେଲ୍ପରର ମୃତ ହୋଇଛି । ମୃତ ବସ ହେଲ୍ପର ଜଣଙ୍କ ରାୟଗଡା ସଦର ବ୍ଲକ ହଲୁଆ ପଞ୍ଚାୟତର କୋଡିଙ୍ଗଗୁଡା ଗ୍ରାମର ଡାକନା ନୀର ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ହନୁମାନ ନାମକ ଏକ ଘରୋଇ ବସ ଆଜି ସନ୍ଧ୍ୟାରେ ଟିକିରି ବସ ଷ୍ଟାଣ୍ଡରେ ପହଞ୍ଚିଥିଲା । ଏହି ସମୟରେ ହେଲ୍ପର ଡାକନା ନୀର ବସର ଛାତ ଉପରେ ଲୋଡ ହୋଇଥିବା ଲୁହା ପାଇପକୁ ଓହ୍ଲାଇବା ସମୟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଲୁହା ପାଇପ ଧରିଥିବା ହେଲ୍ପର ଜଣକ ବିଦ୍ୟୁତ ଆଘାତରେ ବସ ତଳକୁ ଛିଟିକି ପଡିଥିଲେ । ତାଙ୍କୁ ଗୁରୁତର ଆହାତ ଅବସ୍ଥାରେ ଟିକିରି ମେଡିକାଲକୁ ନିଆଯାଇଥିଲେ ହେଁ ହେଲ୍ପର ଡାକନାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ସୌଭାଗ୍ୟକ୍ରମେ ଅଳ୍ପକେ ବର୍ତ୍ତି ଯାଇଥିଲେ ବସଯାତ୍ରୀ । ଏହି ସମୟରେ ବସରେ 20ରୁ ଉର୍ଦ୍ଧ ଯାତ୍ରୀ ବସିଥିଲେ । ସମସ୍ତ ଯାତ୍ରୀଙ୍କୁ ସାମାନ୍ୟ ବିଦ୍ୟୁତ ଝଟକା ଅନୁଭୂତ ହୋଇଥିଲା । ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା । ଏହି ଘଟଣା ପରେ ଟିକିରି ଥାନା ପୋଲିସ ଟିକିରି ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ରାୟଗଡା

Last Updated : Aug 12, 2022, 1:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.