ETV Bharat / state

ଦୂର ହେବ ରକ୍ତ ଅଭାବ ସମସ୍ୟା: ଶିବିର କରି NSS କଲା ସଚେତନ, ଆଗେଇ ଆସିଲେ କଲେଜ ଛାତ୍ର - ଏନଏସଏସ ୟୁନିଟ ପକ୍ଷରୁ ରକ୍ତ ଦାନ ଶିବିର

ରକ୍ତ ଦାନ କର ଜୀବନ ବଞ୍ଚାଅ ଆହ୍ୱାନକୁ ସାକାର କରିବା ଦିଗରେ ଆଗେଇ ଆସିଛି ଏନଏସଏସ ୟୁନିଟ । ରାୟଗଡା ସ୍ଥିତ ମଡେଲ ଡିଗ୍ରୀ କଲେଜରେ ଏନଏସଏସ ୟୁନିଟ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜିତ ହୋଇଛି । ଅଧିକ ପଢନ୍ତୁ

ଏନଏସଏସ ୟୁନିଟ ପକ୍ଷରୁ ରକ୍ତ ଦାନ ଶିବିର
ଏନଏସଏସ ୟୁନିଟ ପକ୍ଷରୁ ରକ୍ତ ଦାନ ଶିବିର
author img

By

Published : Sep 26, 2022, 5:47 PM IST

Updated : Sep 26, 2022, 6:11 PM IST

ରାୟଗଡା: ଟୋପାଏ ରକ୍ତ ବିନ୍ଦୁ ଜଣଙ୍କ ଜୀବନ ବଞ୍ଚାଇପାରେ । ଗୋଟିଏ ପରିବାରରେ ହସର କାରଣ ହୋଇପାରେ ବୁନ୍ଦାଏ ରକ୍ତ । ଆଉ ସିଥିପାଇଁ କୁହାଯାଏ, ରକ୍ତର ବିକଳ୍ପ ନାହିଁ । ବୁନ୍ଦାଏ ରକ୍ତ ବଞ୍ଚାଇ ଦିଏ ଏକ ମୂଲ୍ୟବାନ ଜୀବନ । ଆଉ ଏହି ଲକ୍ଷ୍ୟରେ ଛାତ୍ର ଓ ଯୁବକ ଏକାଠି ହେବେ ଯୋଉଠି ରକ୍ତର ଅଭାବ ଦୂର ହେବ ସେଇଠି । ତେବେ ରକ୍ତ ଅଭାବରୁ ଯେପିର ଜୀବନ ହାନି ନ ହୁଏ ଏବଂ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦୂର କରିବା ପାଇଁ ରାୟଗଡା ସ୍ଥିତ ମଡେଲ ଡିଗ୍ରୀ କଲେଜ (ଆଦର୍ଶ ସ୍ନାତକ ମହାବିଦ୍ୟାଳୟ)ରେ ଆୟୋଜିତ ହୋଇଯାଇଛି ଏକ ରକ୍ତ ଦାନ ଶିବିର ।

ଶିବିର କରି NSS କଲା ସଚେତନ, ଆଗେଇ ଆସିଲେ କଲେଜ ଛାତ୍ର

ରାୟଗଡା ଜେକେପୁର, ଅମଳାଭଟ୍ଟା ସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଏନଏସଏସ୍ ଦିବସ ପରିପ୍ରେକ୍ଷୀରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ରକ୍ତ ଦାନ କର ଜୀବନ ବଞ୍ଚାଅ ଆହ୍ବାନକୁ ସାକାର କରିବା ଦିଗରେ ଆଗେଇ ଆସିଛି ଏନଏସଏସ ୟୁନିଟ । ଆଉ ଏହି ଶିବିର ଆୟୋଜନ କରି NSS ସଚେତନ କରାଇଛି ।

ରକ୍ତ ଦାନ ଏକ ମହତ୍ବପୂର୍ଣ୍ଣ କାର୍ଯ୍ୟ । ଏ ଦିଗରେ ଯୁବ ସମାଜ ଛାତ୍ର ସମାଜ ସଚେତନ ହେବାର ଆବଶ୍ୟକ ରହିଛି । 20ରୁ 26 ତାରିଖ ପର୍ଯ୍ୟନ୍ତ ଏନଏସଏସ ସପ୍ତାହ ଆୟୋଜିତ ହୋଇଥିଲା । ଏନଏସଏସ ୟୁନିଟ ପକ୍ଷରୁ ରାୟଗଡା ମଡେଲ କଲେଜରେ ରକ୍ତଦାନ ଶିବିରରେ 55 ୟୁନିଟ ରକ୍ତ ସଂଗ୍ରହ ହୋଇଛି ।

ମୁଖ୍ୟତଃ ରକ୍ତଦାନ ଦିଗରେ କିପରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା, ରାଜ୍ୟରେ ରକ୍ତର ଅଭାବ ଥିବାରୁ ଏହି ସମସ୍ୟାକୁ ଦୂର କରିବା ଶିବିରର ଲକ୍ଷ୍ୟ ଥିଲା । ଅନେକ ଛାତ୍ର ସ୍ଵେଚ୍ଛାକୃତ ଭାବରେ ରକ୍ତ ଦାନ କରିଥିବା ଦେଖିବାକୁ ମିଳିଥିଲା । ତେବେ 30ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ 55ୟୁନିଟ ର ରକ୍ତ ସଂଗ୍ରହ କରାଯାଇଛି।

ଏହା ବି ପଢନ୍ତୁ...ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ ପଞ୍ଚାନନ ଦୁରିଆ, ରାଜଧାନୀ ଶିକ୍ଷା ମଡେଲର ମେଣ୍ଟର ମନୋନୀତ

ଏଥିସହ ମହାବିଦ୍ୟାଳୟର ସ୍ବେଚ୍ଛାସେବୀ, ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ମଧ୍ୟ ରକ୍ତଦାନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ସହଯୋଗରେ ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିପ୍ର ନାରାୟଣ ମଲ୍ଲିକ ଓ ଡାକ୍ତର ଗୌତମ ପଟ୍ଟନାୟକ ଉଦଘାଟନ କରିଥିଲେ । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ ସୁନୀଲ କୁମାର ବିଷୋୟୀ ଏହି ଶିବିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସରୋଜକାନ୍ତ ଆଚାର୍ଯ୍ୟ, ଉମାକାନ୍ତ ମିଶ୍ର ଓ ଅନ୍ୟାନ୍ୟ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଥମ ଥର ପାଇଁ ଏହି ଶିବିର ଅନୁଷ୍ଠିତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ରାୟଗଡା

Last Updated : Sep 26, 2022, 6:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.